ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି।
ବିଶେଷକରି ବୋନ୍ ଟ୍ୟୁମରରେ ଆକ୍ରାନ୍ତ ରୋଗୀଙ୍କ ଅପରେସନ କ୍ଷେତ୍ରରେ ଏହା ଅତି ଦରକାରୀ ସାବ୍ୟସ୍ତ ହେବ। ବିଶେଷକରି ୧୮ରୁ ୪୫ ବର୍ଷର ଲୋକଙ୍କ ହାଡ଼, ବୋନ୍ ବ୍ୟାଙ୍କ ପାଇଁ ବେଶୀ ଉପାଦେୟ।
ଶହ ଶହ ରୋଗୀ ବସିବା ପାଇଁ କିଏ ଗଛମୂଳ ତ ଆଉ କିଏ କାନ୍ଥ ବାଡ଼ରେ ଆଶ୍ରା ନେଇଛନ୍ତି।
ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍ ଟିକେଟ୍ ବ୍ୟବସ୍ଥା
କଟକ ଏସ୍ସିବି ମେଡିକାଲ୍ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି।
କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି।
କଟକ ଏସ୍ସିବି ମେଡିକାଲ(SCB Medical)ର କିଡ୍ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।
ଦୁର୍ଘଟଣା ପରେ ଜୀଅନ୍ତା ଜଳିଗଲେ ୨ ଯୁବକ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା କଂକ୍ରିଟ ମିକ୍ସର ମେସିନ ସହ ବାଇକ୍ ଧକ୍କା ହୋଇଥିଲା।
ବଡ଼ ବଡ଼ କୋଠା, ବଡ଼ ଡାକ୍ତରଖାନା, ବଡ଼ ଆଶା। ସେଥିରେ ପୁଣି କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାର ସ୍ବପ୍ନ। ହେଲେ ୧୦ ବର୍ଷ ତଳୁ ୨୨ କୋଟିର ବ୍ୟୟ ବରାଦ, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଏବଂ ଦୁଇ ଦୁଇ ଥର ଶୁଭାରମ୍ଭ ସତ୍ତ୍ବେ କଟକ ବଡ଼ ମେଡିକାଲରେ ଆରମ୍ଭ ହୋଇପାରୁନି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଦ୍ୱିତୀୟ ଥର ପାଇଁ ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଏସସିବି ମେଡିକାଲର ହେପାଟୋଲୋଜି ବିଭାଗରେ ଲିଭର ଟ୍ରାନସ୍ ପ୍ଲାଣ୍ଟେସନ୍ ଓପିଡିର ଉଦଘାଟନ ଅବସରରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରଥମ ରୋଗୀ ଭାବେ ବିଚିତ୍ରା ନନ୍ଦ ଖଟୁଆଙ୍କ ଲିଭର ଟ୍ରାନ୍ସ ପ୍ଲାଣ୍ଟକୁ ଐତିହାସିକ ବୋଲି କହିଥିଲେ।
୧୦ ବର୍ଷ ତଳୁ ଯୋଜନା ହେଲାଣି, କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ଖତ ଖାଇଲାଣି।
ଗୁରୁତର ଅବସ୍ଥାରେ ସ୍ତ୍ରୀକୁ SCB ସ୍ଥାନାନ୍ତର, ଅଭିଯୁକ୍ତ ଅଟକ
ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ?
ଏହା ପରେ ସେମାନେ ହସ୍ପିଟାଲକୁ ଆସି ନିଜ ପିଲାକୁ ନେଇ ତୋଫାନଙ୍କ ଝିଅକୁ ଛାଡ଼ି ଯାଇଛନ୍ତି।
ଚୋରି ଯାଇଥିବା ନବଜାତର ମା ଯାଁଳା କନ୍ୟା ପ୍ରସବ କରିଥିଲେ । ଗୋଟିଏ ଝିଅକୁ ଧରି ମା ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି ।
SCB ମେଡିକାଲ୍ ଟିକେଟ୍ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।
ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ
ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।
କଟକ ଏସସିବି ମେଡିକାଲରେ ୧୩ ଦିନ ହେଲାଣି ନାଇଜେରୀୟ ଅଭିଯୁକ୍ତଙ୍କ ମୃତଦେହ ପଡ଼ି ରହିଛି। ଗତ ମେ’ ୨୬ ତାରିଖରେ ଅଗଷ୍ଟିନ୍ଙ୍କ ମୃତ୍ୟୁ ହୋଇଛି। ସେବେଠୁ ହସ୍ପିଟାଲ୍ର ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡ଼ି ରହିଛି।
ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ।
ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।
ଏସସିବି ମେଡିକାଲ ମେଡିସିନ ୱାର୍ଡରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ମୁହାଁମୁହିଁ ହୋଇଥିଲେ ରୋଗୀ ସଂପର୍କୀୟ ଓ ଡାକ୍ତର । ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ କରିବାରୁ ରୋଗୀଙ୍କ ସଂପର୍କୀୟଙ୍କୁ ଗୋଟିଏ ଘରେ ପୁରାଇ କବାଟ ବନ୍ଦ କରିଦେବା ସହ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।