/odishatv-khabar/media/post_attachments/uploadimage/library/16_9/16_9_0/Muktikant_1656472432.jpg)
Muktikant
ରାଷ୍ଟ୍ରପତି ଭବନ ପରିସର ହାଜତରେ ମୁକ୍ତିକାନ୍ତ ବିଶ୍ୱାଳ । ସୋମବାର ଧାରଣା ଦେଇଥିବା ସମୟରେ ତାଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ । ୧ ଏପ୍ରିଲରୁ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା କରିଥିଲେ ମୁକ୍ତିକାନ୍ତ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ରାଉରକେଲାର ସମସ୍ୟା ନେଇ ସେ ପହଞ୍ଚିଥିଲେ ବୋଲି କହିଛନ୍ତି । ଏହା ପରେ ସେ ରାଷ୍ଟ୍ରପତି ଭବନକୁ ଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ଏବେ ତାଙ୍କୁ ରାଷ୍ଟ୍ରପତି ଭବନ ପରିସର ହାଜତରେ ରଖାଯାଇଛି ।
ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟକ୍ଷମ ଦାବି କରି ଖବରର ଶିରୋନାମାରେ ରହିଥିଲେ ମୁକ୍ତିକାନ୍ତ । ପୂର୍ବରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ନୂଆଦିଲ୍ଲୀ ପଦଯାତ୍ରା କରି ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଳଟିଥିଲେ । ଯେଉଁଥିପାଇଁ ଗତ ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ଆସନରୁ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟ ଦେଇ ଲଢ଼ିବାର ସୁଯୋଗ ଦେଇଥିଲା । କିନ୍ତୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ସାହାସ ଜୁଟାଇ ନପାରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ହେବାକୁ ମନା କରିଦେଇଥିଲେ ମୁକ୍ତିକାନ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)