ୟୁନିଟ୍ ଦେୟ ବାହାରେ କାହିଁକି ଆଦାୟ ହେଉଛି, କର୍ତ୍ତୃପକ୍ଷ ନିରୁତ୍ତର . . .
ବିଲ୍ ଦେଖିଲେ ଜଣାପଡ଼ୁଛି କେମିତି ଚାଲିଛି କାରସାଦି । ଅଧିକାଂଶ ଉପଭୋକ୍ତାଙ୍କୁ ୩୦ ଦିନ ବଦଳରେ ୨୫ରୁ ୨୭ ଦିନର ବିଲ୍ ଦିଆଯାଉଛି । ଫଳରେ ବର୍ଷକୁ ୧୨ଟି ବଦଳରେ ୧୩ରୁ ୧୪ଟି ବିଲ୍ ଆସୁଛି ।
ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି ।