/odishatv-khabar/media/post_attachments/uploadimage/library/16_9/16_9_0/JSW_Posco_1730460115.jpg)
JSW-Posco
କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । JSW ସହ ପୋସ୍କୋ ଏମଓୟୁ କରିବା ପରେ ଲାଗି ରହିଥିଲା ଚର୍ଚ୍ଚା । ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ ବେଳେ ଏ ବାବଦରେ କଥା ହୋଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେଠାରେ ଉଭୟ JSW ଓ ପୋସ୍କୋ ସହ ଆଲୋଚନା କରିଥିଲି । ଏହା ଭିତରେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ଏମ୍ଓୟୁ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ସେମାନେ ପ୍ଲାଣ୍ଟ କରିବେ ବୋଲି ମେନ୍ସନ୍ କରିଛନ୍ତି । ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଅବସରରେ ସୂଚନା ଦେଇଛନ୍ତି।
୫୨ ହଜାର କୋଟି ଟଙ୍କା ନିବେଶ କରି ଜଗତସିଂହପୁର ଜିଲ୍ଲାରେ ଏକ ବିଶାଳ ଇସ୍ପାତ କାରଖାନା ବସାଇବାକୁ ୨୦୦୫ ମସିହାରେ ତତ୍କାଳୀନ ବିଜେଡି ସରକାର ସହ ଏମଓୟୁ କରିଥିଲା କଂପାନୀ। ହେଲେ ଜମି ଅଧିଗ୍ରହଣ ବିବାଦ ସହ ଅନ୍ୟ କେତେକ କାରଣରୁ କାରଖାନା ସ୍ଥାପନ କରିବାରେ ବିଫଳ ହୋଇ ଓଡ଼ିଶା ଛାଡ଼ି ଚାଲିଯାଇଥିଲା ଦକ୍ଷିଣ କୋରିଆର ଏହି ଇସ୍ପାତ କମ୍ପାନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)