Advertisment

ରାଜୁଙ୍କ ପାଇଁ ରାମବାଣ ପାଲଟିଲା ବିଗ୍ ବିଙ୍କ ଭଏସ୍ ମେସେଜ୍ !

ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍‌ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର।

author-image
Chandan Shishu
raju srivastav

raju srivastav

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପାଇଁ କାମ ଦେଲା ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସ୍ ଥେରାପି। ଦୀର୍ଘ ୧୫ ଦିନ ପରେ  ଚେତା ଫେରି ପାଇଛନ୍ତି ଭେଣ୍ଟିଲେଟର ସପୋର୍ଟରେ ଥିବା ରାଜୁ ଶ୍ରୀବାସ୍ତବ। ହୃଦଘାତର ଶିକାର ପରେ ଆଜିକୁ ୧୫ ଦିନ ଧରି ଦିଲ୍ଲୀ ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ରାଜୁ। କିଛି ଦିନ ତଳେ ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରି ଦେଇଥିଲା। ତେବେ ଏମ୍ସର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଲାଗି ଅହରହ ଲାଗିଥିଲେ।

Advertisment

ଏପଟେ ରାଜୁଙ୍କ ପରିବାର ଲୋକଙ୍କ ଅନୁରୋଧ ପରେ ତାଙ୍କୁ ମେଡିକାଲ ବ଼େଡ୍‌ରେ ଶୁଣାଯାଉଥିଲା ବିଗ୍ ବି ଅମିତାଭଙ୍କ ସ୍ବର ଯେଉଁଥିରେ ଅମିତାଭ କହିଥିଲେ...ବହୁତ ହୋଇଗଲା ରାଜୁ, ଏବେ ତୁମେ ଉଠି ଆସ, ଆମକୁ ହସିବାର କଳା ଶିଖେଇବ। ଏଭଳି ଅଡିଓ ମେସେଜ ରାଜୁଙ୍କ କ୍ଷେତ୍ରରେ ରାମବାଣ ସଦୃଶ ହୋଇଥିବା କୁହାଯାଉଛି।

ଏପଟେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ନେଇ ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେବା ପରେ ଏହା ତାଙ୍କର ଲକ୍ଷ ଲକ୍ଷ ପ୍ରଂଶସଙ୍କ ମୁହଁରେ ହସ ଫୁଟାଇଛି। ଅଗଷ୍ଟ ୧୦ ତାରିଖ ଦିନ ହୃଦଘାତର ଶିକାର ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ ରାଜୁ। ସାଉଥ୍ ଦିଲ୍ଲୀର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଟ୍ରେଡ୍ ମିଲ ଉପରେ ହିଁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ରାଜୁ। ପରେ ତାଙ୍କର କିଛି ଅଙ୍ଗ ପ୍ରତ୍ୟଙ୍ଗ କାମ ନକରିବାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ।

Advertisment

  ରାଜୁଙ୍କୁ ମେଡିକାଲରେ ହୃଦ ଚିକିତ୍ସା ସମେତ ନ୍ୟୁରୋଫିଜିଓ ଥେରାପି ମଧ୍ୟ ଦିଆଯାଉଥିଲା। ଜଣେ ସଫଳ ଷ୍ଟାଣ୍ଡ ଅଫ୍  କମେଡିଆନ୍ ଭାବେ ସାରା ଦେଶରେ ଖୁବ୍ ଲୋକପ୍ରିୟତା ପାଇଥିବା ରାଜୁ ଶ୍ରୀବାସ୍ତବ ଏକାଧିକ ହିନ୍ଦୀ ଫିଲ୍ମରେ ଅଭିନୟ ବି କରିଛନ୍ତି।

AIIMS Raju Srivastav
Advertisment
Advertisment