Advertisment

Heart Attack At Gym: ଏକ୍ସରସାଇଜ୍ କଲା ବେଳେ ଟଳି ପଡିଲେ ଯୁବକ

ମିଲିନ୍ଦ କୁଲକର୍ଣ୍ଣୀ ଜିମରେ ଏକ୍ସରସାଇଜ୍ କରିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଅଚେତ୍ ହୋଇଯିବା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Chinmayee Sahoo
gym

gym

ଜିମରେ ଏକ୍ସରସାଇଜ୍ କରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ବ୍ୟାୟାମ୍ କଲା ବେଳେ ଜୀବନ ଚାଲି ଯାଇଛି। ପୁଣେରେ ଜଣେ ବ୍ୟକ୍ତି ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର CCTV ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା ପିମ୍ପରୀ-ଚିଞ୍ଚୱାଡ଼ ସ୍ଥିତ ଏକ ଜିମ୍‌ରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ମିଲିନ୍ଦ କୁଲକର୍ଣ୍ଣୀ (୩୭) ଜିମ୍‌ରେ ଏକ୍ସରସାଇଜ୍ କରୁଥିଲେ। ଏହି ସମୟରେ ସେ ପାଣି ପିଉଥିବା ବେଳେ ହଠାତ୍‌ ତାଙ୍କର ମୁଣ୍ଡ ବୁଲାଇ ଥିଲା ଏବଂ ସେ ଅଚେତ ହୋଇପଡ଼ିଲେ। ଏହି ଘଟଣା ପରେ ଜିମ୍‌ରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହେଲେ ସେତେବେଳକୁ ଡେରି ହୋଇ ଯାଇଥିଲା। ମିଲିନ୍ଦ କୁଲକର୍ଣ୍ଣୀଙ୍କୁ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଡାକ୍ତର ମୃତ ଘୋଷଣା କରାଯାଇଥିଲା। କୁହାଯାଉଛି ଯେ ତାଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହୋଇଛି। କୁଲକର୍ଣ୍ଣୀଙ୍କ ପତ୍ନୀ ନିଜେ ଜଣେ ଡାକ୍ତର ଅଟନ୍ତି। କୁଲକର୍ଣ୍ଣୀ ଗତ ଛଅ ମାସ ଧରି ଜିମ୍‌କୁ ଯାଉଥିଲେ।

୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ହୃଦ୍‌ଘାତର ଅଧିକ ଆଶଙ୍କା ଥାଏ। ତେବେ, ଗତ କିଛି ବର୍ଷ ମଧ୍ୟରେ ୫୦ ବର୍ଷରୁ କମ୍‌ ବୟସର ଲୋକଙ୍କ ମଧ୍ୟରେ ହୃଦ୍‌ଘାତର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ କିଛି ବର୍ଷରେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ମୃତ୍ୟୁ ଘଟଣା ବୃଦ୍ଧି ପାଇଛି। ବିଶେଷ କରି ହୃଦ୍‌ଘାତ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଏହାର କାରଣ ହେଉଛି। ଗତ ମାସ ଅର୍ଥାତ୍ ଜୁଲାଇରେ ହରିୟାଣାର ଫରିଦାବାଦ ଜିଲ୍ଲାରେ ୩୫ ବର୍ଷୀୟ ପଙ୍କଜ ଶର୍ମାଙ୍କର ଜିମ୍‌ରେ ଏକ୍ସରସାଇଜ୍ କରୁଥିବା ସମୟରେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ସିସିଟିଭି ଫୁଟେଜ୍‌ରେ ଦେଖାଯାଇଛି ଯେ ସେ ଟ୍ରାଇସେପ୍ସ ଏକ୍ସରସାଇଜ୍ କରୁଥିବା ସମୟରେ ହଠାତ୍ ପଡ଼ିଯାଇଥିଲେ ଏବଂ ତା’ ପରେ ସେ ଉଠି ପାରିନଥିଲେ।

Advertisment

ଅଧିକ ପଢ଼ନ୍ତୁ: ସବୁଦିନ ଭଳି ଜିମ୍ ଆସିଥିଲେ, କିଛି ସମୟ ଏକ୍ସରସାଇଜ କରିଥିଲେ...ହଠାତ ଏଭଳି ଘଟିଗଲା

Pune Heart Attack Gym
Advertisment
Advertisment