ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ତ । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସାଲୁଜାଙ୍କ ବଡ଼ ଖୁଲାସା । ଚାଂଚଲ୍ୟକର ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । ନବ ଦାସଙ୍କ ଏକାନ୍ତ ଘନିଷ୍ଠ ଥିଲେ ସନ୍ତୋଷ ସିଂ ସାଲୁଜା ।
ନବ ଦାସଙ୍କ ହତ୍ୟାକୁ ନେଇ ଉଠୁଛିପଡ଼ୁଛି ଓଡ଼ିଶା । ଆଉ ଇଏ ଦେଖନ୍ତୁ ସେହି ପୁରୁଣା ଦିନର କିଛି ଅଭୁଲା ଭିଜୁଆଲ । ଯାହାକୁ ନେଇ ନିଜେ ଅରୁଣ ବୋଥ୍ରା ବହୁତ ସୁନ୍ଦର ଜାମୁକୋଳି ଗପ କହିଥିଲେ, ଆଉ ପାଇଖାନା ଟଙ୍କିରୁ ପୁଳାପୁଳା ଚିଠି ବାହାର କରିଥିଲେ । ସେ ଗପର ଲେଖକ କିଏ ? ଆଉ ସେ କହାଣୀ ପଛର ନାୟକ କିଏ ଯାହା ଆଜି ଯାଏଁ କାହାକୁ ବି ଜଣାନାହିଁ ।
ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।
ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ ।
କୋଭିଡ୍ ପ୍ରୋଟୋକଲ୍ ଆଳରେ ନବଙ୍କ ରକ୍ତ ଭିଜା ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି ଜଣାପଡ଼ିଛି। ସାର୍ଟ ପୋଡ଼ିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଜଣାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୟାନ ରେକର୍ଡ କୋର୍ଟରେ ଦାଖଲ କରାଯାଇଛି।
ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।
ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।
ବାପାଙ୍କ ହତ୍ୟା ନେଇ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଲେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବୁ। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ପରିବାରରେ ଆଲୋଚନା ଚାଲିଥିବା ନେଇ କହିଲେ।
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ରାଜନୈତିକ ହଟଚମଟ। ଫୋରେନସିକ୍ ଟୁଇଷ୍ଟ ପରେ ତେଜିଲା ରାଜନୀତି। ବିଜେପି ଆଣିଲା ସାଂଘାତିକ ଅଭିଯୋଗ ।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ବଡ଼ ହଟଚମଟ । ରହସ୍ୟ, ଷଡ଼ଯନ୍ତ୍ର, ସନ୍ଦେହ ମୂଳରୁ ଥିଲା । ତାକୁ ପୁଣି ବହୁଗୁଣ ବଢ଼ାଇଲା । ଫୋରେନସିକ୍ ରିପୋର୍ଟର ଚାଞ୍ଚଲ୍ୟକର ତଥ୍ୟଏକାଧିକ ବନ୍ଧୁକରୁ ଗୁଳି ଥିଓରୀ । ତେଜିଲା ପଲିଟିକାଲ୍ ବୟାନବାଜି ।
ନବ ଦାସ ହତ୍ୟା ଘଟଣାରେ ନୂଆ ସସ୍ପେନ୍ସ । ପୁଣି ଚର୍ଚ୍ଚାରେ ସେଇ ବହୁଚର୍ଚ୍ଚିତ ମନ୍ତ୍ରୀ ହତ୍ୟା ମାମଲା । କେବଳ କଣ ସେଦିନ ଗୁଳି ଫୁଟାଇଥିଲା ଗୋପାଳ ଦାସ ? ନା ଆଉ କାହା ବନ୍ଧୁକରୁ ବି ଫୁଟିଥିଲା ରହସ୍ୟମୟ ଗୁଳି ?
ଏହି ହାଇପ୍ରୋଫାଇଲ୍ ମାମଲାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ ମନିଟରିଂ କରୁଥିଲେ । ଜଣେ ADG ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତକୁ ରାଜ୍ୟ ବାହାରକୁ ନିଆଯାଇଥିଲା । ଏବେ କିନ୍ତୁ ତଦନ୍ତ ପ୍ରକ୍ରିୟା ନେଇ ଉଠିଛି ଅନେକ ପ୍ରଶ୍ନ । ଅନେକ ବିଷୟକୁ କରାଯାଇଛି କି ନଜର ଅନ୍ଦାଜ୍ ?
ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।
ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍ଜୁରିୟସ୍ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି।
ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି, ରକ୍ତ ଭିଜା ସାର୍ଟ ମିସିଂ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରା ଯିବ।
ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।
ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ମଧ୍ୟ ବିିଶାଳ ଦାସ ଓ ଦୀପାଳୀ ଦାସଙ୍କୁ ଲିଖିତ ଭାବରେ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ଆଦେଶ ଦେବା ପାଇଁ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ପରାମର୍ଶ ମଧ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । କାରଣ ଏକ ଲିଖିତ ଆବେଦନ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସିବିଆଇ ତଦନ୍ତ ଆଦେଶ ଦେବା ଲାଗି ପଥ ପରିଷ୍କାର କରିବ ।
ବ୍ରଜ ଦାସ ଆୟକର ଫାଙ୍କିଛନ୍ତି ନା ଏହା ରୁଟିନ୍ ଚେକ୍ ପାଇଁ ରେଡ୍ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।
ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।
ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।
ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ସେହି ସମୟରେ ଆମେ ବିଧାନସଭାରେ ସିବିଆଇ ତଦନ୍ତ ନଚେତ ନ୍ୟାୟିକ ତଦନ୍ତ ଦାବି କରିଥିଲୁ। ସେତେବେଳର ସରକାର ଏକମତ ହେଲେ ନାହିଁ ବୋଲି କହିଛନ୍ତି ସାଲୁଜା।
ନବଙ୍କ ହତ୍ୟା ଘଟଣା ଉପରୁ ହଟିବ ପରଦା । ଓଡ଼ିଶା ଜାଣିବ ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁର ସତ ।