/odishatv-khabar/media/post_attachments/uploadimage/library/16_9/16_9_0/Muktikant_1671618581.jpg)
Muktikant
ପ୍ରାୟ ୫ ଘଣ୍ଟାର ହାଇଡ୍ରାମା ପରେ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଦ୍ଧାର କରାଯାଇଛି । ଏହା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ନିଆଯାଇଛି କ୍ୟାପିଟାଲ ହସ୍ପିଟାଲ । ପ୍ରଥମେ ଅଗ୍ନିଶମ ବାହିନୀ ପକ୍ଷରୁ ମୁକ୍ତିକାନ୍ତଙ୍କ ଉପରକୁ ପାଣି ମାଡ଼ କରାଯାଇଥିଲା । କିଛି ଆଗ୍ନିକ ହୋର୍ଡିଂ ଉପରକୁ ଚଢ଼ି ମୁକ୍ତିକାନ୍ତଙ୍କୁ କାବୁ କରିଥିଲେ । ଏହା ପରେ ବ୍ରୁନୋ ସ୍କାଏ ଲିଫ୍ଟ ଜରିଆରେ ତାଙ୍କୁ ତଳକୁ ଅଣାଯାଇଥିଲା ।
ଏହି ସମୟରେ ମୁକ୍ତିକାନ୍ତ କହିଥିଲେ, ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ପାଳନ ନ କରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ରାଜ୍ୟରେ ଏକଛତ୍ରବାଦୀ ଶାସନ ଚାଲିଛି । ଆଗକୁ ସଂଗ୍ରାମ ଜାରି ରହିବ ବୋଲି ସେ କହିଛନ୍ତି । ମୋତେ ଯଦି ଗିରଫ କରାଯାଏ ଜେଲ୍ରେ ଆମରଣ ଅନଶନ କରିବି । ରାଉରକେଲାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ରାଜଧାନୀର ଶିଶୁ ଭବନ ଛକରେ ଥିବା ଏକ ହୋର୍ଡିଂରେ ଚଢ଼ି ଯାଇଥିଲେ ମୁକ୍ତିକାନ୍ତ ।
ଆଗରୁ ସେ ବିଭିନ୍ନ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ସେ ରାଉରକେଲା ରୁ ଚାଲି ଚାଲି ଆସିଥିଲେ ଭୁବନେଶ୍ୱର । ପ୍ରାୟ ୭ ଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇପାରିନଥିଲା । ଏହା ପରେ ସେ ଆଜି ସକାଳେ ହୋର୍ଡିଂ ଉପରକୁ ଚଢ଼ି ଯାଇଥିଲେ । ନିଜର ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ହୋର୍ଡିଂ ଉପରେ ଚଢ଼ି ଯାଇଥିଲେ । ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଶେଷରେ ମୁକ୍ତିକାନ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)