• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Delhi

Jam on Delhi-Haryana border
ଦିଲ୍ଲୀ-ହରିୟାଣା ସୀମାରେ ଭିଡ; ସମସ୍ୟାରେ ବ୍ୟବସାୟୀ

ବଲ୍ଲଭଗଡ ନିକଟ ଦିଲ୍ଲୀ-ହରିୟାଣା ସୀମାରେ ନୂଆ କୃଷି ଆଇନକୁ ଚାଷୀ ବିରୋଧ କରୁଥିବା ବେଳେ ସେଠାରେ ଅନେକ୍ ପୋଲିସ ମୁତୟନ କରାଯାଇଛି। ଏନେଇ ରାସ୍ତାରେ ଭିଡ ଦେଖା ଦେଇଛି। ଏହି ଟ୍ରାଫିକ୍ ଜାମକୁ ଦୂର କରିବା ପାଇଁ ବୁଧବାର ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇ ଅଧିକାରୀଙ୍କୁ ହଟିବା ନେଇ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଛି।

Indias R value drops below
ଦେଶରେ କମୁଛି କୋଭିଡ-୧୯ର R ଭାଲ୍ୟୁ; ଏବେ ବି ବିପଦରେ ପ୍ରମୁଖ ସହର

ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ସହରରେ ଏହା ପ୍ରାୟ ୧ ରହିଛି। ଦିଲ୍ଲୀ ଏବଂ ପୁଣେରେ R ଭାଲ୍ୟୁ ୧ ରୁ କମ୍ ଅଛି। ମହାରାଷ୍ଟ୍ର ଏବଂ କେରଳର R ଭାଲ୍ୟୁ ୧ରୁ କମ୍ ରହିଛି।

Mahant Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟ୍ ଖୋଲିଲା ରହସ୍ୟ

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ତୋଷ ତିୱାରୀ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। ଏମାନେ ତାଙ୍କୁ ମାନସିକ ସ୍ତରରେ ଅସୁବିଧାରେ ପକାଉଥିଲେ।

Woman throw divorce party
ବିବାହ ବିଚ୍ଛେଦରେ ଛାଡପତ୍ର ପାର୍ଟୀ ଦେଲେ ମହିଳା

ବିବାହ ଏକ ପବିତ୍ର ବନ୍ଧନ। ଏହା ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଲୋକେ ଏହାକୁ ସ୍ୱତନ୍ତ୍ର କରିବା ପାଇଁ କେତେ କ’ଣ କରିଥାନ୍ତି? କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନସାଥୀ ସହିତ ସେମାନଙ୍କର ସମ୍ପର୍କକୁ ଭଲ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇପାରନ୍ତି ନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦିଏ। ଏଭଳି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀଙ୍କ ଆଖିରେ ଏକମାତ୍ର ଉପାୟ ଦେଖାଯାଏ, ତାହା ହେଉଛି ଛାଡପତ୍ର। ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଏତେ ଖୁସି ହୋଇଯାଇଛନ୍ତି ଯେ ଏନେଇ ସେ ଏକ ଛାଡପତ୍ର ପାର୍ଟୀ ରଖିଥିଲେ।

Whatsapp is removing messenger rooms service
ହ୍ୱାଟ୍ସଆପ୍‌ରୁ ଉଠିବ ଏହି ଫିଚର

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍‌ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍‌ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।

SBI Warns Customers Against Cyber Fraud
ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ, ଆକାଉଣ୍ଟ ଖାଲି ହେବା ଆଗରୁ ଜାଣନ୍ତୁ ଏସବୁ କଥା

ସାଇବର ଠକଙ୍କ ଠକେଇର ଶିକାର ହେବା ଆଗରୁ ଜାଣନ୍ତୁ ଏ କଥା। ନଚେତ୍ କେତେବେଳେ ଆପଣଙ୍କ ଆଜାଣତରେ ଆକାଉଣ୍ଟ ଖାଲି ହୋଇ ଯାଇପାରେ। ଆପଣ ଯେମିତି ଠକାମୀର ଶିକାର ନ ହେବେ ସେଥିପାଇଁ ଷ୍ଟେଟ ବ୍ୟାଙ୍କ ଜାରି କରିଛି ଏହି ଭିଡ଼ିଓ

Neeraj chopra
ଅଭିନୟର ଯାଦୁ ଦେଖାଇଲେ ନୀରଜ ଚୋପ୍ରା,ଆଶ୍ଟର୍ଯ୍ୟ ହେଲେ ଫ୍ୟାନ୍ସ

ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ଅଭିନୟ କରି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।

Jawan became God
ଭଗବାନ ସାଜିଲେ ଆର୍‌ପିଏଫ୍ ଯବାନ : ବୃଦ୍ଧଙ୍କୁ କଲେ ସେବା

ବିହାରରେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ଆର୍‌ପିଏଫ୍ ଯବାନ (ଆର୍‌ପିଏଫ୍ କନ୍‌ଷ୍ଟେବଲ୍ ଭାଇରାଲ୍ ଭିଡିଓ) ରେଳ ଷ୍ଟେସନ୍‌ରେ ପଡ଼ିଥିବା ଅସହାୟ ତଥା ବୃଦ୍ଧଙ୍କୁ ସେବା କରୁଥିବା ଦେଖାଯାଇଛି। ଆର୍‌ପିଏଫ୍ ଯବାନ ନିଜେ ଏହି ବ୍ୟକ୍ତିଙ୍କୁ ସାବୁନରେ ଗାଧୋଇ ଦେଇଛନ୍ତି ଏବଂ ପରେ ତାଙ୍କୁ ସଫା ସୁତୁରା କରି ଏକ ପୋଷାକ ପିନ୍ଧେଇ ଦେଇଛନ୍ତି। ଏହି ଭିଡିଓରେ ପୋଲିସର ଏକ ଭିନ୍ନ ଭୂମିକା ଦେଖିବାକୁ ମିଳୁଛି।

SBI's 'Mega Offer
SBI ର 'ମେଗା ଅଫର', ମାସକୁ ରୋଜଗାର କରନ୍ତୁ ୬୦ ହଜାର ଟଙ୍କା, ଜାଣନ୍ତୁ ସବିଶେଷ ତଥ୍ୟ

ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍‌ଦାର ବିଜନେସ୍ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।

Space X | 4 Space Tourists
ଇତିହାସ ରଚିଲା ସ୍ପେସ୍ ଏକ୍ସ, ଅନ୍ତରୀକ୍ଷରୁ ଫେରିଲେ ୪ ସାଧାରଣ ନାଗରିକ

ଇତିହାସ ରଚିଲା ସ୍ପେସ୍ ଏକ୍ସ। ସାଧାରଣ ନାଗରିକଙ୍କୁ ଅନ୍ତରୀକ୍ଷ ପରିକ୍ରମା କରାଇ ପୃଥିବୀ ପୃଷ୍ଠକୁ ପୁଣି ଥରେ ଫେରିଛି ଡ୍ରାଗନ୍ କ୍ୟପସୁଲ୍ସ । ସ୍ପେସ୍ ଏକ୍ସର ଅନ୍ତରୀକ୍ଷ ଜାନ ବହୁତ ଦିନ ଧରି ପୃଥିବିର ପରକ୍ରମା କରିବା ପରେ ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିଛି । ଫ୍ଲୋରିଡା ଉପକୂଳରେ ଆଣ୍ଟଲାଟିକ୍ ମହାସାଗରରେ ଏହା ଅବତରଣ କରିଛି ।

Charanjeet Singh Channi
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ

ଚରଣଜିତ ସିଂ ଚନ୍ନୀ ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ। କଂଗ୍ରେସ ହାଇକମାଣ୍ଡ ବିଧାୟକଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି। ଏହାର କିଛି ସମୟ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ସୂଚନା ଦେଇଥିଲେ ଯେ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ ସିଂ ଚନ୍ନୀ ସନ୍ଧ୍ୟା ୬.୩୦ ରେ ରାଜ୍ୟପାଳଙ୍କୁ ଭେଟି ପାରନ୍ତି ନଚେତ ସୋମବାର ସମୟ ମାଗିପାରନ୍ତି।

Nargis Fakhri
୨୧ ଦିନ ଉପବାସ ରହିବେ ନର୍ଗିସ୍; ଖାଲି ପାଣି ପିଇବେ

୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ। କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ। ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି। ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍ ପାଇଁ ଏଭଳି କରୁଛନ୍ତି।

NTPC Recruitment 2021
NTPC ନିଯୁକ୍ତି ୨୦୨୧:ଖାଲି ପଡିଛି ଆସିଷ୍ଟାଣ୍ଟ ଟ୍ରେନି ପଦବୀ, କିପରି କରିବେ ଆବେଦନ

ଏନଟିପିସିରେ ଚାକିରୀ କରିବା ପାଇଁ ଇଛୁକ ଥିବା ଯୁବକ ଓ ଯୁବତୀଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ବିଭିନ୍ନ ବିଭାଗରେ ଆଷ୍ଟିଷ୍ଟାଣ୍ଟ ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଇଛି । ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ ଫର୍ମକୁ ବିଜ୍ଞପ୍ତିରେ ଉପଲବ୍ଧ ଠିକଣାକୁ ପଠାଇ ପଦବୀ ପାଇଁ ଆବେଦନ କରିପାରିବେ।

income tax department recruitment 2021
ଆୟକର ବିଭାଗର ନିଯୁକ୍ତି, ବିନା ପରୀକ୍ଷାରେ ପାଇବେ ଚାକିରି, ଶୀଘ୍ର ଆବେଦନ କରନ୍ତୁ

ଆୟକର ବିଭାଗରେ ଚାକିରି ଖୋଜୁଥିବା ଯୁବକ ଓ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆୟକର ବିଭାଗରେ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଉତ୍ତର ପ୍ରଦେଶ(ପୂର୍ବ), ଲକ୍ଷ୍ନୌରେ ଆୟକର ନିରୀକ୍ଷକ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଓ ମଲ୍ଟି ଟାସ୍କିଂ ଷ୍ଟାଫ୍‌ ଭାବେ ସ୍ପୋର୍ଟସ ପର୍ସନଙ୍କୁ ଚାକିରି ମିଳିବ । ଇଛୁକ ପ୍ରାର୍ଥୀ ମାନେ ଆୟକର ବିଭାଗର ଅଫିସିଆଲ ୱେବସାଇଟ୍ incometaxindia.gov.inକୁ ଯାଇ ଆବେଦନ କରିପାରିବେ।

Amitabh Bachchan
ପାନ ମସଲା ବିଜ୍ଞାପନ କାହିଁକି କଲେ ଅମିତାଭ?

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

Telecome
ଟେଲିକମ୍ କ୍ଷେତ୍ରରେ ବଡ଼ ଧରଣର ଆର୍ଥିକ ସଂସ୍କାର : ୪ ବର୍ଷ ପାଇଁ ବକେୟା ଦେୟ ଛାଡ

ଅଟୋମୋବାଇଲ ଓ ଟେଲିକମ୍ କ୍ଷେତ୍ର ଲାଗି ବଡ଼ ଧରଣର ଆର୍ଥିକ ସଂସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶରେ ଉତ୍ପାଦନ ବଢାଇବା ଲାଗି ଅଟୋମୋବାଇଲ କ୍ଷେତ୍ର ପାଇଁ ପ୍ରଡକସନ୍ ଲିଙ୍କଡ୍ ଇନ୍‌ସେନ୍‌ଟିଭ୍ ବା PLI ସ୍କିମ୍‌ ଘୋଷଣା କରାଯାଇଛି ।ଏଥିପାଇଁ ୨୬ ହଜାର ୫୮ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏଥିରୁ ଅଟୋମୋବାଇଲ କ୍ଷେତ୍ର ୨୫ହଜାର ୯୩୮ କୋଟି ପାଇବାକୁ ଥିବାବେଳେ ଡ୍ରୋନ୍‌ କ୍ଷେତ୍ର ୧୨୦ କୋଟି ଟଙ୍କା ପାଇବ।

Sambit Patra
ହିନ୍ଦୁ ଧର୍ମକୁ ଅପମାନ କରୁଛନ୍ତି ରାହୁଲ୍ : ସମ୍ବିତ ପାତ୍ର

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ରାହୁଲ ଗାନ୍ଧୀଙ୍କ ମାତା ଦୁର୍ଗା ଏବଂ ମାତା ସରସ୍ୱତୀଙ୍କ ବୟାନକୁ ହିନ୍ଦୁ ଧର୍ମ ପ୍ରତି ଅପମାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅତ୍ୟଧିକ ଅପମାନିତ କରିଛନ୍ତି। ମା’ ସରସ୍ୱତୀ ଓ ମା’ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି। ଅନ୍ୟ କୌଣସି ଧର୍ମର ଦେବତାମାନଙ୍କ ପାଇଁ ଏପରି ଶବ୍ଦ ବ୍ୟବହାର କରାଯାଇପାରିବ କି? ସମ୍ବିତ ପାତ୍ର କହିଛନ୍ତି ଯେ ଅତୀତରେ ମଧ୍ୟ ପ୍ରଭୁ ରାମଙ୍କ ଅସ୍ତିତ୍ୱ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି।

MRI will be done in just Rs 50
ମାତ୍ର ୫୦ ଟଙ୍କାରେ MRI, ଦୁନିଆର ସବୁଠୁ ଶସ୍ତା ଡାଇଗ୍ନୋସ୍ଟିକ୍ ସେଣ୍ଟର

ମାତ୍ର ୫୦ ଟଙ୍କାରେ ହେବ MRI । ଏହା ଶୁଣିବା ପରେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ । ହଁ ଆଜ୍ଞା ଏହା ସତ୍ୟ ଅଟେ । ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧନ ସମିତି DSGPC ପକ୍ଷରୁ ଜନ ସାଧାରଣଙ୍କୁ ଏହି ସେବା ଯୋଗାଇ ଦଇଆଯାଉଛି । DSGPC ଦ୍ୱାରା ଦିଲ୍ଲୀ ଗୁରୁଦ୍ୱାରା ବାଂଲା ସାହିବରେ ରହିଛି ଏହି ଡାଇଗ୍ନୋଷ୍ଟିକ ସେଣ୍ଟର । ଏହି ଡାଇଗ୍ନୋଷ୍ଟିକ ସେଣ୍ଟରରେ ମାତ୍ର ୫୦ ଟଙ୍କାରେ MRI ପରୀକ୍ଷା କରାଯାଉଛି ।

Chirag Paswan and Prince raj paswan
ସାଂସଦ ପ୍ରିନ୍ସ ରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ,ଗୁରୁତର ଅଭିଯୋଗ ଆଣିଲେ ପୀଡ଼ିତା

ଅଡ଼ୁଆରେ ଏଲଜେପି ସାଂସଦ ତଥା ଚିରାଗ ପାସୱାନଙ୍କ ଭାଇ । ଚିରାଗ ପାସୱାନଙ୍କ ସଂପର୍କୀୟ ଭାଇ ପ୍ରିନ୍ସ ରାଜ୍‌ଙ୍କ ନାଁରେ ଦିଲ୍ଲୀ କନଟ ପ୍ଲେସ୍ ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଦୁଷ୍କର୍ମ ଅଭିଯୋଗରେ ତାଙ୍କ ନାଁ ରେ ଏତଲା ଦିଆଯାଇଛି

Ramayan-Mahabharat
ଏଣିକି ଇଂଜିନିୟରିଂ ପିଲା ବି ପଢିବେ ରାମାୟଣ-ମହାଭାରତ

ମଧ୍ୟପ୍ରଦେଶ ସରକାର ନେଇଛି ନୂଆ ପଦକ୍ଷେପ। ଇଂଜିନିୟରିଂ ପାଠ୍ୟକ୍ରମରେ ମହାଭାରତ ଓ ରାମାୟଣ ମହାକାବ୍ୟକୁ ସାମିଲ୍ କରିବାକୁ ନିର୍ଣ୍ଣୟ ନେଇଛି। ବୈଷୟିକ ଶିକ୍ଷାରେ ସାଂସ୍କୃତିକ ସିଦ୍ଧାନ୍ତକୁ ଯୋଡିବା ନେଇ ଏଭଳି ପ୍ରୟାସ କରାଯାଇଥିବା ସରକାର କହିଛି। ଉଚ୍ଚ ଶିକ୍ଷା ବିଭାଗ କରିଛି ଯେ ଇଂଜିନିୟରିଂ ଛାତ୍ରଙ୍କ ପାଠ୍ୟକ୍ରମରେ ରାମାୟଣ, ମହାଭାରତ ଓ ରାମଚରିତମାନସକୁ ସାମିଲ କରାଯାଇଛି।

Ritu Singh joins congress
ରିତୁ ସିଂହ କଂଗ୍ରେସ ପାଇଁ ସଞ୍ଜୀବନୀ : ପ୍ରିୟଙ୍କାଙ୍କ ନୂଆ ପ୍ଲାନ୍

ସମାଜବାଦୀ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ରିତୁ ସିଂହ ବର୍ତ୍ତମାନ କଂଗ୍ରେସ ଦଳ ପାଇଁ ସଞ୍ଜୀବନୀ ପାଲଟିଛନ୍ତି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଶୁଣିବାକୁ ମିଳୁଛି ଯେ ପ୍ରିୟଙ୍କା ଗାନ୍ଧୀ ରିତୁ ସିଂହଙ୍କ ସହ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ସମ୍ମାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ନିର୍ବାଚନ ରାଲିରେ ମଧ୍ୟ ଯୋଗ ଦେବେ।

Naked Police Officer
ପୋଲିସ୍ ଅଧିକାରୀ ଉଲଗ୍ନ ହୋଇ ବିୟର କିଣିବାକୁ ଗଲେ; ଚାକିରିରୁ ବିଦା ହେଲେ

ମଦ ନିଶାରେ ଜଣେ ପୋଲିସ୍ ଅଧିକାରୀ ଭୁଲିଗଲେ ଲଜ୍ଜା। ଉଲଗ୍ନ ହୋଇ ସୁପରମାକ୍ରେଟ୍ ଚାଲିଗଲେ ବିୟର କିଣିବା ନେଇ। ତାଙ୍କର ଏହି କାମ ନେଇ ତାଙ୍କୁ ପଶ୍ଚାତାପ କରିବାକୁ ପଡିଛି। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ଅଭିଯୁକ୍ତ ପୋଲିସ୍ ଅଧିକାରୀଙ୍କୁ ଚାକିରି ହରେଇବାକୁ ପଡିଛି। ଏହି ମାମଲା ଦକ୍ଷିଣ ପଶ୍ଚିମ ପୋଲାଣ୍ଡର।

Neeraj Chopra's parents
ବାପା ମାଆଙ୍କୁ ପ୍ରଥମଥର ବିମାନରେ ବସାଇଲେ ନୀରଜ ଚୋପ୍ରା,ସତ ହେଲା ସ୍ୱପ୍ନ

ବାପା ମାଆଙ୍କର ସ୍ୱପ୍ନ ପୂରଣ କଲେ ନୀରଜ । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ହରିୟାଣାର ନୀରଜ ଚୋପ୍ରାଙ୍କ ଏକ ଛୋଟ ସ୍ୱପ୍ନ ଆଜି ପୂରଣ ହୋଇଛି । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ଏକ ଚାର୍ଟାଡ ଫ୍ଲାଇଟରେ ନୀରଜ ତାଙ୍କ ବାପା ମାଆଙ୍କ ସହିତ ଫଟୋ ସେୟାର କରିଛନ୍ତି ।

Delhi Airport
ବର୍ଷା ପାଣିରେ ଉବୁଟୁବୁ ଦିଲ୍ଲୀ IGI ଏୟାରପୋର୍ଟ, ଚିନ୍ତାରେ ଯାତ୍ରୀ

ଜଳାର୍ଣ୍ଣବ ହେଲା ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପାଣି ଜମି ରହିଛି । ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୦୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୪୬ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ପରିମାଣ ।

Rahul Gandhi
କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ବିଜେପି-ଆର୍‌ଏସ୍‌ଏସ୍‌ : ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି-ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ଜମ୍ମୁ କଶ୍ମୀରର ମିଶ୍ରିତ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଦୁଇ ଦିନିଆ ଜମ୍ମୁ ଗସ୍ତର ଦ୍ୱିତୀୟ ଦିନରେ ଏଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଦଳର ପଦାଧିକାରୀ ତଥା କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ “ଆପଣମାନଙ୍କ ମଧ୍ୟରେ ପ୍ରେମ, ଭାଇଚାରା ଏବଂ ମିଶ୍ରିତ ସଂସ୍କୃତିର ଭାବନା ରହିଛି। ମୁଁ ଦୁଃଖିତ ଯେ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହି ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।”