Advertisment

ବାହାଘର ଭୋଜି ଖାଇ୧୬ ଅସୁସ୍ଥ

ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
16 Taken Ill After Eating Food At Marriage Feast In Sambalpur

16 Taken Ill After Eating Food At Marriage Feast In Sambalpur

ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଛୋଟ ପିଲା ରହିଥିବା ଜଣାପଡିଛି ।

Advertisment

ସୂଚନା ଅନୁସାରେ, ଗତକାଲି ୩୦ରୁ ୪୦ ଜଣ କନ୍ୟା ଯାତ୍ରୀ ବୌଦ୍ଧ ବଘିଆପଡ଼ା ଅଞ୍ଚଳରୁ ସମ୍ବଲପୁରକୁ ଆସିଥିଲେ । ବିବାହ ଭୋଜି ଖାଇବା ପରେ ସେମାନଙ୍କ ମଧ୍ୟରୁ ୧୬ ଜଣ ଲୋକ ବାନ୍ତି ଓ ଅନ୍ୟ ଅସୁସ୍ଥତା କାରଣରୁ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବାବେଳେ ୭ ଜଣ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏବେ ସମସ୍ତଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି ।

ସେହିପରି ଭଦ୍ରକ ଜିଲ୍ଲା ହସନାବାଦ ଅଷ୍ଟକ ଗାଁରେ ମଧ୍ୟ ଏକ ଏକୋଇଶିଆ ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତେ ପୁରୀ ଘାଣ୍ଟ ସହ ସିରିଣୀ ଓ ପଞ୍ଚାମୃତ ଖାଇଥିଲେ । ଯାହା ପରେ ସେମାନଙ୍କର ସ୍ୱାସ୍ଥବସ୍ଥା ବିଗିଡିବାରେ ଲାଗିଥିଲା ।

Advertisment

ଏମିତିକି ଛୋଟରୁ ବଡ଼ ଯାଏଁ ୪୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଅସୁସ୍ଥମାନଙ୍କୁ ଯାଜପୁର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୧୫ ଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଫୁଡ୍ ପଏଜନିଂ କାରଣରୁ ଏପରି ହୋଇଥିବା ବେଳେ ବର୍ତ୍ତମାନ ଆକ୍ରାନ୍ତମାନେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Marriage Feast
Advertisment
Advertisment