• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ୱକଫ୍ ସଂଶୋଧିତ ବିଲ୍‌କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ସଂସଦରେ ପାସ୍ ହେବା ପରେ ଏହି ବିଲ୍‌କୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା । ଆଉ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତାକ୍ଷର ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇସାରିଛି । ଏବେ ଏହି ନୂଆ ନିୟମକୁ ସାରା ଦେଶରେ ଲାଗୁ କରାଯିବ । ଏହି ନିୟମ ଅନୁସାରେ ହିଁ ଆଗକୁ ସମସ୍ତ ପ୍ରକ୍ରିୟା କରାଯିବ।

Also Read

ଅଧିକ ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିମାନ ଦୁର୍ଘଟଣାରେ ଚାଲିଗଲା ପାଇଲଟଙ୍କ ଜୀବନ

ୱକଫ୍ ଶଂସୋଧିତ ବିଲକୁ ପ୍ରଥମେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ବିଲ୍ ସପକ୍ଷରେ ୨୮୮ଟି ଏବଂ ବିପକ୍ଷରେ ପଡ଼ିଥିଲା ୨୩୨ଟି ଭୋଟ୍ । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ଗତ ୨ ତାରିଖ ବିଳମ୍ବିତ ରାତିରେ ୱକ୍‌ଫ ବିଲ୍‌ଟି ଲୋକସଭାରେ ପାସ୍ ହୋଇଥିଲା । ଆଉ ଏହାର ପରଦିନ ହିଁ ବିଲ୍‌କୁ ରାଜ୍ୟସଭାକୁ ପଠାଯାଇଥିଲା । ରାଜ୍ୟସଭାରେ ମଧ୍ୟ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମାରାଥନ ବିତର୍କ ପରେ ରାତି ପ୍ରାୟ ସାଢେ ଦୁଇଟାରେ ପାରିତ ହୋଇଥିଲା ୱକ୍‌ଫ ସଂଶୋଧିତ ବିଲ୍ । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୯୫ ସାଂସଦ ।

ସଂଶୋଧିତ ୱକଫ୍ ବିଲରେ ରହିଛି କ'ଣ ?

ଦେଶରେ ସେନା ଓ ରେଲୱେ ପରେ ତୃତୀୟ ସର୍ବାଧିକ ଜମିବାଡ଼ି ସଂପତ୍ତିର ମାଲିକ ୱାକଫ୍ ବୋର୍ଡ । ଏହି ସବୁ ସଂପତ୍ତି ପରିଚାଳନା କ୍ଷେତ୍ରରେ ରହିଥିବା ବିବାଦ ଓ ଅସୁବିଧା ଦୂର ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହି ବିଲରେ ଇସଲାମ ଧର୍ମରେ ଧାର୍ମିକ ଓ ବଦାନ୍ୟ କାର୍ଯ୍ୟ ଲାଗି ଉତ୍ସର୍ଗୀକୃତ ଥିବା ୱାକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନିକ ଦିଗକୁ ଗୁରୁତ୍ବ ମିଳିବ । ନୂଆ ବିଲରେ ସମ୍ପତ୍ତି ମାଲିକ ୱାକଫ୍ ଟ୍ରିବ୍ୟୁନାଲ୍ ବ୍ୟତୀତ ରେଭିନ୍ୟୁ କୋର୍ଟ, ସିଭିଲ କୋର୍ଟ କିମ୍ବା ଅନ୍ୟ ଉଚ୍ଚ ଅଦାଲତରେ ଅପିଲ୍ କରିପାରିବେ ।

ୱାକଫ୍ ଟ୍ରିବ୍ୟୁନାଲ୍ ଫୈସଲା ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯାଇପାରିବ । ନୂଆ ବିଲରେ ଯେପର୍ଯ୍ୟନ୍ତ କାହାର ସମ୍ପତ୍ତି ୱାକଫକୁ ଦାନ ଆକାରରେ ନମିଳିଛି ସେଯାଏଁ ସମ୍ପତ୍ତି ୱାକଫ୍ ସମ୍ପତ୍ତି ହୋଇପାରିବ ନାହିଁ । ସେହି ସମ୍ପତ୍ତି ଉପରେ ମସଜିଦ ଥିଲେ ବି ସେଠାରେ ଲାଗୁ ହୋଇଫାରିବ ନାହିଁ ୱାକଫ୍ ଆଇନ । ୱାକଫ୍ ବୋର୍ଡ ପରିଚାଳନାରେ ଟେକ୍ନୋନୋଲୋଜି ପ୍ରୟୋଗ ସାଙ୍ଗକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବ ।

ୱାକଫ୍ ବୋର୍ଡରେ ମୁସଲମାନ ମହିଳାଙ୍କୁ ପ୍ରତିନିଧିତ୍ବ ମିଳିବ। ଏଥିରେ ୨ ଜଣ ମହିଳା ଓ ଅନ୍ୟ ଧର୍ମର ୨ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇପାରିବ । ୱକଫ ସଂଶୋଧିତ ବିଲ୍ ଆଇନ ହେବାର ୬ ମାସ ଭିତରେ ପ୍ରତ୍ୟେକ ୱାକଫ୍ ସମ୍ପତ୍ତି ସେଣ୍ଟ୍ରାଲ୍ ଡାଟାବେସରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ହେବ ।

ୱାକଫ୍ ସମ୍ପତ୍ତିର ରେଜିଷ୍ଟ୍ରେସନ୍ ଜିଲ୍ଲାପାଳଙ୍କ ଅଫିସରେ କରାଯିବ। ୱାକଫ୍ ବୋର୍ଡର ପଂଜୀକରଣ, ପ୍ରକାଶନ ଓ ହିସାବପତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ରହିବ। ସିଏଜି କିମ୍ବା ଅନ୍ୟ ଅଧିକୃତ ଅଧିକାରୀଙ୍କ ଦ୍ବାରା ୱାକଫ୍ ବୋର୍ଡର ଅଡିଟ୍ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ ।

ଅଧିକ ପଢ଼ନ୍ତୁ: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?