Advertisment

ଦୋହଲିଲା ଲାଲଗଡ଼: ୩୬ ଘଣ୍ଟାର ନନଷ୍ଟପ୍ ଅପରେସନ୍

ମାଓବାଦୀଙ୍କୁ ଆଉ ମିଳିବନି ନିସ୍ତାର...ମାଓଗଡ଼ରୁ ମୁକ୍ତ ହେବ ମାଓ ସଂଗଠନ...ଯେ ପର୍ଯ୍ୟନ୍ତ ନକ୍ସଲ ମୁକ୍ତ ହୋଇନି ଲାଲଗଡ଼, ସେ ଯାଏଁ ଜାରି ରହିବ ନକ୍ସଲ ଶୂନ୍ୟ ଅପରେସନ୍। ଛତିଶଗଡ଼ ପୋଲିସ ଡିଜିଙ୍କ ଏହି ପଣ ଆଉ ଦମ୍ଭକୁ ପ୍ରମାଣିତ କରୁଛି ୩୧ ମାଓବାଦୀଙ୍କ ମୃତଦେହ।

author-image
Santosh Kumar Sahoo

ଲାଲବାହିନୀ କବଳରୁ ମୁକ୍ତ ହେବାକୁ ଯାଉଛି ଲାଲଗଡ଼। ସେ ଓଡ଼ିଶା ହେଉ ଅବା ସୀମାନ୍ତ ଛତିଶଗଡ଼, ଗୃହମନ୍ତ୍ରୀ ଅମିତ ଶାହଙ୍କ କହିବା ଅନୁଯାୟୀ, ଶେଷ ନିଃଶ୍ବାସ ନେଉଥିବା ନକ୍ସଲବାଦ ଏବେ ମୂଳପୋଛ ହେବାକୁ ଯାଉଛି। ଗତକାଲି ବସ୍ତର ଅଞ୍ଚଳରେ ୩୧ ମାଓବାଦୀ ସଫା ହେବା ପରେ ମାଓ ସଂଗଠନର ଶୀର୍ଷ ନେତୃତ୍ବଙ୍କୁ ଘାରିଛି ଚିନ୍ତା। ଏସବୁ ଭିତରେ ଛତିଶଗଡ଼ ଡିଜିପିଙ୍କ ଦୃଢ଼ ନିଷ୍ପତ୍ତି, ଯେ ପର୍ଯ୍ୟନ୍ତ ମାଓବାଦୀ ନିପାତ ହୋଇନାହାନ୍ତି, ସେ ଯାଏଁ ଜାରି ରହିବ ମାଓ ଦମନ ଅଭିଯାନ। 

Advertisment
Amit Shah Naxal Attack Security Forces Encounter
Advertisment
Advertisment