କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ୍ ପ୍ଲାଣ୍ଟ। ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା। ୭ ବର୍ଷ ତଳେ ବିଫଳ ହୋଇ ଓଡ଼ିଶାରୁ ଫେରି ଯାଇଥିବା ପୋସ୍କୋ, କାହିଁକି JSWକୁ ସାଥୀ କରି କେନ୍ଦୁଝରକୁ ବାଛିଲା ?
କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ ପ୍ଲାଣ୍ଟ । ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା ।
ପୁଣି ଓଡ଼ିଶା ଫେରୁଛି ପୋସ୍କୋ । ଏଥର ପାରାଦୀପ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ।
ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ପୋସ୍କୋ ଓ ଜେଏସଡବ୍ଲୁ ମିଳିତ ଭାବେ କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ କରିବାକୁ ଯାଉଥିବା ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ।
କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ।