• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ମଙ୍ଗଳବାର ଏକ ଭଲ ଦିନ ଥିଲା । ପ୍ୟାରିସ୍ ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଭାରତ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ସହ ମୋଟ୍‌ ୫ଟି ପଦକ ଜିତିଛି । ଏଥିସହ ଟୋକିଓ ପାରାଲିମ୍ପିକ୍ସର ପଦକ ରେକର୍ଡ ମଧ୍ୟ ଭାଙ୍ଗିଛି। ମଙ୍ଗଳବାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ଭାରତୀୟ ପାରା ଆଥଲେଟ୍‌ ଦୁଇଟି ପଦକ ଜିତିଥିଲେ । ଶରଦ କୁମାର ରୌପ୍ୟ ପଦକ ଜିତିଥିବାବେଳେ ମାରିୟାପ୍ପନ ଥଙ୍ଗାଭେଲୁ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି। ପୁରୁଷ ହାଇଜମ୍ପର T-63 ବର୍ଗରେ ଶରଦ କୁମାର ୧.୮୮ ମିଟର ଡେଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ମାରିୟାପ୍ପନ ଥଙ୍ଗାଭେଲୁ ୧.୮୫ ମିଟର ଡେଇଁ ତୃତୀୟ ସ୍ଥାନରେ ରହିଥିଲେ।

ଅଧିକ ପଢ଼ନ୍ତୁ: Paralympics 2024: ଭାରତ ପାଇଁ ଐତିହାସିକ ଦିନ; ଗୋଟିଏ ଦିନରେ ମିଳିଲା ୮ ମେଡାଲ୍

ଗତ ପାରାଲିମ୍ପିକ୍‌ ଗେମ୍ସରେ ଶରଦ କୁମାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ଏଥର ସେ ନିଜର ପ୍ରଦର୍ଶନକୁ ଉନ୍ନତ କରି ରୌପ୍ୟ ପଦକ ଜିତିଥିଲେ । ସେହିପରି ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ମାରିୟାପ୍ପନ ଥଙ୍ଗାଭେଲୁ କ୍ରମାଗତ ତୃତୀୟ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଛନ୍ତି । ସେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଏବଂ ଏଥର ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପ୍ୟାରିସ୍‌ ପାରାଲିମ୍ପିକ୍ସର ଷଷ୍ଠ ଦିନରେ ଟିମ୍‌ ଇଣ୍ଡିଆ ୫ଟି ପଦକ ଜିତିଛି । ଶରଦ ଓ ମାରିୟାପ୍ପନଙ୍କ ବ୍ୟତୀତ ଅଜିତ ସିଂହ ଓ ସୁନ୍ଦର ସିଂ ଗୁର୍ଜର ପୁରୁଷ ଜାଭେଲିନ୍‌ ଥ୍ରୋ F46 ଇଭେଣ୍ଟରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେହିପରି ୪୦୦ ମିଟର T20 ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଦିପ୍ତୀ । ଚଳିତ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ ମୋଟ୍‌ ୨୦ଟି ପଦକ ଜିତିଛି । ଏହାପୂର୍ବରୁ ଭାରତ ଟୋକିଓରେ ସର୍ବାଧିକ ୧୯ଟି ପଦକ ଜିତିଥିଲା।

ଅଧିକ ପଢ଼ନ୍ତୁ: Paris Paralympics: ମେସିନରେ କଟିଯାଇଥିଲା ଡାହାଣ ହାତ, ପାରା ଅଲିମ୍ପିକ୍ସରେ ଜିତିଲେଣି ୨ଟି ପଦକ

OTV is now on Whatsapp

Join and get latest news update delivered to you via whatsapp

Join Now