/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752049316.jpg)
FIR Filed Against 7 Sevayats
ରଥ ଉପରକୁ ମୋବାଇଲ୍ ନେଇଥିବା ୭ ସେବାୟତଙ୍କ ନାଁରେ ଏତଲା।ସିଂହଦ୍ବାର ଥାନାରେ ୭ ସେବାୟତଙ୍କ ନାଁରେ FIR ହୋଇଥିବା ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ।ବାରଣ ସତ୍ତ୍ବେ କିଛି ସେବାୟତ ରଥ ଉପରକୁ ମୋବାଇଲ୍ ନେଇଥିଲେ।ସେମାନଙ୍କ ନାଁରେ ଏତଲା ପାଇଁ ସିଂହଦ୍ବାର ଥାନାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିଲା।ଏହା କେବଳ ରଥର ପବିତ୍ରତା ନଷ୍ଟ କରିନି, ଧନଜୀବନ ପ୍ରତି ବିପଦ ହୋଇଛି ବୋଲି ଦର୍ଶାଯାଇଥିଲା।ଏହାପରେ ୭ ଜଣ ସେବାୟତଙ୍କ ନାଁରେ ଏତଲା ହୋଇଛି।
ସେପଟେ ଶରଧାବାଲି ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ କରିବେ ଉନ୍ନୟନ କମିଶନର୍।ଆଜି ଭୁବନେଶ୍ବରରେ ଏବଂ ଆସନ୍ତାକାଲି ପୁରୀରେ ସାକ୍ଷ୍ୟ ଗ୍ରହଣ ହେବ।ଆଗ୍ରହୀ ବ୍ୟକ୍ତିମାନେ ଆଜି ଅପରାହ୍ଣ ୩ଟା ପରଠୁ ଭୁବନେଶ୍ବରସ୍ଥିତ ରାଜ୍ୟ ଅତିଥିଭବନରେ ଏବଂ ଆସନ୍ତାକାଲି ଅପରାହ୍ଣ ୩ଟା ପରଠୁ ପୁରୀ ସ୍ପେଶାଲ ସର୍କିଟ୍ ହାଉସ୍ ରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ କରିପାରିବେ।
ଏଥିସହ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ସଂପର୍କରେ କେହି ବ୍ୟକ୍ତି କିମ୍ବା ସଂସ୍ଥା କୌଣସି ସୂଚନା, ତଥ୍ୟ ଓ ଭିଡିଓ ଫୁଟେଜ୍ ଆଦି ଦେବାକୁ ଚାହୁଁଥିଲେ, ଏଥିପାଇଁ ଇମେଲ୍ ID ଓ ଟେଲିଫୋନ୍ ନମ୍ବର ଜାରି କରାଯାଇଛି। puri [email protected]ରେ ଏସବୁ ପଠାଇବାକୁ କିମ୍ବା ଟେଲିଫୋନ୍ ନଂ-୦୬୭୪-୨୫୩୬୮୮୨ କିମ୍ବା ୦୬୭୪-୨୩୯୧୯୭୦ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଏପଟେ ନିଳାଦ୍ରୀବିଜେ ପରେ ଘୋଷଯାତ୍ରା ଶେଷ ହୋଇଛି ।ଶ୍ରୀମନ୍ଦିରରେ ପୁଣି ମହାପ୍ରଭୁଙ୍କର ଲୀଳାଖେଳା ଆରମ୍ଭ ।ଆଜି ବାହାରିବ ନୀଳାଚଳ ଅବଢା।ମହାପ୍ରଭୁ ରତ୍ନବେଦୀକୁ ବିଜେ ପରେ ପୁଣି ଦୈନନ୍ଦିନ ନୀତିକାନ୍ତି ସ୍ବାଭାବିକ ହୋଇଛି ।୧୩ ଦିନ ପରେ ନୀଳାଚଳ ଅବଢା ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି।ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ।ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବାର ସୁଯୋଗ ପାଇବେ।ନୀଳାଦ୍ରି ବିଜେ ପରେ ରତ୍ନସିଂହାସନରେ ପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)