Advertisment

Repair of Ratna Bhandar: ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା ରତ୍ନଭଣ୍ଡାର

ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା ମରାମତି ହୋଇ ନଥିଲେ କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା ବୋଲି ଆଶଙ୍କା କରିଛନ୍ତି ଆଇନ ମନ୍ତ୍ରୀ । ଯେହେତୁ ASIକୁ କମ୍ ସମୟ ଦିଆଯାଉଛି, ମରାମତି ବିଳମ୍ବିତ ହେଉଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
‘ଭୁଶୁଡ଼ି ପଡ଼ିଥାଆନ୍ତା ରତ୍ନଭଣ୍ଡାର’

‘ଭୁଶୁଡ଼ି ପଡ଼ିଥାଆନ୍ତା ରତ୍ନଭଣ୍ଡାର’

ରତ୍ନଭଣ୍ଡାର ମରାମତି ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା । ଶହେରୁ ଦୁଇ ଶହ ବର୍ଷ ଠିକ୍ ଢଙ୍ଗରେ ରହିଲା ଭଳି ମରାମତି ଉପରେ ଗୁରୁତ୍ବ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ASIକୁ କୌଣସି ପ୍ରକାର ବ୍ୟସ୍ତ କରାଯାଉ ନାହିଁ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନ ଭଣ୍ଡାର ମରାମତି ଚୂଡାନ୍ତ କରିବାକୁ ଉଦ୍ୟମ କରାଯାଉଛି । ନୀତିକାନ୍ତିକୁ ବ୍ୟାଘାତ ନ କରି ମରାମତି କାମ ଚାଲିଛି । ଦିନରେ ଦେଢ଼ରୁ ଦୁଇ ଘଣ୍ଟା ଚାଲିଛି ମରାମତି କାମ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ୮୪ ବର୍ଷ ବୟସରେ ଏମବିଏ ଡ଼ିଗ୍ରୀ..., ପାଠପଢ଼ା ନିଶା ଆଗରେ ହାର ମାନିଲା ବୟସ

ରତ୍ନ ଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା ମରାମତି ହୋଇ ନଥିଲେ କେତେବେଳେ ଭୁଶୁଡ଼ି ପଡ଼ି ଥାଆନ୍ତା ବୋଲି ଆଶଙ୍କା କରିଛନ୍ତି ଆଇନ ମନ୍ତ୍ରୀ । ଯେହେତୁ ASIକୁ କମ୍ ସମୟ ଦିଆଯାଉଛି, ମରାମତି ବିଳମ୍ବିତ ହେଉଛି । ସ୍ନାନ ଯାତ୍ରା ପୂର୍ବରୁ ଆମେ ବି ସାରିବା ପାଇଁ ଚେଷ୍ଟା କରୁଛୁ, ରତ୍ନ ଭଣ୍ଡାରର କାମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Advertisment
Odisha Puri Srimandir Ratna Bhandar Prithiviraj Harichandan
Advertisment
Advertisment