ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍ ଆଇନ୍ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି ।
ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।
ବର୍ଷା ଛାଡ଼ିଯିବା ପରେ କାଲିର ପାଣି ଆଜିକୁ ନାହିଁ। ହେଲେ କାଲିର ଜୀବନ ଆଜି କି ନାହିଁ। କାହିଁକିନା, କାଲିର ଅଳ୍ପ ସମୟ ବର୍ଷାରେ ରାସ୍ତାକୁ ଉଚ୍ଛୁଳିଥିବା ଏ ମୁକୁଳା ଡ୍ରେନରେ ପଡ଼ି ଯାଇଛି ଜଣେ 21 ବର୍ଷିୀୟ ଯୁବକର ଜୀବନ।
ବର୍ଷକର ମେଣ୍ଢାର ଦାମ ୧ କୋଟି ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତିକି ମେଣ୍ଢାକୁ ନେବା ପାଇଁ ଲୋକଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ଲାଗିଛି । ଜାଣନ୍ତୁ କେଉଁଠି..
ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।
ଆଜିର ଧାଁ ଦୌଡ ଜୀବନରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ସମୟ ବାହାର କରିବା ସବୁଠାରୁ ବଡ କଥା। ତେବେ ଏହି ସେବା କରିବାର ମନବୃତ୍ତି ସେତେବେଳେ ଆହୁରି ସ୍ୱତନ୍ତ୍ର ହୋଇଯାଏ ଯେତେବେଳେ ବୟସ ପ୍ରାୟ ୧୦୦ରେ ପହଞ୍ଚିଯାଏ।
ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି କଥା । ସୋସିଆଲ ମିଡିଆରେ ବି ଏନେଇ ଖୁବ୍ ଭାଇରାଲ ହେଉଛି ଫଟୋ ଏବଂ ଭିଡିଓ ।
ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…
ଯବାନଙ୍କ ସହ ରାତ୍ରି ଭୋଜନ କଲେ ଆଉ ଦେଶଭକ୍ତିର ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ ଅମିତ ଶାହ ।
ଏମିତି ଝିଅଙ୍କୁ ଶହେ ସଲାମ। ଯୌତୁକରେ ବାପା ଦେଇଥିଲେ ୭୫ ଲକ୍ଷ ଟଙ୍କା ଉପହାର। ହେଲେ ଏହାକୁ ଖର୍ଚ୍ଚ ନକରି କି ବ୍ୟାଙ୍କରେ ନରଖି ଝିଅପିଲାଙ୍କ ପାଇଁ ହଷ୍ଟେଲ ତିଆରି କରିଦେଲେ ନବ ବିବାହିତା। ଦେଖନ୍ତୁ ଏ ଭିଡ଼ିଓ...
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣଙ୍କ ମୃତ୍ୟୁ । ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଯାଇଥିଲା ଯାତ୍ରୀବାହୀ ବସ । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି।
ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍ କରିଥିବା ସୂଚନା ମିଳିଛି।
ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍ ଦେବାକୁ ମନା କରିଦେଲେ ସୁପ୍ରିମ୍ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।
ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।
ମହଙ୍ଗା ପଡ଼ିଲା ସ୍ୱିମିଂ ପୁଲ୍ରେ ମହିଳା କନଷ୍ଟେବଲଙ୍କ ସହ ପୋଲିସ୍ ବାବୁଙ୍କ ଅଶ୍ଲୀଳ କାରନାମା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ପରେ ରାଜସ୍ଥାନ ଉଦୟପୁରର ଏକ ରିସର୍ଟରୁ ଡିଏସ୍ପି ହୀରାଲାଲ୍ଙ୍କୁ ଗିରଫ କରାଯାଇଛି।
ରାଜସ୍ଥାନ ଜାଲୋରରେ ବାଡମେର୍ ହାଇୱେରେ ଏହି ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି । ଏନେଇ ଏକ ସ୍ୱତନ୍ତ୍ର କର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପାକିସ୍ତାନ ସୀମାରେ ତିଆରି ହୋଇଥିବା ଏୟାରଷ୍ଟ୍ରିପରେ ସୁଖୋଇ ଓ ଜାଗୁଆର ବିମାନ ଦମ୍ ଦେଖାଇବା ସହ ହାଇୱେରେ ଅବତରଣ କରିଛନ୍ତି ।
ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି ।
ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରୀବାଲାଜୀ ସହର ନିକଟରେ ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି
ରାଜସ୍ଥାନର ଶେଖୱାଟୀ ଅଞ୍ଚଳସ୍ଥିତ ଚୁରୁରେ ଲୋକମାନେ ବିଷାକ୍ତ ସାପ ସହିତ ଖେଳିବାକୁ ଭଲ ପାଆନ୍ତି । ଏହା ସେଠାକାର ଲୋକଙ୍କର ଏକ ପ୍ରକାର ସୌକ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଶତ ପ୍ରତିଶତ ସତ ।