ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।
ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।
ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି।
ହତ୍ୟାର ୧୬ ଦିନ ପରେ ବି ମୋଟିଭ୍ ଆସିନି ସାମ୍ନାକୁ ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
୧୪ ଦିନିଆ ଖୋଳତାଡ଼ ପରେ ପୁଣି ଜେଲ ଗଲା ଗୋପାଳ ।
ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର ।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍ ପଠାଯାଇଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା।
ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ ।
ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।
ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ରାଜ୍ୟ ପୋଲିସ ମୁଖିଆଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୬ ଦିନରେ ଯାଇ ମୁହଁ ଖୋଲି ଥିଲେ ରାଜ୍ୟ ପୋଲିସ ମୁଖିଆ । ୧୦ ଦିନ ପରେ ଆଜି ନବଙ୍କ ଏକାଦଶାହରେ ପ୍ରଥମଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କଲେ ପୋଲିସ୍ ଡିଜି । ସେହି ସମୟର ଦୃଶ୍ୟ। କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଗତକାଲିଠୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ପୋଲିସ୍ ଡିଜି ସୁନୀଲ ବଂଶଲ ଆଜି ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲେ ।
CM ପଦ ପାଇଁ ଶନି ମନ୍ଦିର ପୂଜା କଥା ଲିକ୍ ହେବାରୁ ନବଙ୍କୁ ହଟାଗଲା ବୋଲି ସେ କହିଛନ୍ତି।
ହତ୍ୟାକାଣ୍ଡ ସ୍ଥଳରେ ଜଷ୍ଟିସ୍ ଦାସଙ୍କ ସରଜମିନ ଅନୁଧ୍ୟାନ
ଗୁଳି ମାଡ଼ ପରେ କେମିତି ଲୋକଙ୍କୁ ଡରାଇଥିଲା ସେସବୁକୁ ଦେଖାଇଛିା
କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି ।
ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ।
ନବଙ୍କ ମୃତ୍ୟୁ ପରେ ସୁବାସ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ।
ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।