Advertisment

BJD Corporator Arrested: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ, ଦଳରୁ ସସପେଣ୍ଡ

ଭୁବନେଶ୍ୱରର ବିଜେଡି କର୍ପୋରେଟର୍ ଅମରେଶ ଜେନା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । । ବାଲେଶ୍ବର ନୀଳଗିରିରୁ ତାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଏହା ପରେ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।

author-image
Tapan Kumar Swain
Amaresh Jena

Amaresh Jena

ଶେଷରେ ବନ୍ଧା ହେଲେ ବିଜେଡି କର୍ପୋରେଟର୍ ଅମରେଶ ଜେନା। ବାଲେଶ୍ବର ନୀଳଗିରିରୁ ତାଙ୍କୁ ଉଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ବିଜେଡି କର୍ପୋରେଟର୍ ଅମରେଶ ଓରଫ୍ ବାୟାଁ ଜେନାଙ୍କ ବିରୋଧରେ ଆସିଥିଲା। ଏନେଇ ପୀଡ଼ିତା ଥାନାରେ ଏତଲା ଦେଇଥିଲେ। ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ଏନେଇ ଅମରେଶଙ୍କ ପ୍ରତିକ୍ରିୟା ଆସିନଥିବା ବେଳେ ପୋଲିସ୍ ମାମଲାରେ ତଦନ୍ତ କରିଥିଲା। ଅଭିଯୋଗ ହେବା ପରଠୁ ଫେରାର ଥିଲେ ଅମରେଶ। ଗତକାଲି ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଆଜି ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳରେ ଜଣଙ୍କ ଘରୁ ଉଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଗିରଫ ହେବା ପରେ ଅମରେଶଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି ।

Advertisment

ଯୁବତୀ ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୨୩ ମସିହାରେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର ଅମରେଶ ଜେନାଙ୍କ ସହ ସାକ୍ଷାତ ହୋଇଥିଲା। ସେତେବେଳେ ସେ ନାବାଳିକା ଥିଲେ। ଏହିଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା। ଏହା ପରେ ଉଭୟ ନିକଟତର ହୋଇଥିଲେ। କିନ୍ତୁ ଗତ ଏପ୍ରିଲ୍ ମାସରେ ଅମରେଶ ଯୁବତୀଙ୍କୁ ଦୁରେଇ ଯିବାକୁ କହିଥିଲେ। ଉଭୟଙ୍କ ଭିତରେ ଥିବା ସମ୍ପର୍କ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ପୀଡିତା ଏଫଆଇଆରରେ ଲେଖିଛନ୍ତି। ଅମରେଶଙ୍କ ନାଁରେ ପ୍ରତାରଣା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ରହିଥିଲା ।   

ଅଧିକ ପଢ଼ନ୍ତୁ: କଳା କୁବେର ଜଙ୍ଗଲ ବାବୁ, କେଉଁଠୁ ଆଣିଲେ ଏତେ ସମ୍ପତ୍ତି ?

Bhubaneswar BJD Rape Case BJD Leaders Booked
Advertisment
Advertisment