ମହିଳାଙ୍କର କୌଣସି ସନ୍ତାନ ହେଉ ନଥିବାର ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ।
୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି।
୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ। ଦୋଷୀକୁ ୨୦ ବର୍ଷ ସଜା ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ ।
ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଲାଗିଲା ଦାଗ। ଯିଏ ସୁଖ, ଦୁଃଖରେ ଛିଡ଼ା ହେବା ପାଇଁ ସ୍ତ୍ରୀକୁ ବଚନ ଦେଇଥିଲେ, ଶେଷରେ ସବୁକିଛି ଭୁଲି ପିଶାଚ ସାଜିବାକୁ ମଧ୍ୟ ପଛାଇଲେ ନାହିଁ। ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ସାଙ୍ଗ ହାତରେ ଟେକି ଦେଇ ଜହ୍ଲାଦ ସାଜିଲା ସ୍ୱାମୀ।
ପୁଣି ଜଣେ ମହିଳାଙ୍କ ସହ ଘଟିଛି ଗଣଦୁଷ୍କର୍ମଣ। ଭାରତରେ ଦୈନିକ ଗଣଦୁଷ୍କର୍ମଣ ବଢିବାରେ ଲାଗିଛି। ନିକଟରେ ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଏକ ମହିଳାଙ୍କୁ ଅଟୋ ଡ୍ରାଇଭର ସମେତ ଆଉ ଦୁଇ ଜଣ ଗଣଦୁଷ୍କର୍ମଣ କରିଥିବାର ମାମଲା ରୁଜୁ ହୋଇଛି। ଏନେଇ ଅଟୋ ଡ୍ରାଇଭରକୁ ପୋଲିସ ଗିରଫ କରିଛି।
କୋଏମ୍ବାଟୁରରେ ମହିଳା ବାୟୁସେନା ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ ପୀଡ଼ିତାଙ୍କ ୨ ଫିଙ୍ଗର ଟେଷ୍ଟ କରାଯାଇନି। ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀ।
ମୁମ୍ବାଇର ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଆଜି ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ୩୨ ବର୍ଷୀୟ ପୀଡିତା ଘାଟକୋପର ରାଜାୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ପୀଡିତାଙ୍କ ମୃତ୍ୟୁକୁ ଡାକ୍ତରଖାନା ପ୍ରଶାସନ ମଧ୍ୟ ନିଶ୍ଚିତ କରିଛି। ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରିଛି। ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି। ଶୁକ୍ରବାର ମୁମ୍ବାଇର ସାକିନାକା ଅଞ୍ଚଳରେ ଏହି ଘଟଣା ଘଟିଛି।
ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଏକ ଜିମ୍ ମାଲିକ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜିମ୍ ମାଲିକ ଜଣେ ମହିଳାଙ୍କୁ ଅଟକାଇବା, ତାଙ୍କ ଘରେ ଜୋର ଜବରଦସ୍ତ ପ୍ରବେଶ କରିବା, ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବା ମାମଲାରେ ସମ୍ପୃକ୍ତ ବ୍ୟକ୍ତି ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ।
ଭୁବନେଶ୍ୱର: ୨୦୧୭ ମସିହା ପାଇଁ ପ୍ରକାଶିତ ହେଲା ଶ୍ୱେତପତ୍ର। ଗୃହ ବିଭାଗ ପକ୍ଷରୁ ଏହି ଶ୍ୱେତପତ୍ର ପ୍ରକାଶ ପାଇଛି। ୨୦୧୭ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ଏହି ବର୍ଷ ରାଜ୍ୟରେ ୧ ଲକ୍ଷ ୩ ହଜାର ୮୬୬ଟି ଅପରାଧ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ୮୭ ହଜାର ୨୯୭ଟି ମାମଲା ଭାରତୀୟ ପିଙ୍ଗଳ କୋଡ଼୍ରେ ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୭୦ ହଜାର ୪୫ଟିରେ […]