ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବ ଅବସରରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରିବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଇଛନ୍ତି।
ଏହାସହ ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।
ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।
ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ।
କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାରାଥନ କାର୍ଯ୍ୟକ୍ରମ । ଆଜି ଦିନ ତମାମ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନ କରିଛନ୍ତି । ଏହାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।
ଆଜିଠୁ ୩ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ରାସ୍ତାରେ ଅପେକ୍ଷାରତ ଶୁଭେଚ୍ଛୁଙ୍କୁ ଭେଟିଥିଲେ..ଏ ସମୟର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା
ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ ।
ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।
ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।
ପ୍ରତିନିଧି ଦଳର ପ୍ରତିଟି ସଦସ୍ୟ ନିଜ ମତ ରଖିଥିଲେ। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅନୁଭୂତିରୁ ମତାମତ ପ୍ରଦାନ କରିଥିଲେ।
ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।
ମଞ୍ଚରେ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଉଥିବା ବେଳେ ହଠାତ୍ କଟିଲା ଲାଇନ୍ । ୯ ମିନିଟ୍ ପରେ ଲାଇନ୍ ଆସିଥିଲା କିନ୍ତୁ ଭାଷଣ ବନ୍ଦ କରିନଥିଲେ ରାଷ୍ଟ୍ରପତି । ବରଂ ସେହି ସମୟରେ କହିଥିଲେ କିଛି ଏମିତି କଥା । ଶୁଣନ୍ତୁ କଣ କହିଥିଲେ ରାଷ୍ଟ୍ରପତି…
ମଞ୍ଚରେ ଅଭିଭାଷଣ ରଖୁଥିଲେ ରାଷ୍ଟ୍ରପତି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଉଥିବା ବେଳେ ହଠାତ୍ କଟିଲା ଲାଇନ୍ । ୯ ମିନିଟ୍ ପରେ ଲାଇନ୍ ଆସିଥିଲା କିନ୍ତୁ ଭାଷଣ ବନ୍ଦ କରିନଥିଲେ ରାଷ୍ଟ୍ରପତି । ବରଂ ସେହି ସମୟରେ କହିଥିଲେ କିଛି ଏମିତି କଥା । ଶୁଣନ୍ତୁ କଣ କହିଥିଲେ ରାଷ୍ଟ୍ରପତି
ହେଲିପେଡରେ ଡିଉଟି ପଡ଼ିଥିବା ଫାର୍ମାସିଷ୍ଟଙ୍କ କାରନାମା, ସେଲଫି ଉଠାଇ ଫେସବୁକରେ ପୋଷ୍ଟ କଲେ
ରାଜ୍ୟ ପାଇଁ ଲଜ୍ଜା: ବାରିପଦା MSCB ୟୁନିଭର୍ସିଟିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାର ଫେଲ୍, ୯ ମିନିଟ୍ ଯାଏଁ ଅନ୍ଧାରରେ ଅଭିଭାଷଣ ରଖିଲେ ମହାମହିମ, ବିଭ୍ରାଟକୁ ନେଇ IDCO ଓ ଟାଟା ପାୱାର ମଧ୍ୟରେ ଦୋଷ ଲଦାଲଦି, କ୍ଷମା ମାଗିଲେ କୁଳପତି
କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।
ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।
ରାଷ୍ଟ୍ରପତିଙ୍କ ଦୀକ୍ଷାନ୍ତ ଭାଷଣବେଳେ ବିକଳ୍ପ ଆଲୋକ ବ୍ୟବସ୍ଥା ନଥିଲା କି ?
ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।
ଜନ୍ମମାଟିରେ ରାଷ୍ଟ୍ରପତି। ଗାଁ ଲୋକଙ୍କ ପାଇଁ ଯେତେ ଆଦର ଓ ଗୌରବ, ତାଠୁ କେତେ ଅଧିକ ଆନନ୍ଦ ଓ ଉତ୍ସାହ ଖୋଦ୍ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ। କାରଣ ଘରକୁ ରାତ୍ରଭୋଜନ ପାଇଁ ଆସିଥିବା ରାଷ୍ଟ୍ରପତି ଗତକାଲି ନିଜ ଘରେ ହିଁ ରାତି କଟାଇଛନ୍ତି । ପ୍ରୋଟୋକଲ ଭାଙ୍ଗି ସାଧାରଣ ନାଗରିକଙ୍କ ଭଳି ପରିବାର ସହ ଘରେ ରହିବା ପରେ ସକାଳୁ ମହାଦେବଙ୍କ ଦର୍ଶନ ପାଇଁ ବାହାରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସକାଳୁ ମହାଦେବଙ୍କ ପୂଜାର୍ଚ୍ଚନା କଲେ ମହାମହିମ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଦେଲେ ଶ୍ରଦ୍ଧାଞ୍ଜଳି । ପ୍ରୋଟୋକଲ ଭାଙ୍ଗି ନିଜ ଘରେ ରାତ୍ରିଯାପନ କଲେ ।
ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୩ ଦିନିଆ ଓଡ଼ିଶା ଗସ୍ତ ଅବସରରେ ଆସି ଜନ୍ମମାଟି ମୟୁରଭଞ୍ଜରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାହାଡ଼ପୁର ଗାଁରେ ପହଞ୍ଚିଛନ୍ତି ମାଟିର ଝିଅ। ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନଙ୍କ ସହ ଆପଣାର ଲୋକ ମାନଙ୍କୁ ଭେଟି ଭାବବିହ୍ୱଳ ହୋଇଛନ୍ତି ମାଡାମ ପ୍ରେସିଡେଣ୍ଟ। ପାଖରେ ପାଇ କିଏ ତାଙ୍କୁ ଡାକୁଥିଲେ ଭଉଣୀ ତ ଆଉ ସମ୍ବୋଧନ କରୁଥିଲେ ଭାଣିଜୀ ବୋଲି...
ଦେଶ ପ୍ରଥମ ନାଗରିକ ତଥା ଆଦରର ଦିଦିଙ୍କୁ ସ୍ୱାଗତ ପାଇଁ ଯେ କେବଳ ପରିବାର ତା ନୁହେଁ, ସାରା ପାହାଡ଼ପୁର ଗାଁ ଲୋକେ ବି ଏକଜୁଟ୍ ହୋଇଥିଲେ।