Advertisment

Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

author-image
Deviprasad Jena

ତାତିର ତାଉ ବଢୁଥିବା ବେଳେ ଲୋକଙ୍କ ଚିନ୍ତା ବଢାଇଛି ବିଜୁଳି ବିଭ୍ରାଟ । କେଉଁଠି ବାରମ୍ବାର ବିଦ୍ୟୁତ୍ କାଟ୍ ତ କେଉଁଠି ପୁଣି ଲୋ' ଭୋଲଟେଜ୍ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ଲୋକେ। ପୁଣି କେଉଁଠି ଟାଟା ପାୱାରର ବକେୟା ବିଜୁଳି ବିଲ୍ ଆଦାୟ ଚକ୍କରରେ ପୁରା ଗାଁକୁ ଅନ୍ଧାରରେ ରହିବାକୁ ପଡୁଛି । ଯାହାକୁ ନେଇ ଅସନ୍ତୋଷ ଆନ୍ଦୋଳନର ରୂପ ନେଲାଣି ।  ସହର ହେଉ କି ଗାଁ, ସବୁଠି ସମାନ ଦଶା । ଚୈତ୍ରରେ ଖରାର କୋପଠୁ ବଳି ଗଲାଣି ବିଜୁଳି ବିଭ୍ରାଟ ଜନିତ ସମସ୍ୟା ।

Advertisment

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା । ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ଅଞ୍ଚଳରେ । ଏଠାରେ ଗତକାଲି ଦିନ ୧୨ଟାରୁ ଗାଏବ୍ ହୋଇଯାଇଥିଲା ବିଜୁଳି । ଫଳରେ ବ୍ଳକର ପ୍ରାୟ ୨୬ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

Odisha TATA Power Electricity Bill Power Cuts
Advertisment
Advertisment