/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751974107.jpg)
Consumer Attacked Tata Power Employee
ବକେୟା ବିଲ୍ ଆଦାୟ ପାଇଁ ଯାଇଥିବା ଟାଟା ପାୱାର କର୍ମଚାରୀଙ୍କୁ ପିଟିଲେ ଉପଭୋକ୍ତା ।ହୁକ ପକାଇ ବିଜୁଳି ଚୋରି କରୁଥିଲେ, ବିଲ୍ ଦେଉନଥିଲେ ତାଗିତ କରିବାରୁ ବାଉଁଶ ଫାଳିଆରେ ପିଟି ପିଟି ଆକ୍ରମଣ କରିଛନ୍ତି ଉପଭୋକ୍ତା ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲିପାଟଣା ଥାନା ଅଧୀନ ମକୁନ୍ଦଦାସପୁରରେ ।
ପିପିଲି ବିଦ୍ୟୁତ୍ ସବଡିଭିଜନ ଅଧୀନ ସେକ୍ସନ ୱାନରେ ବିଲ୍ ଆଦାୟକାରୀ ଟିମ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି ।ପିପିଲି ବିଦ୍ୟୁତ ବିଭାଗ ଟିମର ଡିସି ମୁଖ୍ୟ ଅବସରପ୍ରାପ୍ତ ସେନା କର୍ମଚାରୀ ପଦ୍ମ ଚରଣ ପ୍ରଧାନଙ୍କ ନେତୃତ୍ୱ ରେ ବୋଲେରୋ ଗାଡିରେ ମୁକୁନ୍ଦଦାସପୁରକୁ ବକେୟା ବିଲ ଆଦାୟ କରିବାକୁ ଯାଇଥିଲେ ।
ତେବେ ଗାଁରେ ପ୍ରବେଶ କରିବା ପରେ ସ୍ଥାନୀୟ ୱାର୍ଡ ସଭ୍ୟ ମହମ୍ମଦ ସାମ୍ ସୁଦିନ୍ ଓରଫ ବାଦଶାହା ହୁକ ପକାଇ ଘରକୁ ଚୋରାରେ ଲାଇନ ନେଇଥିଲେ ଓ ବିଲ ବାକି ରଖିଥିଲେ । ବିଲ ଆଦାୟ ଟିମର ସୁପରଭାଇଜର ରାଜେଶ ସାହୁ ବକେୟା ବିଦ୍ୟୁତ ବିଲ୍ ମାଗିବା ସହ ଲାଇନ କାଟିବାକୁ କହିଥିଲେ । ଏଥିରେ ବାଦଶାହା ଉତକ୍ଷିପ୍ତ ହୋଇ ରାଜେଶଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବାଉଁଶରେ ନିର୍ଧୁମ ମାଡ଼ ମାରିଥିଲେ ।
ଏନେଇ ବାଲିପାଟଣା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି।ମୁଖ୍ୟ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ବାଲିପାଟଣା ପୋଲିସ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)