/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718026867.jpg)
Pradhan Mantri Awas Yojana
ମୋଦି ସରକାରଙ୍କ ବଡ଼ ଘୋଷଣା । ତୃତୀୟ ପାଳିରେ ଦ୍ବିତୀୟ ବଡ଼ ଘୋଷଣା କଲେ ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗୃହହୀନଙ୍କ ପାଇଁ ଆଉ ୩ କୋଟି ଘର । ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି ।
It has been decided in the Union Cabinet meeting today to provide assistance to 3 crore additional rural and urban households for the construction of houses, to meet the housing requirements arising out of the increase in the number of eligible families.
Govt of India is… https://t.co/LDJ0ngjWpq
— ANI (@ANI) June 10, 2024
ତେବେ ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି ସକାଳେ କାର୍ଯ୍ୟାଳୟରେ ପହଞ୍ଚି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଆଜି ସକାଳେ ସାଉଥ-ବ୍ଲକରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ମୋଦିଙ୍କୁ ଅଧିକାରୀମାନେ ଭବ୍ୟ ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନିଜ ଚାମ୍ବରରେ ଆଧିକାରୀଙ୍କ ଚୌକିରେ ବସି କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ମୋଦିଙ୍କ ପ୍ରଥମ ଦସ୍ତଖତ, PM କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା
ତୃତୀୟ ପାଳିର ପ୍ରଥମ ନିଷ୍ପତ୍ତି ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନର ୧୭ ତମ ଅର୍ଥରାଶି ରିଲିଜ୍ ଫାଇଲରେ ଦସ୍ତଖତ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ୯.୩ କୋଟି ଚାଷୀଙ୍କୁ ଉପକୃତ କରିବ । ପ୍ରାୟ ୨୦,୦୦୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବ । ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି ।
ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ୨୭ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’, ୧୦ ଜଣ ଅନୁସୂଚିତ ଜାତି ଓ ୫ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ଏହାସହିତ ୪୩ ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ ୩୯ ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ୩୪ ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳି ସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)