Advertisment

BIG FISH: ମାଛ ଧରି ମାଲେମାଲ୍

ଏକାଥରେ ଜାଲରେ ପଡ଼ିଲା ୧୦୦ କିଲିଆ ମାଛ

author-image
Prasanjit Ray
ଏକାଥରେ ଜାଲରେ ପଡ଼ିଲା ୧୦୦ କିଲିଆ ମାଛ

ଏକାଥରେ ଜାଲରେ ପଡ଼ିଲା ୧୦୦ କିଲିଆ ମାଛ

ଧନି କରାଇ ଦେଲା ମାଛା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣାା ମହାନଦୀ ଭିତରେ ବାହାରିଲା ମାଛ, ଯାହାର ଓଜନ ଏକାଥରେ ୧୦୦ କିଲୋା ସୁବର୍ଣ୍ଣପୁର ବିନିକାରୁ ମତ୍ସ୍ୟଜୀବୀଙ୍କ ଏଇ ଶହେ କିଲିଆ ମାଛକୁ ନେଇ ଏବେ ଜୋରଦାର ଚର୍ଚ୍ଚାା ଜାଲରେ ପଡ଼ିଛି କ୍ବିଣ୍ଟାଲିଆ ମାଛ। ବିନିକା ସହରର ଚିରସ୍ରୋତା ମହାନଦୀରୁ ୧ କ୍ବିଣ୍ଟାଲର ମାଛ ଧରିଛନ୍ତି ମତ୍ସ୍ୟଜୀବୀ। ୬ ଫୁଟ୍ ଲମ୍ବ ଏବଂ ୧ କ୍ବିଣ୍ଟାଲ ଓଜନର ବୋଦା ମାଛକୁ ମତ୍ସ୍ୟଜୀବୀ ମାନେ ଧରିଛନ୍ତି । ୩ ଜଣ ମତ୍ସ୍ୟଜୀବୀ ମାଛକୁ ଆଣିଥିବା ବେଳେ ବୋଦା ମାଛକୁ ଦେଖିବାକୁ ସହରର ବିନିକାପଡ଼ାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମାଛର ଔଷଧୀୟ ଗୁଣ ଥିବା ବେଳେ ବଜାରରେ ଏହାର କେଜି ୩୦୦ ଟଙ୍କାରେ ବିକ୍ରି ହେଉଛି ।...

Advertisment

ସବୁ ଦିନ ଭଳି ଆଜି ବି ମତ୍ସ୍ୟଜୀବୀ ଅନ୍ତରାମ ମୁଦୁଲି ଓ ତାଙ୍କ ସହଯୋଗୀ ମହାନଦୀ ଭିତରକୁ ଯାଇଥିଲୋ ମାଛ ଧରୁ ଧରୁ ଜାଲରେ ପଡ଼ିଥିଲା ଏହି ମାଛା ପୂର୍ବରୁ ୩୦ରୁ ୪୦ କିଲୋ ଓଜନର ମାଛ ଧରିଥିଲୋ ହେଲେ ୧୦୦ କିଲୋରୁ ଅଧିକ ଓଜନର ମାଛ କେବେ ବି ଧରି ନାହାନ୍ତିା ଇଂରାଜୀରେ ଏହାକୁ କ୍ୟାଟ୍ ଫିସ୍ କୁହାଯାଏା ସମୁଦ୍ର ଓ ବଡ଼ ନଦୀର ଗଭୀର ପାଣିରେ ଏହି ମାଛ ଥାଏା ଏହି ମାଛ ସାଧାରଣତଃ ଔଷଧିୟ ସାମଗ୍ରୀ ପ୍ରସ୍ତୁତ ହୁଏା ବିଶେଷ ଭାବେ ବିଦେଶରେ ଏହାର ଚାହିଦା ରହିଛିା   

Odisha Mahanadi Fish Products Fish Oil
Advertisment
Advertisment