/odishatv-khabar/media/post_attachments/uploadimage/library/16_9/16_9_0/Jajpur_1724564384.jpg)
Jajpur
ମା’ ତା’ ପୁଅକୁ ଝରିଝୁରି ବିଛଣା ଲଗା ହୋଇଗଲାଣି । ଜୀବନ ଜୀଇବା ପାଇଁ ସାଲାଇନ୍ ଲାଗିଛି । ମେଡିସନ୍ ବି ଚାଲିଛି । ହେଲେ ସବୁ କିଛି ଯେମିତି ତା’ର ଶେଷ ହୋଇଯାଇଛି । କେବଳ କୋଳ ଖାଲି ହୋଇନି । ସେ ଯେମିତି ସବୁ ଦେଖିପାରୁଥିଲେ ବି ତା’ ଦୁନିଆ ଅନ୍ଧାର ହୋଇଯାଇଛି । ଆଉ ଏ ମା’ର ସବୁ କିଛି ଛଡ଼ାଇ ନେଇଛି ଟାଟା ପାୱାର ।
ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବ୍ରାହ୍ମଣୀ ଗାଁରେ ନିଜ ଚାଷଜମିରେ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ଜିତେନ୍ଦ୍ର କୁମାର ସାହୁଙ୍କ ଜୀବନ ଯାଇଛି । ଆଉ ଅସମୟରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଛି ପୂରା ପରିବାର । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ମଧ୍ୟ ଶୋକାକୂଳ ପରିବେଶ । ପୁଅକୁ ହରାଇ ମା’ ଏବେ ଶଯ୍ୟାସାୟୀ । ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଟାଟା ପାୱାରକୁ ଦାୟୀ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ।
ସଠିକ୍ ଢଙ୍ଗରେ ବିଦ୍ୟୁତ୍ ଯୋଗାଣ, ଉପକରଣ ମରାମତି ଓ ନିୟମିତ ବ୍ୟବଧାନରେ ତଦାରଖ ହେଉନଥିବାରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ଲୋକଙ୍କ ଜୀବନ ଯାଉଛି । ଯାଜପୁର ଜିଲ୍ଲାର ବ୍ୟାସନଗର, ସୁକିନ୍ଦା, କଳିଙ୍ଗନଗର ଶିଳ୍ପାଞ୍ଚଳ, ଦାନଗଦି, କୋରେଇ, ପାଣିକୋଇଲି ଆଦି ବିଭିନ୍ନ ଅଞ୍ଚଳରେ ଏଭଳି ସମସ୍ୟା ଦେଖାଦେଇଛି । ଯାହାଫଳରେ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ଘଟୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)