Advertisment

Satyapal Malik: ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ଘଟିଛି। ୭୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Satyapal

Satyapal

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ମଙ୍ଗଳବାର ଦିନ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ପ୍ରାୟ ଅପରାହ୍ନ ୧ଟାରେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ICUରେ ଚିକିତ୍ସାଧୀନ ଥିଲେ।

Advertisment

ସେ ଅଗଷ୍ଟ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ଦଶମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୫ ଅଗଷ୍ଟ ୨୦୧୯ ରେ ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରାଯାଇଥିଲା। ପରେ, ସେ ଗୋଆର ଏବଂ ମେଘାଳୟର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସେ ୧୯୭୪-୭୭ ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ସେ ୧୯୮୦ ରୁ ୧୯୮୬ ଏବଂ ୧୯୮୬-୮୯ ପର୍ଯ୍ୟନ୍ତ ରାଜ୍ୟସଭାରେ ସାଂସଦ ରହିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳର ସଦସ୍ୟ ଭାବରେ ଆଲିଗଡ଼ରୁ ଲୋକସଭା ସାଂସଦ ଥିଲେ। ସେ ଅକ୍ଟୋବର ୨୦୧୭ ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ। ୨୧ ମାର୍ଚ୍ଚ ୨୦୧୮ରୁ ୨୮ ମଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାର ଅତିରିକ୍ତ ରାଜ୍ୟପାଳ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଅଗଷ୍ଟ ୨୦୧୮ରେ ତାଙ୍କୁ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ୩ ନଭେମ୍ବର ୨୦୧୯ରୁ ୧୮ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଗୋଆର ରାଜ୍ୟପାଳ ରହିଥିଲେ। ୧୮ ଅଗଷ୍ଟ ୨୦୨୦ରୁ ୩ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମେଗାଳୟର ରାଜ୍ୟପାଳ ରହିଥିଲେ।

Advertisment

ସତ୍ୟ ପାଲ ମଲିକ ୨୪ ଜୁଲାଇ ୧୯୪୬ରେ ଉତ୍ତର ପ୍ରଦେଶର ବାଗପତର ହିସାୱାଡା ଗାଁରେ ଏକ ଜାଟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମିରଟ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଏବଂ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେ ୧୯୬୮-୬୯ ମସିହାରେ ଛାତ୍ର ସଂଘର ସଭାପତି ଭାବରେ ନିର୍ବାଚିତ ହୋଇ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

ଅଧିକ ପଢନ୍ତୁ: ଆଗକୁ ବିହାର ବିଧାନସଭା ନିର୍ବାଚନ, ଆକୃଷ୍ଟ ହେବେ ତ ଭୋଟର...

New Delhi Jammu And Kashmir Former Governor Of Odisha
Advertisment
Advertisment