Advertisment

ଅଲବିଦା କମେଡି କିଙ୍ଗ୍, ଆଜି ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ

ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Raju Srivastava Funeral

Goodbye Comedy King

ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ । ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି । ଗତ ଅଗଷ୍ଟ ୧୦ରେ ଜିମ୍‌ରେ ଟ୍ରେଡ୍‌ମିଲ୍ ଉପରେ ଓ୍ୱାର୍କ ଆଉଟ୍ କରୁ କରୁ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ

Advertisment

ହାର୍ଟ ଆଟାକ୍ ଯୋଗୁଁ ବ୍ରେନ୍ ଡେମେଜ୍ ହୋଇଥିବାରୁ ସେ ସେବେଠାରୁ ୪୦ରୁ ଅଧିକ ଦିନ ପାଇଁ ଭେଣ୍ଟିଲେଟର ସପୋର୍ଟରେ ଥିଲେ । ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କର ମେଡିସିନ୍ ଡୋଜ୍ କମିଥିଲା ଏବଂ ଆଉ ୨-୩ ଦିନ ପରେ ଭେଣ୍ଟିଲେଟର କଢାଯାଇଥାନ୍ତା । ତେବେ ମଙ୍ଗଳବାର ଅର୍ଥାତ ଗତକାଲି ପୁଣି ଦ୍ୱିତୀୟ ଥର ହାର୍ଟ ଆଟାକ୍ ହେବାରୁ ଚିର ଦିନ ପାଇଁ ଆଖି ବୁଜିଲେ ରାଜୁ । ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ କାନପୁରରେ ରାଜୁ ଶ୍ରୀବାସ୍ତବ ଜନ୍ମଗ୍ରହଣ କରିଥିଲେ। ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ରାଜୁ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ। ଦର୍ଶକଙ୍କୁ ହସରେ ମସ୍‌ଗୁଲ କରୁଥିବା ରାଜୁଙ୍କ ଜୀବନ ଯାତ୍ରା ବହୁତ ସଂଘର୍ଷପୂର୍ଣ୍ଣ ଥିଲା ।

Advertisment

କମେଡିଆନ୍ ରାଜୁ ଶ୍ରୀବାସ୍ତବ ଟେଲିଭିଜନ ଶୋ’ ମାଧ୍ୟମରେ ବେଶ୍‌ ଲୋକପ୍ରିୟ ହୋଇଥିଲେ। ଏହାପରେ ବଲିଉଡ୍‌ର ବିଭିନ୍ନ ଫିଲ୍ମରେ ଛୋଟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା।"Maine Pyar Kiya", "Baazigar", "Bombay to Goa" ଏବଂ "Aamdani Atthani Kharcha Rupaiya" ଫିଲ୍ମରେ ସେ ଅଭିନୟ କରିଥିଲେ।

ଏହାପରେ ଆମ୍‌ଦାନୀ ଆଠଣୀ ଖର୍ଚ୍ଚା ରୁପେୟା ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ କମେଡିଆନ୍ ଭାବେ ଏଣ୍ଟ୍ରି କରିଥିଲେ। ‘ନାଚ୍ ବାଲିୟେ ସିଜନ ୬’, ‘କମେଡି ନାଇଟସ ୱିଥ୍ କପିଲ’, ‘ମଜାକ୍ ମଜାକ୍ ମେଁ’ ଶୋ’ରେ ସେ ଭାଗ ନେଇଥିଲେ। ୨୦୧୪ରେ ସମାଜବାଦି ପାର୍ଟି ପକ୍ଷରୁ ତାଙ୍କୁ ଲୋକସଭା ଟିକେଟ ମିଳିଥିଲା। କିନ୍ତୁ ଏହାକୁ ସେ ଗ୍ରହଣ କରି ନଥିଲେ। ପରେ ରାଜୁ ଶ୍ରୀବାସ୍ତବ ବିଜେପିରେ ଯୋଗ ଦେଇଥିଲେ।

Raju Srivastav Raju Srivastava
Advertisment
Advertisment