Advertisment

IAS Success Story: ବିୟୁଟି ୱିଥ୍ ବ୍ରେନ୍: ସଫଳ IAS ଅଫିସରଙ୍କ କାହାଣୀ

ଫରାହ ହୁସେନ ଏକ ଛୋଟ ଗାଁରୁ ହୋଇଥିଲେ ହେଁ ସେ ତାଙ୍କ ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ବଳରେ ଦେଶର ସବୁଠୁ କଠିନ ପରୀକ୍ଷା UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି।

author-image
Chinmayee Sahoo
IAS

IAS Photograph: (OTV)

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର UPSC ପରୀକ୍ଷାରେ ଦେଇଥାନ୍ତି। କିନ୍ତୁ ଅଳ୍ପ କେତେ ଜଣ ଏହି ଆହ୍ୱାନକୁ ଅତିକ୍ରମ କରି ଶୀର୍ଷରେ ପହଞ୍ଚି ପାରନ୍ତି। ଏଭଳି କିଛି ବଛା ବଛା ଲୋକଙ୍କ ମଧ୍ୟରେ ଅଛନ୍ତି ଫରାହ ହୁସେନ। ଯିଏ ନିଜର କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଏହି କଠିନ ପରୀକ୍ଷା ପାସ କରି IAS ଅଧିକାରୀ ହେବାର ସ୍ୱପ୍ନକୁ ସାକାର କରିଛନ୍ତି।

Advertisment

ରାଜସ୍ଥାନର ଏକ ଛୋଟ ଗାଁରୁ ଆରମ୍ଭ ହେଲା ଯାତ୍ରା

ଫରାହ ହୁସେନଙ୍କର ଜନ୍ମ ରାଜସ୍ଥାନର ଝୁଞ୍ଝୁନୁ ଜିଲ୍ଲାର ନାୱାଁ ଗାଁରେ ହୋଇଥିଲା। ସେ ଏକ ଏଭଳି ପରିବାରରେ ବଢ଼ିଥିଲେ ଯେଉଁଠାରେ ଶିକ୍ଷା ଓ ସେବାକୁ ପ୍ରାଧାନ୍ୟ ଦିଆଯାଉଥିଲା। ତାଙ୍କ ପରିବାରରେ ୩ ଜଣ IAS, ଜଣେ IPS ଓ ୫ ଜଣ RAS ଅଧିକାରୀ ଅଛନ୍ତି। ଅର୍ଥାତ୍ ମୋଟ ୯ ଜଣ ସଦସ୍ୟ ଉଚ୍ଚ ପଦବୀରେ କାର୍ଯ୍ୟରତ ଅଛନ୍ତି, ଯାହା ଦର୍ଶାଉଛି ଯେ ସେବାର ଉତ୍ସାହ ସେମାନଙ୍କ ରକ୍ତରେ ରହିଛି।  
ଫରାହ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଝୁଞ୍ଝୁନୁରେ ସମାପ୍ତ କରିଥିଲେ ଏବଂ ତାଙ୍କର ପ୍ରଥମ ସ୍ୱପ୍ନ ଥିଲା ଡାକ୍ତର ହେବାର। କିନ୍ତୁ ସମୟ ସହ ତାଙ୍କର ଆଗ୍ରହ ଆଇନ ଓ ସମାଜ ସେବା ଆଡକୁ ଢଳିଲା। ସେ ମୁମ୍ବାଇର ଗଭର୍ନମେଣ୍ଟ ଲ’ କଲେଜରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଜଣେ କ୍ରିମିନାଲ ଓକିଲ ଭାବେ ମଧ୍ୟ କାମ କରିଥିଲେ। କିନ୍ତୁ ତାଙ୍କ ମନରେ ଦେଶ ସେବାର ଭାବନା ଓ ଏକ ବଡ଼ ଦାୟିତ୍ୱ ନେବାର ଇଚ୍ଛା ଜୀବନ୍ତ ରହିଥିଲା।  

ଦ୍ୱିତୀୟ ପ୍ରୟାସରେ ମିଳିଲା ସଫଳତା

ଯେତେବେଳେ ଫରାହ UPSC ପ୍ରସ୍ତୁତି ଆରମ୍ଭ କଲେ, ପ୍ରଥମ ଥରରେ ସେ ସଫଳତା ହାସଲ କରିପାରିନଥିଲେ। କିନ୍ତୁ ସେ ହାର୍ ମାନିନଥିଲେ। ଦ୍ୱିତୀୟ ପ୍ରୟାସରେ, ୨୦୧୬ ମସିହାରେ, ମାତ୍ର ୨୬ ବର୍ଷ ବୟସରେ ସେ UPSC ସିଭିଲ ସର୍ଭିସ ପରୀକ୍ଷା ପାସ କଲେ ଏବଂ ଅଲ ଇଣ୍ଡିଆ ରାଙ୍କ ୨୬୭ ହାସଲ କଲେ।  
ଫରାହଙ୍କ ସଫଳତାରେ ତାଙ୍କ ପରିବାରର ବଡ଼ ହାତ ରହିଛି। ତାଙ୍କ ମାତା ପିତା ତାଙ୍କୁ କେବେ ଏକ ସୀମା ମଧ୍ୟରେ ବାନ୍ଧିନଥିଲେ। ବରଂ ତାଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ କିପରି ତାକୁ ପୂରଣ କରିବେ ସେ ନେଇ ସର୍ବଦା ପ୍ରେରଣା ଦେଉଥିଲେ। ଏହି କାରଣରୁ ଆଜି ଫରାହ ତାଙ୍କ ଗାଁର ଝିଅମାନଙ୍କ ପାଇଁ ଏବଂ ସାରା ଦେଶର ଝିଅମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇ ପାରିଛନ୍ତି।

Advertisment
Rajasthan IAS
Advertisment
Related Articles
Advertisment