ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।
ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।
ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି,ଝାଡ଼ଖଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି
ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।
ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।
SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।
ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।
ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।
SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C
ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।