/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698304821.jpg)
Private Bus Owners' Association
ବସ୍ ମାଲିକ ସଂଘରେ ଫାଟ ସୃଷ୍ଟି ! ବାଲେଶ୍ୱର ବସ୍ ମାଲିକ ସଂଘକୁ ସାଙ୍ଗ କଲାନି ରାଜ୍ୟ ବସ୍ ମାଲିକ ସଂଘ । ବୈଠକରେ ଯୋଗଦେବାକୁ ଯାଇଥିବା ବାଲେଶ୍ୱର ସଂଘକୁ ବିରୋଧ କରାଯାଇଛି । ଫଳରେ ବୈଠକରେ ଯୋଗ ନଦେଇ ଫେରି ଆସିଛନ୍ତି ବାଲେଶ୍ୱର ସଂଘ ସଭାପତି ।
ବୈଠକରୁ ଫେରିବା ପରେ ବାଲେଶ୍ୱର ସଂଘ ସଭାପତି ବାଦଲ ଦାସ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲକ୍ଷ୍ମୀ ବସ୍ ଯୋଜନାକୁ ବାଲେଶ୍ୱର ବସ୍ ମାଲିକ ସଂଘ ସମର୍ଥନ କରୁଛି । ଲୋକଙ୍କ ସ୍ୱାର୍ଥକୁ ବିରୋଧ କରୁଥିବା ରାଜ୍ୟ ସଂଘକୁ ସମର୍ଥନ ଦେବୁନି ବୋଲି ସେ କହିଛନ୍ତି ।
ସେପଟେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଆଜି ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ଆଲୋଚନା ଚାଲିଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ମାଲିକ ସଂଘ ଯେଉଁ ଦାବି ରଖିଛି, ତାହା ହେଉଛି ବୈଠକର ମୁଖ୍ୟ ପ୍ରସଙ୍ଗ । ଖାରବେଳ ଭବନରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଏହି ମିଟିଂ ଚାଲିଛି ।
ବ୍ଲକ ହେର୍ଡକ୍ୱାଟରରୁ ଜିଲ୍ଲା ହେଡ କ୍ୱାଟରକୁ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ବସ୍ ଚାଲିଲେ, ସେମାନଙ୍କର କ୍ଷତି ହେବ ଏବଂ ବହୁ କର୍ମଚାରୀ କାମ ହରାଇବେ ବୋଲି କହିଛି ସଂଘ । ଆଗରୁ ମଧ୍ୟ ଥରେ ବୈଠକ ହୋଇଥିଲା, କିନ୍ତୁ ବାହାରି ପାରିନଥିଲା କୌଣସି ନିଷ୍କର୍ଷ ।
ତେଣୁ ଗତ ଶୁକ୍ରବାରରୁ ବସ୍ ବନ୍ଦ କରିଥିଲେ ମାଲିକମାନେ । ଶୁକ୍ରବାର ବସ୍ ଚାଲିନଥିଲା । ଦଶରା ପାଇଁ ଲୋକେ ଯିବା ଆସିବାରେ ବହୁତ ହଇରାଣ ହୋଇଥିଲେ । ସଂଘ ଆନ୍ଦୋଳନରୁ ଓହରିଥିଲା ଏବଂ ଶନିବାର ବସ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)