ଯେଉଁ ଫଟୋରେ ନବ ଦାସଙ୍କ ସାମ୍ନାରେ ଠିଆ ହୋଇ ଗୋପାଳ ବନ୍ଧୁକରୁ ଫାୟାରିଂ କରୁଥିବା ଭଳି ମୁଦ୍ରାରେ ଛିଡା ହୋଇଥିବା ଜଣାପଡିଛି। ନବ ଦାସ ଗାଡିରୁ ଓହ୍ଲାଇବା ମାତ୍ରେ ଗୋପାଳ ଦୁଇ ହାତରେ ବନ୍ଧୁକରୁ ସାମ୍ନାରୁ ଗୁଳି ମାରୁଥିବା ଭଳି ଜଣାପଡୁଛି
ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?
ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି ।
ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେନି ପୋଲିସ ଡିଜି। ହତ୍ୟାକାଣ୍ଡର ୨୩ ଦିନ ପରେ ବି ଏଯାଏ ନବଙ୍କୁ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ଆସିନି।
ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ ।
ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।
ନବ ଦାସ ହତ୍ୟା ଓ ଅନ୍ୟ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଗୁମର ଖୋଲୁଥିବାରୁ ତାଙ୍କୁ ଶାସକ ଦଳ ଟାର୍ଗେଟ କରୁଛି ବୋଲି ଜୟନରାୟଣ ଅଭିଯୋଗ କରିଛନ୍ତି । ତେବେ ଆଗକୁ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଗୃହରେ ନବ ଦାସ ହତ୍ୟାକାଣ୍ଡ ଏକ୍ସପୋଜ୍ ହେବ, ଘଟଣା ପଛରେ ରହିଥିବା ଅନେକ ରହସ୍ୟର ଖୁଲାସା କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ନେତା ।
ନାର୍କୋଟେଷ୍ଟରେ ଗୋପାଳର ସତ ମିଛକୁ ନେଇ ବି ସସପେନ୍ସ । କୋର୍ଟରେ କେତେ ଗ୍ରହଣୀୟ ହେବ ରିପୋର୍ଟ, ଉଠିଲା ପ୍ରଶ୍ନ ।
ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପିର ହେଭିୱେଟ୍ ନେତା ।
ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ? ଏହି ଗୋଟିଏ ପ୍ରଶ୍ନରେ କେନ୍ଦ୍ରୀଭୂତ ତଦନ୍ତ ଭିତରେ ଆଜି ସାମ୍ନାକୁ ଆସିଛି ଅଭିଯୁକ୍ତ ଗୋପାଳର ନୂଆ ତଥ୍ୟ। ଗତବର୍ଷ ଦୁଇ ଦୁଇ ଥର ପଦୋନ୍ନତି ଅଫର ପାଇଥିଲେ ବି ଗୋପାଳ ରହସ୍ୟଜନକ ଭାବେ ପ୍ରତ୍ୟାଖାନ କରିଦେଇଛି।
ବିଜେଡିର ଦ୍ୱିତୀୟ ଓ ତୃତୀୟ ଧାଡ଼ିର ନେତାଙ୍କ ପାଇଁ କଂଗ୍ରେସ ପ୍ରଭାରୀ ଚେଲା କୁମାର ସତର୍କବାଣୀ ଶୁଣାଇଛନ୍ତି। ନବ ଦାସଙ୍କ ଭଳି ଏହି ନେତାମାନଙ୍କର ଅବସ୍ଥା ମଧ୍ୟ ଏମିତି ହୋଇପାରେ ବୋଲି ସେ କହିଛନ୍ତି।
ହତ୍ୟାର ୧୬ ଦିନ ପରେ ବି ମୋଟିଭ୍ ଆସିନି ସାମ୍ନାକୁ ।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
୧୪ ଦିନିଆ ଖୋଳତାଡ଼ ପରେ ପୁଣି ଜେଲ ଗଲା ଗୋପାଳ ।
ବିଜୟ ସିଧା ସଳଖ କହିଛନ୍ତି ‘ନବ ଦାସଙ୍କୁ ବୋଧ ହୁଏ ସେ ASI ମାରିନି’ । କିଏ ମାରିଛି, କ୍ରାଇମବ୍ରାଞ୍ଚ ସତ୍ୟତା ଉନ୍ମୋଚନ କରିବା ଦରକାର ।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ଏସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ। କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି।
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସକୁ କୋର୍ଟରେ ହାଜର ପରେ ଜେଲ୍ ପଠାଯାଇଛି। ଗୋପାଳ ଦାସର ଆଜି ରିମାଣ୍ଡ ସରିବା ପରେ JMFC କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା।
ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ ।
ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।
ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ସ୍ୱର୍ଗତଃ ମନ୍ତ୍ରୀ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନବ ଦାସଙ୍କ ସମର୍ଥକଙ୍କ ସମେତ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।
ସବୁଦିନ ପାଇଁ ନବ ଦାସଙ୍କୁ ହରାଇ ଖାଲି ପରିବାର ଦୁଃଖରେ ଭାଙ୍ଗି ପଡ଼ି ନାହାନ୍ତି ବରଂ ଝାରଗସୁଗୁଡ଼ାବାସୀଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଛି। ଶ୍ରଦ୍ଧାଞ୍ଜଳି ସଭାରେ ନବଙ୍କ ଝିଅ, ପୁଅ, ସ୍ତ୍ରୀ ଓ ପରିବାର ସଦସ୍ୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।
ରାଜ୍ୟ ପୋଲିସ ମୁଖିଆଙ୍କ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୬ ଦିନରେ ଯାଇ ମୁହଁ ଖୋଲି ଥିଲେ ରାଜ୍ୟ ପୋଲିସ ମୁଖିଆ । ୧୦ ଦିନ ପରେ ଆଜି ନବଙ୍କ ଏକାଦଶାହରେ ପ୍ରଥମଥର ପାଇଁ କ୍ରାଇମ୍ ସ୍ପଟ୍ ଭିଜିଟ୍ କଲେ ପୋଲିସ୍ ଡିଜି । ସେହି ସମୟର ଦୃଶ୍ୟ। କ୍ରାଇମ୍ ବ୍ରାଞ୍ଚ ତଦନ୍ତର ମନିଟରିଂ କରୁଥିବା ଜଷ୍ଟିସ୍ ଜେ.ପି. ଦାସଙ୍କ ସହ ଗତକାଲିଠୁ ଝାରସୁଗୁଡ଼ା ଜିଲ୍ଲାରେ ଥିବା ପୋଲିସ୍ ଡିଜି ସୁନୀଲ ବଂଶଲ ଆଜି ସକାଳ ପ୍ରାୟ ୯ଟା ୪୫ରେ ନବ ହତ୍ୟାକାଣ୍ଡ ସ୍ଥଳ ବ୍ରଜନଗନର ଗାନ୍ଧିଛକ କ୍ରାଇମ୍ ସ୍ପଟରେ ପହଞ୍ଚିଥିଲେ ।