/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732080205.jpg)
Unrestricted Construction
ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ । ଯେଉଁ ବିଚ୍ରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବେଳାଭୂମିକୁ ଉପଭୋଗ କରନ୍ତି ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଛି । ଯାହାକି ପର୍ଯ୍ୟଟନ ଶିଳ୍ପ ଉପରେ ଖରାପ ପ୍ରଭାବ ପକାଇବାକୁ ଯାଉଛି । ସେପଟେ ଜିଲ୍ଲାପାଳ କହିଛନ୍ତି, ଯାହା ସମସ୍ତଙ୍କ ପାଇଁ ଉପଯୋଗୀ ହେବ ସହିଭଳି ପଦକ୍ଷେପ ନିଆଯିବ ।
ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ଧାଡି ଧାଡି ହୋଇ ଗଢି ଉଠିଛି କଂକ୍ରିଟ ପିଲାର୍ । ନିର୍ମାଣ ହେଉଛି ସାପ କୋଠୀ ମତ୍ସ୍ୟ ଅବତରଣ କେନ୍ଦ୍ର । ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ଏହାକୁ ଅନୁମତି ଦେଇଛି । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ୍ ବିଚ୍ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ । ଯେଉଁ ବିଚ୍ରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବେଳାଭୂମିକୁ ଉପଭୋଗ କରନ୍ତି ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଛି ।
ଅଧିକ ପଢ଼ନ୍ତୁ: ଧିକ୍ ଏ କୁଳାଙ୍ଗାର! ପୁଅ ହୋଇ ମାଆ ସହ ରଖୁଥିଲା ସମ୍ପର୍କ!
ସାଧାରଣରେ ଅଭିଯୋଗ ଦ୍ୱିତୀୟ ପେଣ୍ଠକଟା ପାଲଟିବ ବଳିଆପଣ୍ଡା ସମୁଦ୍ରକୂଳ । ଏଠି ନିର୍ମାଣ ହେଉଛି ୨୦୦ ଫୁଟରୁ ଅଧିକ ଲମ୍ବ, ୬୦ରୁ ଉର୍ଦ୍ଧ୍ୱ ଘର । ଯାହାକୁ ନେଇ ତ୍ରୀବ ଅସନ୍ତୋଷ ଦେଖାଦେଲାଣି । ଯଦି ଏହାକୁ ସ୍ଥାନାନ୍ତରିତ ନକରାଯାଏ ତାହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଶୁଣାଇଛନ୍ତି ଆଇନଜୀବୀ । ସେପଟେ ହାର୍ଟ ଅଫ୍ ବିଚ୍ରେ ନିର୍ମାଣ ହେଲେ ପର୍ଯ୍ୟଟନ ଶିଳ୍ପ ଉପରେ ଖରାପ ପ୍ରଭାବ ପଡିବ ।
ମାଛ ଧରା ଡଙ୍ଗା, ଜାଲ ଓ ମାଛ ରଖିବା ପାଇଁ ଏହି ଘର ନିର୍ମାଣ କରାଯାଉଛି । ଏହାକୁ ଏଭଳି ନିର୍ମାଣ କରାଯାଉ ଯାହା ସୁନ୍ଦର ଦେଖାଯିବ କିନ୍ତୁ ପ୍ରତିବନ୍ଧକ ହେବ ନାହିଁ । ଯେଭଳି ଟୁରିଜିମ୍ ଏବଂ ପାରମ୍ପରିକ ମତ୍ସ୍ୟଜୀବୀ ରହିବେ ସେଥିପାଇଁ ବ୍ୟବସ୍ଥା କରାଯାଉ । ଏହି ଜାଗା ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତି ।
ସେପଟେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୋଗକୁ ନେଇ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ସମୀକ୍ଷା କରାଯାଉଛି । ଯାହା ସମସ୍ତଙ୍କ ପାଇଁ ଉପଯୋଗୀ ହେବ ସେହିଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମୁଦ୍ରକୂଳେ ସ୍ଥାୟୀ ନିର୍ମାଣ ଦ୍ୱାରା ବେଳାଭୂମିରେ ଯାଉଥିବା ପର୍ଯ୍ୟଟକ ସମୁଦ୍ର ଦେଖିବାରୁ ବଞ୍ଚିତ ହେବେ । ଜାଲ, ଡଙ୍ଗା ଓ ମାଛ ଗଦା ହେବା ଫଳରେ ସେହି ଗନ୍ଧରେ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)