Advertisment

BJD Corporator: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଜୀବନରୁ ମାରି ଦେବା ପାଇଁ ଧମକ ଦେବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Amaresh

Amaresh

କିଛି ନା କିଛି ପ୍ରସଙ୍ଗକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଯେତିକି ଚର୍ଚ୍ଚାରେ ଥାଆନ୍ତି, ତା’ଠାରୁ ବେଶୀ ବିବାଦରେ ଛନ୍ଦି ହୋଇଥାନ୍ତି। ଏଥର ମଧ୍ୟ ବିବାଦରେ ଫସି ଯାଇଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ନେଇ ଅଭିଯୋଗ ହୋଇଛି। ଏହା ସହ ହତ୍ୟା ଧମକ ଦେଇଥିବାର ଅଭିଯୋଗ ମଧ୍ୟ ରହିଛି ତାଙ୍କ ବିରୋଧରେ। ଏ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା। ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ। ଏଥିସହ କ୍ୟାପିଟାଲ୍ ହସ୍ପିଟାଲ୍ ରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଛି।

Advertisment

ଯୁବତୀ ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ୨୦୨୩ ମସିହାରେ ଏକ ରଜ ଉତ୍ସବ କାର୍ଯ୍ୟକ୍ରମରେ ତାଙ୍କର କର୍ପୋରେଟର ଅମରେଶ ଜେନାଙ୍କ ସହ ସାକ୍ଷାତ ହୋଇଥିଲା। ସେତେବେଳେ ସେ ନାବାଳିକା ଥିଲେ। ଏହିଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା। ଏହା ପରେ ଉଭୟ ନିକଟତର ହୋଇଥିଲେ। କିନ୍ତୁ ଗତ ଏପ୍ରିଲ୍ ମାସରେ ଅମରେଶ ଯୁବତୀଙ୍କୁ ଦୁରେଇ ଯିବାକୁ କହିଥିଲେ। ଉଭୟଙ୍କ ଭିତରେ ଥିବା ସମ୍ପର୍କ ବିଷୟରେ କାହାରିକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ କାର୍ଯ୍ୟାନୁଷ୍ଠାନ ନ ହେଲେ ଆତ୍ମାହୁତି ଦେବି ବୋଲି ପୀଡିତା ଏଫଆଇଆରରେ ଲେଖିଛନ୍ତି। ଅମରେଶଙ୍କ ନାଁରେ ପ୍ରତାରଣା ସହ ହତ୍ୟା ଧମକ ଦେଉଥିବା ଅଭିଯୋଗ ରହିଥିବା ବେଳେ ଅମରେଶଙ୍କ ପ୍ରତିକ୍ରିୟା ମିଳିପାରିନି।

ଏହି ଘଟଣାକୁ ନେଇ ଜିଲ୍ଲା ବିଜେଡି ସଭାପତି ଅଶୋକ ପଣ୍ଡା ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଏକ ସ୍ପର୍ଶକାତର ମାମଲା। ଦଳର ସଭାପତି ସ୍ପଷ୍ଟ କରିଛନ୍ତି ଆଇନ ତା ବାଟରେ ଯିବ। ମାମଲା ନେଇ ମୁଁ ଦଳର ଶୃଙ୍ଖଳା କମିଟିକୁ ଜଣାଇବି। ବାଲେଶ୍ୱର ହେଉ କି ବଳଙ୍ଗା ପୀଡ଼ିତା ଆମ ଷ୍ଟାଣ୍ଡ କ୍ଲିୟର, ନାରୀ ସୁରକ୍ଷା ଓ ସମ୍ମାନକୁ ଦଳ ସର୍ବୋଚ୍ଚ ପ୍ରାଥମିକତା ଦେଇଛି।

Advertisment

ଅଧିକ ପଢନ୍ତୁ: ଅଠାକାଠି କାହା ପାଇଁ ତିଆରି କରୁଛନ୍ତି ଭକ୍ତ...କିଏ ଏଥିରେ ପଡ଼ିବ ?

BJD Rape Case False Marriage Promise Sexually Assaulted
Advertisment
Advertisment