ରତ୍ନଭଣ୍ଡାର ଖୋଲିଲା, ବାହାର ଓ ଭିତର ଦୁଇଟିଯାକ ଭଣ୍ଡାର ଘରୁ ସ୍ୱତନ୍ତ୍ର ଷ୍ଟ୍ରଙ୍ଗରୁମ୍କୁ ରତ୍ନ ବି ସ୍ଥାନାନ୍ତର ହେଲା। ହେଲେ କେବେଠୁ ମରାମତି କାମ ଆରମ୍ଭ ହେବ ତାକୁ ନେଇ ଚର୍ଚ୍ଚା। କୁହାଯାଉଛି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ ଆଗ ଲେଜର ସ୍କାନିଂ ଓ ଜିପିଆରଏସ୍ ସର୍ଭେ ପରେ ମରାମତି ହୋଇପାରେ। ତେଣୁ କେବେ ଏ କାମ ସରୁଛି ଏବେ ତା ଉପରେ ନଜର।
ରତ୍ନଭଣ୍ଡାରରେ ଭିତରେ ରହିଛି ଯୁଦ୍ଧାସ୍ତ୍ର ... ଅଛି ତେଣ୍ଟା, ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର । ଅଛି ମଧ୍ୟ ଚର୍ଚ୍ଚା ହେଉଥିବା କେତେକ ରାଜା ମୁକୁଟ ।
୪୬ ବର୍ଷ ପରେ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ପ୍ରଥମ ଥର ପାଇଁ ଭିତର ରତ୍ନଭଣ୍ତାର ଖୋଲିଛି ।
ପ୍ରତୀକ୍ଷାର ଅବସାନ ହୋଇଛି । ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର । ତେବେ ଭଣ୍ତାର ଭିତରେ କଣ କଣ ସାମଗ୍ରୀ ରହିଛି, ଏସବୁ ନେଇ ଜନତାଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି ।
କୁଆଡେ ଗଲା ସୁନା ଥାଳି । କାହିଁକି ମହାପ୍ରଭୁଙ୍କୁ ସୁନାଥାଳିରେ ଭୋଗ ଲାଗୁନି ।
ମିଳିଲା ରାଜ ରାଜୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।
ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।
ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର ହେଲା ରତ୍ନ ଅଳଙ୍କାର । ପ୍ରାୟ ସାଢ଼େ ୭ ଘଣ୍ଟା ଧରି ଚାଲିଲା ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ।
ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର୍ ଧରୁଛି ଚର୍ଚ୍ଚା ।
ଖୋଲିଲା ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା । ଶୁଭ ସମୟ ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନଭଣ୍ଡାର।
ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ । ଖୋଲିବ ରାଜରାଜୁଡ଼ା ଅମଳର ପ୍ରାଚୀନ ସିନ୍ଦୁକ ଓ ଆଲମିରା ।
ଆସନ୍ତାକାଲି ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ଦେଖିବ ଚର୍ମଚକ୍ଷୁ। ଅଳଙ୍କାରଗୁଡ଼ିକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ ହେବା ପରେ ଆରମ୍ଭ ହେବ ରତ୍ନଭଣ୍ଡାରର ମରାମତି ଏବଂ ଶେଷରେ ହେବ ଗଣତି ମଣତି । ତେବେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ମରାମତି ହେବାକୁ ଯାଉଥିବାରୁ ASI ପାଇଁ ରହିବ ଆହ୍ୱାନପୂର୍ଣ୍ଣ ।
ଯାହାଙ୍କ ରତ୍ନଭଣ୍ଡାରରେ ଅଛି ମହଣ ମହଣ ସୁନା। ହେଲେ କେବେ ଭଙ୍ଗା ତ କେବେ ପୁରୁଣା ଅଳଙ୍କାର ପିନ୍ଧୁଛନ୍ତି ବ୍ରହ୍ମାଣ୍ଡ ଠାକୁର। ସୁନାବେଶ ହେଉ କି ଦୈନନ୍ଦିନ ନୀତିକାନ୍ତି, ସବୁଥିରେ ଠାକୁରଙ୍କୁ ଲାଗି ହେଉଛି ନିର୍ଦ୍ଧିଷ୍ଟ ଗୋଟିଏ ସେଟର ଅଳଙ୍କାର । ଯାହାକୁ ନେଇ ପ୍ରକାଶ ପାଇଛି ଉଦବେଗ ।
କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ।
୪୬ ବର୍ଷ ପରେ ଖୋଲିବ ରାଜରାଜୁଡ଼ା ଅମଳର ସିନ୍ଦୁକ ଓ ଆଲମିରା। ଖଟଶେଯ ଘରକୁ ଅଣାଯିବ ମହାପ୍ରଭୁଙ୍କ ଦିବ୍ୟ ଆଭୂଷଣ।
ଚାବି ହଜିବାକୁ ନେଇ ବିସ୍ଫୋରକ ବୟାନ ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଚାବି ହଜିବା ଓ ମିଳିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।
ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶରେ କଣ ରହିବ କଟକଣା । ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।
ପୁଣି କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରଶ୍ନ ଉଠୁଥିଲା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ବିଚାରବିମର୍ଶ ପରେ ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲା।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲାଯାଇଥିଲେ ବି, ବିବାଦ ଥମୁନି । ପଡ଼ିଥିବା ୩ଟି ତାଲାରୁ ଗୋଟିଏ ବି ତଥାକଥିତ ଡୁପ୍ଲିକେଟ୍ ଚାବିରେ ନଖୋଲିବା ଏବଂ ଦୁଇଟି ତାଲାରେ ଜଉମୁଦ ନଥିବାରୁ ଉଠୁଛି ଅନେକ ପ୍ରଶ୍ନ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ନୁହେଁ ତ, ସତେ କି ଖୋଲୁଛି ରହସ୍ୟ ପେଡ଼ି । ପ୍ରାୟ ୫ ଦଶନ୍ଧି ପରେ ଗତକାଲି ଭିତର ଭଣ୍ଡାର ଖୋଲା ଯାଇଥିଲେ ବି, ବିବାଦ ଥମୁନି ।
ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?
କେମିତି ଅଛି ରତ୍ନଭଣ୍ଡାର ? କେଉଁ ଅବସ୍ଥାରେ ଅଛି ଭିତର ଓ ବାହାର ଭଣ୍ଡାର ଘର ସ୍ଥିତି ? କେବେଠୁ ହେବ ମରାମତି ?
୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।
ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ?
ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିବା ପରେ ଏବେ ସ୍ଥିତିକୁ ନେଇ ବଢୁଛି ଉତ୍କଣ୍ଠା । କାରଣ ସମୟ ଅଭାବରୁ, ଭିତର ଭଣ୍ଡାରର ସ୍ଥିତିକୁ ନେଇ ଆଜି ଯାଞ୍ଚ ହୋଇପାରିନି ବୋଲି କମିଟି ସଦସ୍ୟ କହିଛନ୍ତି ।