Advertisment

Emotional Farewell as Lord Jagannath: ଚକା ଜହ୍ନ ହସୁଛି, ଭକ୍ତ ଚାହିଁ ବସିଛି; ନିଳକନ୍ଦରରେ ବିଜେ କରିବେ ନୀଳାଦ୍ରି ଠାକୁର...

ନିର୍ଦ୍ଧାରିତ ସମୟ ଆଗରୁ ବଡ ଭାଇ ବଳିଆକୁ ପଠେଇ, ନିଜେ ସଜବାଜ ହୋଇ ଜଲଦି ଜଲଦି ବାହାରି ଆସିଛି । ହେଲେ ଭଉଣୀ ସୁଭଦ୍ରାର କ’ଣ ହୋଇଛି କେଜାଣି ମାଉସୀ ଘର ଛାଡି ଯିବାକୁ ବୋଧେ ଇଛା ହେଉନାହିଁ।

author-image
Sujit kumar Swain
Emotional Farewell as Lord Jagannath Begins His Journey Back to Srimandir

Emotional Farewell as Lord Jagannath Begins His Journey Back to Srimandir

ଘରକୁ ଯିବ ବୋଲି ଆଜି କାଳିଆ ମୁରୁକି ମୁରୁକି ହସୁଛି...ଆଖି ଯୋଡାକ ଚନ୍ଦ୍ର ତାରା ଭଳି ଝଲସୁଛି...ଜନ୍ମଭୁମିରେ ଲୀଳା ଖେଳା ସାରି ଫେରୁଛି...ଭକ୍ତଙ୍କ ଗହଣରେ ରହି ଖୁସିରେ ଆଖି ବୁଲେଇ ବୁଲେଇ ଦେଖୁଛି...

Advertisment

ନିର୍ଦ୍ଧାରିତ ସମୟ ଆଗରୁ ବଡ ଭାଇ ବଳିଆକୁ ପଠେଇ, ନିଜେ ସଜବାଜ ହୋଇ ଜଲଦି ଜଲଦି ବାହାରି ଆସିଛି । ହେଲେ ଭଉଣୀ ସୁଭଦ୍ରାର କ’ଣ ହୋଇଛି କେଜାଣି ମାଉସୀ ଘର ଛାଡି ଯିବାକୁ ବୋଧେ ଇଛା ହେଉନାହିଁ। ମଝିରେ ଟିକିଏ ଅଟକି ଯାଇଛି। ଭାଇକୁ ଦେଖି ଭଉଣୀ କହୁଛି ମାଉସୀ ଘରକୁ ଆସିବା ପାଇଁ ଜଗିବାକୁ ହେବ ଆହୁରି ବର୍ଷେ। କାଳିଆ କିନ୍ତୁ ବହୁତ ଖୁସି ଦେଖାଯାଉଛି। କହୁଛି ଭକ୍ତଙ୍କୁ ଆଉ ହଇରାଣ କରିବିନି। ତୁମ ଭକ୍ତିରେ ମୁଁ ଆଜି ବିଭୋର। ରଥଯାତ୍ରା ସମୟରେ ସିନା ଟିକିଏ ହଇରାଣ କରିଦେଲି। ମୋ ଭକ୍ତ ବା କାହିଁ କେତେ ଦୂରରୁ ମୋ ପାଖରେ ପହଞ୍ଚିନଥିଲା। ସେଥିପାଇଁ ମୋ ରଥ ଗଡିଲାନି। ମୋ ଭକ୍ତ କେତେ କଷ୍ଟ ପାଇଲେ।  ମୋର ଟିକିଏ ସାନିଧ୍ୟ ପାଇବା ପାଇଁ ଦଳଚକଟାରେ ଜୀବନ ଚାଲିଗଲା । ଏବେ କିନ୍ତୁ ପ୍ରଶାସନ ବି ସଜାଗ ସରକାର ସଜାଗ। ସବୁଠି ଶୃଙ୍ଖଳିତ ବ୍ୟବସ୍ଥା। ଭକ୍ତ ନାଚୁଛି ବଡଦାଣ୍ଡରେ।

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

Advertisment

ଚକା ଜହ୍ନ ହସୁଛି।  ଭକ୍ତ ଚାହିଁ ବସିଛି। ନିଳକନ୍ଦରରେ ବିଜେ କରିବେ ନୀଳାଦ୍ରୀ ଠାକୁର । ବଡଦାଣ୍ଡରେ ୩ ଦିନ ଧରି ଲୀଳାଖେଳା କରିବେ। ସୁନା ବେଶ, ଅଧରପଣା ଆଉ ନିଳାଦ୍ରୀ ବିଜେ। ଭକ୍ତଙ୍କ ଗହଣରେ ରହି ଭକ୍ତଙ୍କୁ ଦେଖାଇବେ ମହଣ ମହଣ ସୁନାରେ ସଜେଇ ହୋଇ ରାଜାଧିରାଜ ସୁନାବେଶ।  ଭକ୍ତ ଆଜି ଭଗବାନଙ୍କୁ ନିଜ ପାଖରେ ପାଇ ବହୁତ ଖୁସି। ସତେ ଜେମିତି କାହିଁ କେତେ କାଳରୁ ଅପେକ୍ଷା କରି ବସିଥିଲା ତାର ମହାପ୍ରଭୁ କାଳିଆକୁ।  

ଭକ୍ତର ଭଗବାନ। ଭକତର ଭାବରେ ବନ୍ଧା ମୋ ଜୀବନ।  ପୁଣି ମୋର ଲୀଳା ଖେଳା କରିବାକୁ ଭକ୍ତଙ୍କ ପାଇଁ ଆସିବି ଆର ବର୍ଷକୁ।

Ratha Jatra Ratha Yatra
Advertisment
Advertisment