Advertisment

ଝଟକା ଦେଲେ ହାଇକୋର୍ଟ; ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ଆଉ ଚାଲିବନି ମନମାନି

ଭାବିଥିଲେ ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ପଞ୍ଚାୟତରେ ଚଳାଇବେ ମନମାନି। ଗ୍ରାମାଞ୍ଚଳ ଭୋଟ୍ ଉପରେ ଆଖି ପକାଇ ‘ନବୀନ ଓଡ଼ିଶା’ ସ୍କିମ୍ ନାଁରେ ମାରିବେ ବାହାଦୂରୀ।

author-image
Tanmay Kumar Mahalik

ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁରେ ଯେଉଁ ଯୋଜନା କରିଥିଲେ ବିଜେଡି ସରକାର, ସେହି ଯୋଜନାକୁ ଲାଗିଛି ହାଇକୋର୍ଟ ଝଟକା। ଜନପ୍ରତିନିଧିଙ୍କୁ ଉପେକ୍ଷା କରି ଏହି ସ୍କିମ୍ ଲାଗୁ କରି ଭାବି ନେଇଥିଲେ, ଦଳ ବଳ ଓ କୌଶଳ ଖଟାଇ ନବୀନ ବ୍ରାଣ୍ଡକୁ ଆଗକୁ ନେବେ। କିନ୍ତୁ, ରୋକଠୋକ୍ ଶୁଣାଇଛନ୍ତି ହାଇକୋର୍ଟ। କହିଛନ୍ତି, ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାଙ୍ଗରେ ନେଇ ପ୍ରକଳ୍ପ ଚୟନ କର ଏବଂ ସହଭାଗିତାରେ କାମ କର। କିନ୍ତୁ ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଛନ୍ତି।

Advertisment
Orissa HC State Govt
Advertisment
Advertisment