/odishatv-khabar/media/media_files/2026/01/02/sarathi-2026-01-02-10-44-08.jpg)
SARATHI Photograph: (OTV)
ତୁଟୁନି ସାରଥି ମୋହ। ପାରାଦୀପ ପରେ ଭଦ୍ରକରୁ ଆସିଲା ସାରଥି ଅନୁଗାମୀଙ୍କ ନୂଆବର୍ଷ ସେଲିବ୍ରେସନ୍। ସାରଥିଙ୍କ ଫଟୋକୁ ପୂଜା କରି ସଂକୀର୍ତ୍ତନ ସହିତ ନାଚିନାଚି ଭାବବିହ୍ବଳ ହୋଇପଡ଼ିଲେ ସାରଥି ଅନୁଗାମୀ ।
ଭଣ୍ଡାରିପୋଖରୀ ବ୍ଲକ ପାଟୁଳୀ ଗାଁରେ ଶହଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ । ସାରଥିଙ୍କ ଫଟୋ ଚିତ୍ରରେ ଫୁଲମାଳ ଦେବା ସହିତ ମଥାରେ ମୟୂର ଚୁଳ ଲଗାଇ ପୂଜାର୍ଚ୍ଚନା କରିଥିଲେ। ସମସ୍ତେ ଏକାଠି ହୋଇ ସାରଥିଙ୍କ ଫଟୋ ଆଗରେ ଭଜନ କୀର୍ତ୍ତନ କରିଥିଲେ ।
ଏହି ଅବସରରେ ପ୍ରସାଦ ସେବନ ସହିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ଗତକାଲି ପାରାଦୀପର ମଧ୍ୟ ସମାନ ଢଙ୍ଗରେ ସାରଥିଙ୍କ ଅନୁଗାମୀମାନେ ନୂଆବର୍ଷ ପାଳନ କରିଥିଲେ । ପାରାଦୀପରେ ଏକାଠି ହୋଇଥିଲେ ଶତାଧିକ ସାରଥୀ ଭକ୍ତ। ନୂଆବର୍ଷକୁ ସ୍ଵାଗତ ଜଣାଇ କରିଥିଲେ ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ। ଜରାଶ୍ରମରେ ବାଣ୍ଟିଥିଲେ ଖାଦ୍ୟ ଓ ବସ୍ତ୍ର। ସାରଥୀଙ୍କ ଫଟୋ ରଖି ପୂଜା କରିଥିଲେ।
ଭାବବିହ୍ଵଳ ହୋଇ ନାଚିଥିଲେ। ପାରାଦୀପ ଜର୍ଦ୍ଦାରିପଡାରେ ଥିବା ଏକ ଜରାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ପେଟ ଭରି ଖୁଆଇବା ସହ ଶାଢ଼ୀ ଓ କମ୍ବଳ ବଣ୍ଟନ କରିଥିଲେ। ସକାଳୁ ଜରାଶ୍ରମ ପରିସରରେ ଭଜନ କୀର୍ତ୍ତନ କରି ଭାବଭକ୍ତିରେ ଝୁମିଥିଲେ । ପାରାଦୀପ ଓ କୁଜଙ୍ଗର ବିଭିନ୍ନ ଗ୍ରାମରୁ ଶତାଧିକ ସାରଥୀ ଅନୁଗାମୀ ଏକାଠି ହୋଇଥିଲେ।
ତୁଟୁନି ସାରଥି ମୋହ
ସାରଥିଙ୍କୁ ପୂଜାର୍ଚ୍ଚନା କଲେ, ନୂଆବର୍ଷ ପାଳିଲେ
ଶହଶହ ସାରଥି ଅନୁଗାମୀ ଆୟୋଜନ କରିଥିଲେ ସତସଙ୍ଗ
ଗତକାଲି ପାରାଦୀପରେ ଏକାଠି ହୋଇଥିଲା ସାରଥି ଅନୁଗାମୀ
From Odisha to Ayodhya: ଓଡ଼ିଶାରୁ ଅଯୋଧ୍ୟା ଯିବ ୨୩୫ କେଜିର କୋଦଣ୍ଡ ଧନୁଷ, ରାଜ୍ୟର ୩୦ ଜିଲ୍ଲା ବୁଲିବ

Fresh Attack on Hindus in Bangladesh: ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଆକ୍ରମଣ, ଛୁରି ଭୁସି ନିଆଁ ଲଗାଇଦେଲେ

Senior IAS Officers Reassigned: ବରିଷ୍ଠ IAS ସ୍ତରରେ ଅଦଳବଦଳ, ଜାଣନ୍ତୁ କିଏ ରହିଲେ କେଉଁ ଦାୟିତ୍ୱରେ

Koraput’s Desi Chicken: କୋରାପୁଟର ଦେଶୀ ଚିକେନ୍, ମଟନଠୁ ଦର ଅଧିକ କିନ୍ତୁ ଟେଷ୍ଟରେ ବେଷ୍ଟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)