Advertisment

ଏଣିକି ସ୍କୁଲ୍‌ରେ ଡ୍ରିଙ୍କ୍ସ ବ୍ରେକ୍‌; ଘଣ୍ଟି ବାଜିଲେ ପିଲା ପିଇବେ ପାଣି

ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha School Childrens Get 3 Time Water Break

Children Drinks Water

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଘଣ୍ଟି।

Advertisment

ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏନେଇ ସବୁ ଡିଇଓ, ବିଇଓଙ୍କୁ ଚିଠି କଲା ଗଣଶିକ୍ଷା ବିଭାଗ।

ସେପଟେ ପ୍ରବଳ ଖରା ପାଇଁ ସ୍କୁଲ ସମୟ ନିର୍ଦ୍ଧାରଣ କଲା ବଲାଙ୍ଗିର ପ୍ରଶାସନ। ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସାଢ଼େ ୧୦ ଯାଏଁ ଚାଲିବ।

Advertisment

ଆଜି ବି ଜଳିବ, ଜାଳିବ, କଲବଲ କରିବ ତାତି। ଆସନ୍ତା ୬ ତାରିଖ ଯାଏଁ ଲାଗି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଦିନରେ ଯେତିକି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି, ରାତିରେ ବି ଅସ୍ତବ୍ୟସ୍ତ କରିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେସବୁ ଜିଲ୍ଲା ହେଉଛି, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ଢେଙ୍କାନାଳ। ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୁତ ହେବ। ଅର୍ଥାତ ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ।

Schools Heat Wave School Students
Advertisment
Advertisment