Advertisment

ମାତ୍ର ୫୦ ଟଙ୍କାରେ କମେଡି ସୋ କରୁଥିଲେ ରାଜୁ ଶ୍ରୀବାସ୍ତବ

ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ   ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।

author-image
Minati Mishra
ଅଦ୍ୟତନ ହୋଇଛି
Raju Srivastava Death

Raju Srivastav is no more

ଆଉ ନାହାନ୍ତି ରାଜୁ ଶ୍ରୀବାସ୍ତବ । ଟିଭି ପରଦାରେ ହେଉ ବା ଫିଲ୍ମରେ କମେଡି କିଙ୍ଗଙ୍କ କମେଡି ଆଉ ଦର୍ଶକଙ୍କୁ ହସେଇବନି । ମାତ୍ର ୫୮ ବୟସରେ   ପରଲୋକ ହୋଇଯାଇଛି ରାଜୁ ଶ୍ରୀବାସ୍ତବଙ୍କର । ଅଗଷ୍ଟ ୧୦ ତାରଖରେ କାର୍ଡିଆକ ଆରେଷ୍ଟ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଧରି ସେ AIIMSରେ ଚିକିତ୍ସିତ ହେବା ପରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି। ଯେଉଁ କମେଡିଆନ ଦିନେ ସାରା ବଲିଉଡ ଦର୍ଶକଙ୍କୁ ହସ ବାଣ୍ଟୁଥିଲେ ଆଜି ସେ ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲି ଯାଇଛନ୍ତି କେଉଁ ଅଫେରା ରାଇଜକୁ।

Advertisment

କାନପୁରରୁ ରାଜୁ ଶ୍ରୀବାସ୍ତବ କେମିତି ଆସିଲେ ମୁମ୍ବାଇ  ?  ଦର୍ଶକଙ୍କୁ ହସରେ ମସ୍‌ଗୁଲ କରୁଥିବା ରାଜୁଙ୍କ ଜୀବନ ଯାତ୍ରା କେତେ ସଂଘର୍ଷପୂର୍ଣ୍ଣ ଥିଲା ? ଏ ସଘଂର୍ଷ ଭିତରେ କେମିତି ରାଜୁ ପାଇଥିଲେ ସଫଳତା ? ଆସନ୍ତୁ ଜାଣିବା । କାନପୁରର ଉନ୍ନାବରେ ୧୯୬୩ ଡିସେମ୍ବର ୨୫ ତାରିଖରେ  ଏକ ମଧ୍ୟବିତ୍ତ ପରିବାରରେ ରାଜୁଙ୍କ ଜନ୍ମ। ବାପା ରମେଶ ଚନ୍ଦ୍ର ଅଗ୍ରୱାଲ ଜଣେ କବି ଥିଲେ । ହେଲେ ପିଲାବେଳୁ ରାଜୁଙ୍କର କମେଡି ପ୍ରତି ଆଗ୍ରହ ଥିଲା। ପିଲାବେଳୁ ସେ ମିମିକ୍ରି କରୁଥିଲେ। ସେ ଜଣେ କମେଡିଆନ ହେବାକୁ ଚାହୁଁଥିଲେ। ତାଙ୍କର ଦୃଢ ଇଚ୍ଛାଶକ୍ତି ଯୋଗୁ ଏକ ଛୋଟ ଜାଗାରୁ ଆସି ସେ କମେଡି ଦୁନିଆରେ ଖାଲି ନିଜର ପରିଚୟ ସୃଷ୍ଟି କରିନାହାନ୍ତି ବରଂ ଯଥେଷ୍ଟ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି।

ଅନେକ ପ୍ରତିଭାର ଅଧିକାରୀ ଥିଲେ ରାଜୁ।   ସ୍କୁଲରେ ପଢୁଥିବାବେଳେ ଟିଚର୍ସଙ୍କର ମିମିକ୍ରି କରୁଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସ୍ୱରକୁ ବି ନକଲ କରିପାରୁ ଥିଲେ। ପିଲାବେଳେ ସୁନୀଲ ଗାଭାସ୍କରଙ୍କୁ ଭେଟିବାର ଇଚ୍ଛା ରଖିଥିଲେ। ତେଣୁ ସେ ସ୍କୁଲରେ କ୍ରିକେଟ ମ୍ୟାଚର କମେଣ୍ଟ୍ରି ବି କରୁଥିଲେ। ସେ ହସି ହସି ସାମ୍ନାରେ ଥିବା ଖେଳାଳିଙ୍କର ଭୁଲ ତ୍ରୁଟି ଏମିତି କହୁଥିଲେ ସେମାନେ ବିଶ୍ୱାସ କରିପାରୁ ନ ଥିଲେ। ପିଲାବେଳୁ ସ୍କୁଲ ବାର୍ଷିକ ଉତ୍ସବରେ ସେ ନିଜ ପକ୍ଷରୁ ଆସି ନାଁ ଦେଉଥିଲେ ଏବଂ ସେଥିରେ ଆଗରେ ରହୁଥିଲେ । ଥରେ ଏକ ସାକ୍ଷାତକାର ସମୟରେ ରାଜୁ କହିଥିଲେ, କମେଡି ପ୍ରତି ତାଙ୍କର ପିଲାବେଳୁ ଦୁର୍ବଳତା ଥିଲା। ହେଲେ ସେ ସମୟରେ ଏତେ ଏଣ୍ଟରଟେନମେଣ୍ଟ ଚାନେଲ ନ ଥିଲା। ସେତେବେଳେ ଲୋକ କେବଳ କାମ କହିଲେ ଜାଣିଥିଲେ ସରକାରୀ ଚାକିରି। ତେଣୁ ସେତେବେଳେ କମେଡି କରିବାକୁ ଏକ କାମ କୁହାଯାଉ ନ ଥିଲା। ରାଜୁଙ୍କ କମେଡି ଦେଖି କିନ୍ତୁ ପରିବାର ଲୋକେ ବ୍ୟସ୍ତ ହେଉଥିଲେ। କାରଣ ତାଙ୍କ ପରିବାରରେ ସମସ୍ତେ ପାଠଶାଠ ପଢି ଚାକିରି କରିଥିଲେ। ସେମାନେ ଭାବୁଥିଲେ ରାଜୁ କ’ଣ କରିବେ ? ରାଜୁ ପରେ କମେଡି ଶୋକୁ ନେଇ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ଏହା ହେଉଛି ବେଷ୍ଟ କାମ। ଏହି କାମ କରି ନେମ ଆଉ ଫେମ..ସବୁକିଛି ପାଇପାରିବେ।

Advertisment

ତେବେ ରାଜୁ ମୁମ୍ବାଇ ଆସିବା ପଛରେ ତାଙ୍କ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କମେଡି କରୁଥିବାରୁ  ମା’ ସବୁବେଳେ ତାଙ୍କ ଉପରେ ଚିଡ଼ୁଥିଲେ। ତେଣୁ ରାଜୁ ମୁମ୍ବାଇ ଚାଲି ଆସିଲେ। ହେଲେ ବଲିଉଡରେ ତାଙ୍କର କେହି ଗଡ ଫାଦର ନ ଥିଲେ। ମୁମ୍ବାଇରେ ଚଳିବା ତାଙ୍କ ପାଇଁ ସହଜ ନ ଥିଲା। ଘରୁ ଯାହା ଟଙ୍କା ପଠାଉଥିଲେ ସେଥିରେ ଚଳିବା ସମ୍ଭବ ନ ଥିଲା। ସେଥିପାଇଁ ସେ ଅଟୋ ଚଳାଉଥିଲେ। ପରେ ସେ ସେଠାରେ ଛୋଟ ଛୋଟ କମେଡି ସୋ ମଧ୍ୟ  କରୁଥିଲେ। ପ୍ରଥମେ ପ୍ରଥମେ ତ ମାତ୍ର ୫୦ ଟଙ୍କାରେ ତାଙ୍କୁ ସୋ କରିବାକୁ ପଡ଼ୁଥିଲା ।

ପରେ ତାଙ୍କର ସମ୍ପର୍କ ଜନି ଲିବରଙ୍କ ସହ ହୋଇଥିଲା। ସେ ରାଜୁଙ୍କୁ ତାଙ୍କ ଘରେ ରହିବା ପାଇଁ କହିଥିଲେ। ଯଦିଓ ରାଜୁ କେବେ ତାଙ୍କ ଘରକୁ ଯାଇ ନ ଥିଲେ ତଥାପି ତାହା ତାଙ୍କ ପାଇଁ ଏକ ଆଶ୍ୱାସନା ଥିଲା। ରାଜୁଙ୍କ ପ୍ରଥମ ଶୋ ଥିଲା ଟି ଟାଇମ ମନୋରଞ୍ଜନ। ତେବେ ଦ ଗ୍ରେଟ ଇଣ୍ଡିଆ ଲାଫର ଚାଲେଞ୍ଜରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଗଲେ। ଦର୍ଶକ ତାଙ୍କୁ କମେଡି କିଙ୍ଗ ବୋଲି କହିଥିଲେ।

Comedian Raju Shrivastav Raju Srivastav
Advertisment
Advertisment