ଭୁବନେଶ୍ବରରେ ଆରମ୍ଭ ହୋଇଛି ପୋଲିସ୍ ଡିଜି ସମ୍ମିଳନୀ । ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏହି ସର୍ବଭାରତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ଏ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ତିନିଦିନ ଧରି ଦେଶ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ଚାଲିବ ।
କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି । ୨୪ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ ଚାଲିଛି ରୁଦ୍ଧଦ୍ବାର ପାଠଶାଳା । ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଚାଲିଛି ଆଲୋଚନା ।...
ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।
ଫୋକସରେ ଭୁବନେଶ୍ବର । ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଦେଶ ସୁରକ୍ଷା ସଂପର୍କିତ ମହାମନ୍ଥନ ପ୍ରଥମେ ନ୍ୟାସନାଲ୍ ସିକ୍ୟୁରିଟି ଆଡ୍ଭାଇଜର ଅଜିତ୍ ଡୋଭାଲ୍ ।
ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।
ଆସୁଛନ୍ତି ପିଏମ୍ ମୋଦି । ସେଇଥି ପାଇଁ ସାଜସଜା । ରାଜଧାନୀ ସାରା ଛାଇଗଲାଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ କଟ୍ ଆଉଟ୍ । ଏୟାରପୋର୍ଟ ନିକଟରେ ଛିଡ଼ା ହୋଇଛି ମୋଦିଙ୍କ ବିଶାଳ କଟଆଉଟ୍ ।
ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।
୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ ।
ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି। ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ବିଜୟ ଉତ୍ସବରେ ଦଳୀୟ ନେତା ଓ କର୍ମୀଙ୍କୁ ଏମିତି କହି ଉତ୍ସାହିତ କରିବା ସହ ବିରୋଧୀ ମହା ଅଘାତି ମେଣ୍ଟକୁ କଡ଼ା ନିଶାନା କରିଛନ୍ତି।
ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ୍ ଡିଜି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ ।
ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।
ଆୟକର ବିଭାଗ (ITR) ଦାଖଲ ତଥ୍ୟ ଅନୁଯାୟୀ, ୨୦୧୩-୧୪ ମସିହାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୫ ଲକ୍ଷ ଥିବା ବେଳେ ବର୍ତ୍ତମାନ ଅର୍ଥାତ ୨୦୨୩-୨୪ ମସିହାରେ ଏହା ୯.୩୯ ଲକ୍ଷରୁ ଅଧିକରେ ପହଞ୍ଚିଛି। ଯାହାକି ପ୍ରାୟ ୫ଗୁଣ ଅଧିକ।
ଗୁଜରାଟ କଚ୍ଛ୍ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।
ଗୁଜରାଟ କଚ୍ଛ୍ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।
ଆଜି ପ୍ରଧାନମନ୍ତ୍ରୀ ଦେଶରେ ମୋଟ ୧୨ ହଜାର ୮୫୦ କୋଟିର ପ୍ରକଳ୍ପର ଉଦଘାଟନ କରିବେ। ନୂଆଦିଲ୍ଲୀରେ ଦେଶର ପ୍ରଥମ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରିବା ସହ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଭାଗରେ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି।
ଗୁଜରାଟ ଭଦୋଦରାରେ C-295 ଯୁଦ୍ଧ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ ।
ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।
ଜନଜାତି ଗୌରବ ଦିବସର ଉଦଘାଟନୀ ସମାରୋହରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ରାଉରକେଲା ଆସିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।
ଯୁଦ୍ଧ ସ୍ଥିତିରେ ଥରହର ବିଶ୍ବ। ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ତ୍ରସ୍ତ ହେଲାଣି ପ୍ରକୃତି। ଆଉ ଏତିକି ବେଳେ ଚର୍ଚ୍ଚାକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଟୁଇଟ୍। ଏହି ଯୁଦ୍ଧରେ ଭାରତ ହେବ କି ସଙ୍କଟ ମୋଚକ ?
ଦେଶବାସୀଙ୍କ ସହଯୋଗରେ ହିଁ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସେ କହିଛନ୍ତି ଯେ, ‘ସ୍ବଚ୍ଛ ଭାରତ ମିଶନ’ ସ୍ମରଣୀୟ ହୋଇ ରହିବ ।
୧୦ ବର୍ଷ ତଳେ ବିଜୟା ଦଶମୀରେ ଆରମ୍ଭ ହୋଇଥିବା ଏହି ରେଡିଓଭିତ୍ତିକ କାର୍ଯ୍ୟକ୍ରମ ଆଜି ଦେଶର ଘରେ ଘରେ ପରିଚିତ, ପ୍ରଶଂସିତ। ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ବ୍ୟକ୍ତିଗତ ପ୍ରତିଭା ହେଉ ଅବା ସମାଜ ପାଇଁ ପରିଶ୍ରମ ଓ ଉତ୍ସର୍ଗ, ଲୋକଲୋଚନକୁ ଆସିବା ସହ ପ୍ରଚାର ପ୍ରସାର ବି ହୋଇଛି ।
କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍।
୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।