/odishatv-khabar/media/media_files/2025/11/15/tejashwi-dream-shattered-2025-11-15-15-26-11.jpg)
Tejashwi-Dream-Shattered Photograph: (OTV)
ଦେଖୁ ଦେଖୁ ଏ କ’ଣ ହୋଇଗଲା! ଏଥିରେ କିଏ ସାଜିଲା ‘ଚାଣକ୍ୟ’ ।
ବିହାର ନିର୍ବାଚନ ୨୦୨୫ରେ ଭୋଜପୁରୀ ଅଭିନେତା ପୱନ ସିଂହଙ୍କ ଗୀତ 'ଯୋଡି ମୋଦି ନୀତୀଶ କି ହିଟ୍ ହୋ' ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଭାବେ କାମ ଦେଲା ଆଉ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଯୋଡ଼ି ଏତେ ହିଟ୍ ହୋଇଗଲା ଯେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମୁସଲିମ-ଯାଦବ ବା MY ଭୋଟ ବ୍ୟାଙ୍କର ଲଙ୍କା ପବନରେ ଉଡ଼ିଗଲା।
ବିହାର ନିର୍ବାଚନ ଫଳ କେବଳ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିନାହିଁ, ବରଂ ପୁଣି ଥରେ ପ୍ରମାଣ କରିଦେଇଛି ଯେ ବିହାର ରାଜନୀତିରେ ମୋଦି-ନୀତୀଶଙ୍କ ଯୋଡ଼ିର କେହି ସମକକ୍ଷ ନାହାନ୍ତି । ତେବେ ଏହି ଯୋଡ଼ିକୁ ହିଟ୍ କରିବାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିଁ ଜଣେ ପ୍ରକୃତ "ଚାଣକ୍ୟ" ଭୂମିକା ଗ୍ରହଣ କରିଛନ୍ତି। ଅମିତ ଶାହଙ୍କ ରଣନୀତି ହିଁ ତେଜସ୍ୱୀ ଯାଦବଙ୍କ ମୁସଲିମ ଭୋଟ ବ୍ୟାଙ୍କକୁ ଶେଷ କରିଦେଇଛି।
ମୋଦି ଏବଂ ନୀତୀଶଙ୍କ ଯୋଡ଼ି ହିଟ୍
ଭୋଜପୁରୀ ପାୱାର ଷ୍ଟାର ଏବଂ ବିଜେପି ନେତା ପବନ ସିଂହ ନିର୍ବାଚନ ପୂର୍ବରୁ ଏକ ଗୀତ ରିଲିଜ୍ କରି ଦାବି କରିଥିଲେ, "ମୋଦି ଏବଂ ନୀତୀଶଙ୍କ ଯୋଡ଼ି ହିଟ୍ ହେବ"। ନିର୍ବାଚନ ଫଳାଫଳ ଏହାକୁ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ କରିଦେଲା। NDAର ବିଜୟ RJD ନେତା ତେଜସ୍ୱୀ ଯାଦବଙ୍କୁ ସବୁଠାରୁ ବଡ଼ ଧକ୍କା ଦେଇଛି।
୨୦୨୦ ପରେ ୨୦୨୫ରେ ମୁଖ୍ୟମନ୍ତ୍ରୀ ହେବାର ତାଙ୍କର ସ୍ୱପ୍ନ ଅଧୁରା ରହିଗଲା। ତେବେ ଆରଜେଡିର ପରାଜୟ ପଛରେ ସବୁଠାରୁ ବଡ଼ କାରଣ ହେଉଛି ଏହାର ପାରମ୍ପରିକ MY ଭୋଟ ବ୍ୟାଙ୍କ, ଯେଉଁଥିରେ ଏଥର ବଡ଼ ଫାଟ ସୃଷ୍ଟି ହୋଇଛି।
ସୀମାଞ୍ଚଳ ଭଳି ଅଞ୍ଚଳରେ AIMIM ଏବଂ ଅନ୍ୟାନ୍ୟ ଦଳର ଉପସ୍ଥିତି ଯୋଗୁଁ ମୁସଲିମ ଭୋଟ ବିଭାଜିତ ହୋଇଛି। RJD ଏବଂ କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କ ଚୁର୍ମାର୍ ହୋଇଯାଇଛି। ଆଉ NDA ଏହାର ପୂରା ଫାଇଦା ନେଇଛି। ବିଜେପି ଏବଂ ଜେଡିୟୁ ସେମାନଙ୍କର ପୂରା ପ୍ରଚାରରେ ୯୦ ଦଶକର "ଜଙ୍ଗଲ ରାଜ"ର କାର୍ଡ ଖେଳିଥିଲେ । ଆଉ RJDର ଶକ୍ତିଶାଳୀ ପ୍ରାର୍ଥୀ ଛିଡ଼ା କରିବାର ନିଷ୍ପତ୍ତି, ସବର୍ଣ୍ଣ ଏବଂ ଅତି ପଛୁଆ ବର୍ଗ ବା EBC ଭୋଟ ଏନଡିଏ ପଲାକୁ ଭାରି କରିଥିଲା।
Jay Dholakia: ନୂଆପଡ଼ା ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା, ବିପୁଳ ସ୍ବାଗତ

Loan Scheme: ସୁନା ଭଳି ଏବେ ରୂପାରେ ମିଳିବ ଲୋନ୍: RBI ର ନୂଆ ନିୟମ

Climate Disasters In India: ପ୍ରାକୃତିକ ପ୍ରଳୟରେ ଛଟପଟ ଭାରତ, ୮୦ହଜାର ମୃତ

Bihar Election: ମାଟି କାମୁଡିଲା ମହାଗଠବନ୍ଧନ… ତେଜସ୍ୱୀଙ୍କୁ କାହିଁକି ଆଡେଇ ଦେଲେ ବିହାରବାସୀ? ଜାଣନ୍ତୁ ୫ କାରଣ

Muzaffarpur Tragedy: ଭୟଙ୍କର ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲା ପୂରା ପରିବାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)