ଆଜି ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀ ଟିକିଏ ସହଳ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ତେବେ କରୋନା ମହାମାରୀ ପୁଣି କାୟା ମେଲାଇବାକୁ ଆରମ୍ଭ କରିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।
ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ଚଳିତ ବର୍ଷ ମାଟ୍ରିକ୍ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି।
ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି ।
୨୯ ଏପ୍ରିଲ୍ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ ।
ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ।
ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ବିସ୍ତୃତ ସୂଚନା ଦେଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା ।
ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ଏଥର ଅଫ୍ଲାଇନ୍ରେ ମାଟ୍ରିକ୍ ପରୀକ୍ଷା ସବୁ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ପରୀକ୍ଷା ମେ ୬ଯାଏ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମାଟ୍ରିକ୍ ମୂଲ୍ୟାୟନ ଲାଗି ତିନି ସୂତ୍ରୀ ପଦ୍ଧତି ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେଣେ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ସରକାର ସ୍ପଷ୍ଟତା ଆଣିନଥିବାରୁ ଚିନ୍ତାରେ ଅଭିଭାବକ ।
ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍ମେଣ୍ଟ୍ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
କରୋନାର ତୃତୀୟ ଲହର କାୟା ମେଲାଇବା ପରେ ପୁଣି ଟେନସନରେ ମାଟ୍ରିକ୍ ଛାତ୍ରଛାତ୍ରୀ। ଆଜିଠୁ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ପରେ ଆଗକୁ କେମିତି ହେବ ବୋର୍ଡ ପରୀକ୍ଷା ପ୍ରସ୍ତୁତି, ତାକୁ ନେଇ ପିଲା ଓ ଅଭିଭାଭାକଙ୍କ ବଢିଛି ଚିନ୍ତା
ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଚଳିତ ବର୍ଷ ଯଦି ଜେନେରାଲ୍ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ଆସେସ୍ମେଣ୍ଟ ପରୀକ୍ଷା କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ସହ ଶିକ୍ଷା ବିଭାଗ ନିୟମିତ ଯୋଗାଯୋଗରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା।
ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା ।
ମାଟ୍ରିକ ଅଫଲାଇନ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। କଟକ ବୋର୍ଡ ହାଇସ୍କୁଲରେ ଚାଲିଥିବା ପରୀକ୍ଷାରେ ତ୍ରୁଟି ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ରେଗୁଲାର ପିଲାଙ୍କୁ ୨୦୧୪ର ଏକ୍ସରେଗୁଲାର ପିଲାଙ୍କ ପ୍ରଶ୍ନ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ତେବେ ପିଲାଙ୍କୁ ପ୍ରଶ୍ନପତ୍ର ଦେବା ପରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ମିଳିଥିବାରୁ ସଂଶୟରେ ପଡ଼ିଥିଲେ ପରୀକ୍ଷାର୍ଥୀ। ତେବେ ସତ୍ୟସାତ୍ୟ ଜଣାପଡ଼ିବା ପରେ ପରୀକ୍ଷା ଚାଲିବାର ଦୀର୍ଘ ସମୟ ପରେ ପିଲାଙ୍କୁ ପୁଣି ଥରେ ନୂଆ ପ୍ରଶ୍ନ ପତ୍ର ଦିଆଯାଇଥିଲା। ହେଲେ ପିଲାଙ୍କ ଭୁଲ ପ୍ରଶ୍ନପତ୍ର ଦିଆଯାଇଥିବା ସ୍ୱୀକାର କରିଛନ୍ତି ବୋର୍ଡ଼ ହାଇସ୍କୁଲ କର୍ତ୍ତୃପକ୍ଷ। ଭୁଲରେ ଏକ୍ସରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିବା କହିଲେ ପ୍ରଧାନ ଶିକ୍ଷକ।
ଅସନ୍ତୁଷ୍ଟଙ୍କ ପାଇଁ ଶେଷ ସୁଯୋଗ । କାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ କାଲିଠାରୁ ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଏପ୍ରିଲ ୧୬ରେ ସିଆଇଏସ୍ସିଇ ଆଇସିଏସ୍ଇ ୧୦ମ ଓ ଆଇଏସ୍ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଇସିଏସ୍ଇ ୧୦ମ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ବାତିଲା କରିଥିଲା।
କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଏଥର ମୋଟ୍ ପାସ୍ ହାର ୭୬.୨୩ ପ୍ରତିଶତ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ଅଛି। ଚଳିତ ବର୍ଷ ୬ ଲକ୍ଷ ୮ହଜାର ୬ଶହ ୫୯ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଛନ୍ତି। ଅନ୍ୟପକ୍ଷରେ, ୨ଲକ୍ଷ ୧୬ ହଜାର ୩୦୫ଜଣ ପୁଅ […]