ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ଲାନ। ବିଜେଡି ମୁକ୍ତ ଓଡ଼ିଶା ଗଠନ କରି କ୍ଷମତାକୁ ଆସିବା ଲକ୍ଷ୍ୟରେ ଦଳର ମେଗା ସୋ'। ମୋଦି ସରକାରଙ୍କ ୯ ବର୍ଷର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଆରମ୍ଭ କରିଛି ମହା ଜନସଂପର୍କ ଅଭିଯାନ ।
ଭାରତୀୟ ଗଣତନ୍ତ୍ର ପାଇଁ ଐତିହାସିକ ଦିନ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ନୂଆ ଅତ୍ୟାଧୁନିକ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...
ଯେଉଁଠି ୧୪୦ କୋଟି ଭାରତୀୟଙ୍କ ପ୍ରତିନିଧି କରିବେ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୀତି ନିର୍ଦ୍ଧାରଣ ଏବଂ ନିୟମ ପ୍ରଣୟନ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ୬୪ ହଜାର ୫ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ।
ସକାଳ ୭ରୁ ଅପରାହ୍ନ ସାଢ଼େ ୨ଟା ଯାଏଁ ଚାଲିବ ଉଦଘାଟନୀ ସମାରୋହ । ଗଣତନ୍ତ୍ର ସଂଗ୍ରହାଳୟରେ ପରିଣତ ହେବ ପୂରାତନ ସଂସଦ ଗୃହ ।
ସାଧାରଣ ନିର୍ବାଚନ ପୂର୍ବରୁ ମୈଦାନରେ ଆରମ୍ଭ ହୋଇଗଲାଣି ବ୍ରାଣ୍ଡ ଲଢ଼େଇ । ମୋଦି ସରକାରର ୯ ବର୍ଷ ଓ ନବୀନ ସରକାରର ୨୩ ବର୍ଷ ପୂର୍ତ୍ତି ଉତ୍ସବକୁ ନେଇ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି । କେନ୍ଦ୍ରର ସଫଳତା ଓ ରାଜ୍ୟର ବିଫଳତାକୁ ବିଜେପି ପ୍ରସଙ୍ଗ କରି କୋଟିଏ ପରିବାର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାକୁ କାଉଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ବିଜେଡି । ଯାହାକୁ ନେଇ ତେଜିଛି ରାଜନୀତି ।
ମୋଦି ସରକାରର ୯ ବର୍ଷ ବାନାମ୍ ନବୀନ ସରକାରର ୨୩ ବର୍ଷ । ମୋଦିଙ୍କ ସଫଳ ଯୋଜନା ବନାମ୍ ନବୀନଙ୍କ ବିକାଶ ବାର୍ତ୍ତା । ବିଜେପିର ମେଗା ଜନ ସଂପର୍କ ଯାତ୍ରାକୁ କାଉଣ୍ଟର କରିବାକୁ ବିଜେଡିର ପ୍ଲାନ୍ ଭୋଟ ପୂର୍ବରୁ ଗ୍ରାଉଣ୍ଡରେ ଭିଡ଼ାଭିଡ଼ି ।
ଆସନ୍ତା ୨୮ ତାରିଖ ରବିବାର ଦିନ ପୂରା ବିଶ୍ୱ କେବଳ ଭାରତର ନୂଆ ସଂସଦ ବିଲଡିଂକୁ ଦେଖିବ ନାହିଁ, ବରଂ ନୂଆ ମୁଦ୍ରାକୁ ମଧ୍ୟ ଦେଖିବ।
ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।
ଆଉ ୨ ଦିନ ପରେ ନୂଆ ସଂସଦ ଭବନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଏଭଳି ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସମେତ ପ୍ରାୟ ୨୦ଟି ବିରୋଧୀ ଦଳ ।
ନୂଆ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଘୋଷଣା କରିବା ପରେ ତେଜିଲା ରାଜନୀତି। ରାଷ୍ଟ୍ରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ସ୍ତରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିରୋଧୀ ।
ସିଡନୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।
ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ଏକ ଦ୍ୱୀପକୁ ଯାତ୍ରା କରିଛନ୍ତି ।
ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ବାଇଡେନ୍ । କହିଲେ, ଆମେରିକାରେ ଆପଣ ଖୁବ୍ ଲୋକପ୍ରିୟ ।
ମୋଦିଙ୍କୁ ପ୍ରଶଂସା କରି ରାଜ୍ୟ ବିଜେପି ଆକ୍ରମଣକୁ ଗୌଣ କରିବାକୁ ଚାଲ୍ ଖେଳୁଛି କି ବିଜେଡି। କାହିଁକିନା ରାଜ୍ୟ ବିଜେପି ଉପରେ ବିଜେଡିର ଘନଘନ ଆକ୍ରମଣ । ହେଲେ କେନ୍ଦ୍ର ବିଜେପି ନେତୃତ୍ବ ପ୍ରତି ନରମ ଆଭିମୁଖ୍ୟ ।
କେଉଁ ଧାରାରେ ଚାଲୁଛି ବିଜେଡି ? ବଦଳୁଛି କି ଦଳର ଆଭିମୁଖ୍ୟ ? ମୋଦିଙ୍କ ଆଡ଼କୁ ଢଳୁଛନ୍ତି କି ନବୀନ ? ରାଜ୍ୟରେ ବିଜେପି ସହ କଳି..କେନ୍ଦ୍ରରେ କୋଳାକୋଳି !
ମୋଦିଙ୍କ ଆଡକୁ ଢଳୁଛନ୍ତି କି ନବୀନ? ବନ୍ଦେ ଭାରତ ଉତ୍ସବ ଭାଷଣରେ ପୁରୀ ଏୟାରପୋର୍ଟ ଲୋକାର୍ପଣ ପାଇଁ ଆଗୁଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ନେଇ ବଢ଼ିଲା ଚର୍ଚ୍ଚା..ତେଣେ ନବୀନଙ୍କ ଡବଲ୍ ଇଞ୍ଜିନ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ ତେରଛା ବାଣ.
ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।
ଯୁବକଙ୍କ ବିବାହ ଏପ୍ରିଲ ୪ ତାରିଖ ରବିବାର ଦିନ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଏହି ଦିନ ଥିଲା ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍'
ଜନ ଆନ୍ଦୋଳନ ପାଲଟିଛି 'ମନ୍ କି ବାତ୍': ଶହେତମ ସଂସ୍କରଣରେ ପିଏମ୍ ମୋଦି କହିଲେ ମୋ ପାଇଁ ଏ କାର୍ଯ୍ୟକ୍ରମ ଆସ୍ଥା, ପୂଜା ଓ ବ୍ରତ। ପୁନଃ ସ୍ମରଣରେ ନେଲେ ଓଡ଼ିଶାର ଡି.ପ୍ରକାଶ ରାଓଙ୍କ ଭଳି ଦେଶର ବହୁ ପ୍ରେରଣାଦାୟୀ ବ୍ୟକ୍ତିଙ୍କ ନାଁ
ଦିଲ୍ଲୀରୁ ପଲ୍ଲୀ, ନେତା-ଜନତାଙ୍କଠୁ ସେଲିବ୍ରିଟି: 'ମନ କି ବାତ୍'ର ଶତକ ଅଧ୍ୟାୟ ଶୁଣିବାକୁ ଦେଶବ୍ୟାପୀ ଉତ୍ସାହ, ୪ ଲକ୍ଷ ବୁଥରେ ବିଜେପି କଲା ବ୍ୟାପକ ଆୟୋଜନ, ବିଦେଶରେ ବି ଲୋକଙ୍କ ମନକୁ ଛୁଇଁଲା ମୋଦିଙ୍କ ମନର କଥା
ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ସ୍ମରଣ କରିବା ସହ ସମାଜ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ମୋଦି କହିଛନ୍ତି ।
୨୦୨୨ ଗଣନା ଅନୁଯାୟୀ ଘୋଷଣା ହେଲା ବାଘ ସଂଖ୍ୟା । ବାଘ ସଂଖ୍ୟା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।
ଦେଶର ବିକାଶ ଦିଗରେ ନାରୀ ଶକ୍ତି ପ୍ରମୁଖ ମାଧ୍ୟମ ପାଲଟିଛି । ମହିଳା ମାନେ ସର୍ବ ସମ୍ପର୍ଣ୍ଣା ଓ କୁଶଳୀ । ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ପ୍ରଥମ ଭାରତୀୟ ମହିଳା ଭାବେ IUPAC ଅୱାର୍ଡ ପାଇ ସାରା ଦେଶକୁ ଗର୍ବିତ କରିଛନ୍ତି ।
ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଅଦରକାରୀ ପଲିଥିନ ଓ ପ୍ଲାଷ୍ଟିକ୍ରେ ତିଆରି ସୁନ୍ଦର କଳାକୃତି ପାଇଁ କେନ୍ଦ୍ରାପଡ଼ାର ଜଣେ ମହିଳାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କିଏ ସେହି ମହିଳା ଏବଂ କ’ଣ ତାଙ୍କ ନିଆରା ଉଦ୍ୟମ, ଆସନ୍ତୁ ଜାଣିବା।