ଦେଶରେ ୧୦୦ କୋଟି ଡୋଜ୍ ଟିକାକରଣ ପୂରଣ ହେବା ପରେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ୧୦୦ କୋଟି ଡୋଜ୍ କେବଳ ଏକ ସଂଖ୍ୟା ନୁହେଁ ଏହା ଆମ ଦେଶର ଦକ୍ଷତାକୁ ପ୍ରଦର୍ଶନ କରୁଛି। ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହା ଏକ ସଫଳତା ବୋଲି ମୋଦି କହିଛନ୍ତି
ଦେଶରେ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ପେସାଦାର ମନୋବୃତ୍ତି ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶର ଅର୍ଡିନାସ ଫ୍ୟାକ୍ଟ୍ରି ବୋର୍ଡକୁ ୭ଟି ନୂଆ କମ୍ପାନିରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି କମ୍ପାନିଗୁଡ଼ିକର ଲୋକାର୍ପଣ କରିଛନ୍ତି।
ଦିଲ୍ଲୀ ଏମ୍ସରେ ଚାଲିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଚିକିତ୍ସା । ଆଜି ସକାଳୁ ମନମୋହନଙ୍କୁ ଯାଇ ଭେଟିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏମ୍ସକୁ ଯାଇ ମନମୋହନଙ୍କ ସହ କଥା ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେହିପରି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।
କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି.. ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ।
ମୋଦି ଜଣେ ସର୍ବୋତ୍ତମ ଗଣତାନ୍ତ୍ରିକ ନେତା । ସରକାର ଚଳାଇବା ପାଇଁ ନୁହେଁ, ଦେଶ ବଦଳାଇବା ଉଦ୍ଦେଶ୍ୟରେ ସତ୍ତାକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଦି ଚଳିତ ସପ୍ତାହରେ ଜନସେବାରେ ତାଙ୍କର ୨୦ ବର୍ଷ ପୂରଣ କରିଛନ୍ତି । ଏହାସହ ମୋଦିଙ୍କୁ ତାନାଶାହା କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି ଗୃହମନ୍ତ୍ରୀ
ପିଏମ କିଷାନ ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ, ଫଟାଫଟ୍ କରନ୍ତୁ ଏସବୁ କାମ। ଏବେ ଗୋଟିଏ କିସ୍ତିରେ ୨ ହଜାର ଟଙ୍କା ବଦଳରେ ଚାଷୀଙ୍କ ଖାତାରେ ଜମା ହେବାକୁ ଯାଉଛି ୪ ହଜାର ଟଙ୍କା।
ନା ତାଙ୍କ ପାଖରେ ଥିଲା ଅସ୍ତ୍ର, ନା ଶସ୍ତ୍ର ନା ଅତ୍ୟାଧୁନିକ ସରଞ୍ଜାମ। ତଥାପି ବିଶାଳ ଇଂରେଜ ଶାସନକୁ ଭାରତ ଛାଡ଼ିବାକୁ ବାଧ୍ୟ କରିଥିଲା ତାଙ୍କ ଆଦର୍ଶ ଆଉ ଚିନ୍ତାଧାରା। ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଜୟନ୍ତୀ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶ ତାଙ୍କ ସ୍ମୃତିଚାରଣ କରୁଛି।
ଭାରତୀୟ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ଲୋକଙ୍କ ସହ ପାରମ୍ପରିକ ଅନ୍ଦାଜରେ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ ପ୍ରଶଂସା କରିଛନ୍ତି। ବୁଧବାର ରିଜ୍ଜୁ ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଏକ ଭିଡିଓ ସେୟାର କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ରିଟ୍ୱିଟ କରି ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ପ୍ରଶଂସା କରିଥିଲେ।
ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି
କଳାହାଣ୍ଡିର ପଟାୟତ ସାହୁ ଏବେ ଦେଶ ବିଦେଶରେ ଏକ ପରିଚିତ ନାଁ। କାରଣ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ତାଙ୍କ ଔଷଧୀୟ ଉଦ୍ୟାନର ଭୁରୀ ଭୁରୀ ପ୍ରଶଂସା। ପ୍ରାୟ ୧ ଏକର ୨୦ ଡିସିମିଲର ଜାଗାରେ କରିଛନ୍ତି ଔଷଧୀୟ ବଗିଚା।
ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଦ୍ୱାରା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ଭିଡିଓ କନ୍ଫରେନ୍ସିଂରେ ଜରିଆରେ ଏହାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲ୍ଥ ଆଇଡି ପ୍ରସ୍ତୁତ କରାଯିବ ।
ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି । ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି । ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି ।
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ନିଜ ସମ୍ବୋଧନର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଭୁଲ୍ ତଥ୍ୟ ପ୍ରଦାନ କରି ସୁଶୀଲ ମୋଦି ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ୮୧ ତମ ସଂସ୍କରଣ ଆକାଶବାଣୀରେ ପ୍ରକାଶିତ ହୋଇଛି। କାର୍ଯ୍ୟକ୍ରମରେ ମୋଦୀ କରୋନା ମୁକାବିଲା,ନଦୀ ସଂଯୋଗୀକରଣ ଓ ଡିଜିଟାଲ୍ ପେମେଣ୍ଟ ଆଦି ବିଷୟ ଉପରେ ଚର୍ଚ୍ଚା କରିଛନ୍ତି। ଏନେଇ ଓଡିଶାର ପଟ୍ଟାୟତ ସାହୁ ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
ଆଜିର ମନ୍ କି ବାତ୍ରେ ଔଷଧୀୟ ବୃକ୍ଷ ଚାଷ ସଂପର୍କରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନାନ୍ଦୋଲର ପଟାୟତ ସାହୁଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଭାରତ-ଆମେରିକା ସମ୍ପର୍କ ପ୍ରାକୃତିକ। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମ୍ଲା ହାରିସଙ୍କ ନେତୃତ୍ୱରେ ଭାରତ-ଆମେରିକା ସମ୍ପର୍କ ଶୀର୍ଷରେ ପହଞ୍ଚିବ। ଗୁରୁବାର ହ୍ୱାଇଟ ହାଉସ୍ରେ ଆମେରିକା ଉପ ରାଷ୍ଟ୍ରପତି କମଲା ହାରିସ୍ଙ୍କ ସହ ସାକ୍ଷାତ କରି ଏପରି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦର ଅନ୍ତ ଘଟିବାକୁ ଯାଉଛି। ଆଜି ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟ ତାଙ୍କୁ ବିପୁଳ ସ୍ୱାଗତ କରିଛନ୍ତି । ଓ୍ୱାଶିଂଟନ ଡିସି ସ୍ଥିତ ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ଅବତରଣ କରିବା ବେଳେ ଏୟାରପୋର୍ଟ ବାହାରେ ଉପସ୍ଥିତ ରହି ଶତାଧିକ ପ୍ରବାସୀ ଭାରତୀୟ ମୋଦିଙ୍କୁ ସ୍ୱାଗତ କରିଥିଲେ । ତେବେ ବିମାନରୁ ଓହ୍ଲାଇବା ପରେ ସ୍ୱତନ୍ତ୍ର କାରକେଡରେ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ କାର ଅଟକାଇ ବାହାରକୁ ଆସିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ସମୟ ଭୋର ୪ଟାରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ବିମାନ ୱାଶିଂଟନ ଡିସିରେ ଥିବା ଜଏଣ୍ଟ ବେସ୍ ଆଣ୍ଡ୍ରିୟୁସ୍ରେ ଅବତରଣ କରିଥିଲା।
୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।
୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ ଓ୍ୱାଶିଂଟନରେ ପହଞ୍ଚିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେଲଫି ପଏଣ୍ଟ। ବିଜେପି ପାର୍ଟି ଅଫିସ ସମ୍ମୁଖରେ ସେଲଫି ପଏଣ୍ଟ। …
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ୨୦୧୪ ମସିହା ପରଠାରୁ ବିଜେପି ପକ୍ଷରୁ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆଜି ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ।
ଶାନ୍ତିପୂର୍ଣ୍ଣ ଉପାୟରେ ଆଫଗାନିସ୍ତାନରେ ପରିସ୍ଥିତିରେ ସୁଧାର ଆଣିବା ଲାଗି ବ୍ରିକ୍ସ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି। ଗତକାଲି ବିଶ୍ୱର ୫ ଦେଶକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ୧୩ ତମ ବ୍ରିକ୍ସ ସମ୍ମିଳନୀରେ ଏହି ଆହ୍ୱାନ ଦିଆଯାଇଛି।