• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ratna Bhandar

Ratna Bhandar
କେବେ ଖୋଲିବ ରତ୍ନଭଣ୍ଡାର ?

ରାଜ୍ୟରେ ବିଜେଡି ସରକାର ଗଲା, ବିଜେପି ସରକାର ଆସିଲା । ତଥାପି ଥମିଲାନି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦ୍ବନ୍ଦ୍ବ । ଆଗାମୀ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲାଯିବା ନେଇ ଗତକାଲି ଜଣେ ଏଏସଆଇ ଅଧିକାରୀଙ୍କ ସୂଚନାକୁ ପରେ ଆଇନମନ୍ତ୍ରୀ ବିଭ୍ରାନ୍ତିକର ଦର୍ଶାଇ ଖଣ୍ଡନ କରିବା ପରେ ଶଙ୍କା ଆହୁରି ବଢିଛି ।

Ratna Bhandar
ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡ଼େଣ୍ଟ ଡଃ ଡି.ବି .ଗଡନାୟକ।

Ratna Bhandar
ଖୁବଶୀଘ୍ର ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ?

Ratna Bhandar
ମୋଦି ଗ୍ୟାରେଣ୍ଟିକୁ ନେଇ ବଢୁଛି ଭକ୍ତଙ୍କ ଆଶା; ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।

Ratna Bhandar
ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା

ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ବିଜେପି ମାଡ଼ରେ ଭୀଷଣ ଘାଇଲା ହେବା ପରେ, ଶେଷ ମୁହୂର୍ତ୍ତରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛି ବିଜେଡି।

Ratna Bhandar
ବିଜେଡିର 'ରତ୍ନଭଣ୍ଡାର' ସ୍ପଷ୍ଟୀକରଣ ଚେଷ୍ଟା; ପୁଣି ଟାର୍ଗେଟ୍ କଲା ବିଜେପି

ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ସରିବାକୁ ଥିବା ବେଳେ, ଆଜି ସାମ୍ନାକୁ ଆସିଛି ରତ୍ନଭଣ୍ଡାରକୁ ନେଇ ଶାସକ ଦଳର ଏକ ଖବରକାଗଜ ବିଜ୍ଞାପନ । 

Narendra Modi
ଅନୁଗୁଳରେ ବର୍ଷିଲେ ମୋଦି; କହିଲେ, ବିଜେଡି ଶାସନରେ ବି ସୁରକ୍ଷିତ ନୁହେଁ ଜଗନ୍ନାଥ ସଂସ୍କୃତି

ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି ।

Bhartruhari Mahtab
ରାଜ୍ୟ ସରକାରଙ୍କୁ ଭର୍ତ୍ତୃହରିଙ୍କ ପ୍ରଶ୍ନ, ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ?

ସେପଟେ ଚଳିତ ନିର୍ବାଚନରେ ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନ୍‌ଙ୍କୁ କରୁଛି ଡାଇରେକ୍ଟ ଆଟାକ୍।

Ratna Bhandar
ରାଜ୍ୟ ବିଜେପି ନିର୍ବାଚନୀ ମୁଦ୍ଦାରେ ଶ୍ରୀମନ୍ଦିର

ରାଜ୍ୟ ବିଜେପିର ନିର୍ବାଚନୀ ମୁଦ୍ଦାରେ ମୁଖ୍ୟ ପ୍ରସଙ୍ଗ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଡୁପ୍ଲିକେଟ୍ ଚାବିକୁ ନେଇ ମୋଦିଙ୍କଠୁ ଆସମ ମୁଖ୍ୟମନ୍ତ୍ରୀଙ୍କ ଯାଏଁ, କିଏ ନବୀନ ସରକାର ତ କିଏ ପାଣ୍ଡିଆନଙ୍କୁ କରୁଛି ଡାଇରେକ୍ଟ ଆଟାକ୍।

Ratna Bhandar
ରତ୍ନଭଣ୍ଡାର ଚାବି ଲୁଚେଇଛି କିଏ ? ବିଜେ଼ପି ନେତାଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ପ୍ରଥମେ ମୋଦିଙ୍କ ଡୁପ୍ଲିକେଟ୍ ଚାବି ବାଣ। ତା ପରେ ରତ୍ନଭଣ୍ଡାର ଖୋଲିବାକୁ ଶାହାଙ୍କ ଗ୍ୟାରେଣ୍ଟି। ଆଉ ଭଣ୍ଡାର ଘରର ଢିଲା ସୁରକ୍ଷାକୁ ନେଇ ନଡ୍ଡାଙ୍କ ନନଷ୍ଟପ୍ ନିଶାନା।

Himant Biswa Sarma
ହିମନ୍ତଙ୍କ ବଡ଼ ବୟାନ; 'ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍'

୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା।

Narendra Modi
PM ମୋଦିଙ୍କ ରତ୍ନଭଣ୍ଡାର ବାଣ; କହିଲେ, ଚାବି ହଜିବାଠୁ ଡୁପ୍ଲିକେଟ୍ ଚାବି ତିଆରି ଆହୁରି ଗମ୍ଭୀର

ଓଡ଼ିଶାର ଜାତି, ଅସ୍ମିତା, ପ୍ରତି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ଆଉ ସେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

BJP Manifesto
ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।

BJP Manifesto
ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ, ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।

Puri Ratna Bhandar
ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ମାଗିଲେ ହାଇକୋର୍ଟ

କୁଆଡ଼େ ଗଲା ରତ୍ନଭଣ୍ଡାର ‘ଚାବି ହଜା’ ରିପୋର୍ଟ ? ତଦନ୍ତ କମିଶନଙ୍କ ରିପୋର୍ଟର ସ୍ଥିତି ଜାଣିବାକୁ ଚାହିଁଲେ ହାଇକୋର୍ଟ । 

Sri Mandir
ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ତଳେ ଆହୁରି ୨ଟି ରତ୍ନଭଣ୍ଡାର ଥିବା ଓ ଏହାକୁ ଶ୍ରୀମନ୍ଦିର ଗବେଷକ ବି ସମର୍ଥନ କରିବା, ସମସ୍ତଙ୍କୁ ଚମକାଇ ଦେଇଛି ।

Sri Mandir
ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

Srimandir Ratna Bhandar
ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର

ଜଗନ୍ନାଥ ପ୍ରେମୀ ଆଶ୍ବସ୍ତ। ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ସନ୍ଦେହ ଓ ସଂଶୟ ହେବ ଦୂର। ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ ୧୨ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ କମିଟି ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।

Srimandir Ratna Bhandar
ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତ...ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର...

ଖୋଲିବ ମହାପ୍ରଭୁଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡା । ରତ୍ନଭଣ୍ଡାରକୁ ନେଇ ଦୂର ହେବ ସନ୍ଦେହ ଓ ସଂଶୟ । ଦୁର୍ଲଭ ଅଳଙ୍କାର ଗୁଡ଼ିକର ହେବ ଗଣତି ଓ ମଣତି । 

Ratna Bhandar
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ... ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ

କମିଟିରେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡକ୍ଟର ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ କମିଟିର ସଦସ୍ୟ ଅଛନ୍ତି।

Puri Emar Matha
ଏମାର ମଠକୁ ନେଇ ଅଡୁଆରେ ସରକାର; ଯେତେ ଲୁଚାଇଲେ ବି ଦୋଷ ଲୁଚୁନି ?

୨୦୧୧ ମସିହାରେ ଜବତ ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ୨୦୨୨ରେ ଖନନ ବେଳେ ବାହାରିଥିଲା କାରୁକାର୍ଯ୍ୟ ପୂର୍ଣ୍ଣ ସିଂହ ମୂର୍ତ୍ତି। ଆଉ ଏବେ ଦୃଶ୍ୟମାନ ହୋଇଛି ୧୫ ଫୁଟ୍ ମାଟି ତଳେ ପୁରୁଣା ହାଣ୍ଡି।

Sri Mandir
୪ ସପ୍ତାହରେ ନିଯୁକ୍ତି ହେବେ ଅଧ୍ୟକ୍ଷ, ହାଇକୋର୍ଟରେ ଜଣାଇଲେ ରାଜ୍ୟ ସରକାର

ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲା ଓ ଗଣତି ଆବେଦନ ମାମଲା । ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯିବ । ଆସନ୍ତା ୪ ସପ୍ତାହରେ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ସରକାର ।

Ratna Bhandar
କେବେ ଖୋଲାହେବ ମହାପ୍ରଭୁଙ୍କ ଭଣ୍ଡାର ଗୃହ?

ମହାପ୍ରଭୁଙ୍କ ଭଣ୍ଡାର ଗୃହର ସ୍ଥିତି ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଲେଜର ସ୍କାନିଂ ସାରିଥିଲେ ବି ଏବେ ସୁଦ୍ଧା ଭଣ୍ଡାର ଗୃହର ସ୍ଥିତି ଏବଂ ଲେଜର ସ୍କାନିଂ ରିପୋର୍ଟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ସାଧାରଣରେ ଉଠିଛି ପ୍ରଶ୍ନ..