• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି । ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ସ୍ଥିତି ଦେଖି ଆଗକୁ ଅଧିକ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ।

ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରେ ଲକ୍ଷେ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ପାଣି । ସେହିପରି ମୁଣ୍ଡଳିରେ ଗତକାଲି ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ଏବେ ସେଠାରେ ଜଳପ୍ରବାହ ୪ ଲକ୍ଷ ୩୪ହଜାରକୁ ଖସିଛି । ତଥାପି ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ : ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍,ମୁଣ୍ଡଳୀ ଠାରେ କମୁଛି ମହାନଦୀର ଜଳସ୍ତର

ସେହିପରି କଟକ ମୁଣ୍ଡଳୀରେ ମହାନଦୀର ଜଳସ୍ତର ମଧ୍ୟ କମୁଛି । ଗତକାଲି ରାତିରୁ ଜଳସ୍ତର ଖସୁଛି । ଗତକାଲି ରାତି ୧୨ଟା ସମୟରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହୋଇଥିଲା । ତେବେ ଗତକାଲି ମଧ୍ୟରାତ୍ରିରୁ ଜଳସ୍ତର ସ୍ଥିର ରହିଥିବା ବେଳେ ଆଜି ସକାଳ ୬ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏଣୁ ମୁଣ୍ଡଳୀରେ ଆଉ ଜଳସ୍ତର ବୃଦ୍ଧିର ସମ୍ଭାବନା କମ୍‌ ରହିଛି । ମଧ୍ୟମ ଧରଣର ବନ୍ୟା ଆଶଙ୍କାର ସମ୍ଭାବନା ନାହିଁ । ଯାହା ଏକ ଆଶ୍ୱସ୍ତିକର ଖବର । ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି ।

ସେପଟେ ଖୋଲିଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଗେଟ୍ । ସକାଳୁ ପୂଜାର୍ଚ୍ଚନା ପରେ ଆଜି ୨ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ଗେଟ୍ ଖୋଲିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୬ କ୍ୟୁବିକ୍ ମିଟର ପାଣି ପ୍ରବେଶ କରୁଥିବା ବେଳେ, ୯୮ କ୍ୟୁବିକ ମିଟର ବନ୍ୟାଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୨୬୫ ମିଟର ଥିବା ବେଳେ, ଆଜି ସକାଳେ ଜଳସ୍ତର ୨୬୩.୪୩ ରହିଥିଲା । ସେପଟେ ତଳମୁଣ୍ଡର ଲୋକେ ସତର୍କ ରହିବାକୁ ଡ୍ୟାମ କର୍ତ୍ତୃପକ୍ଷ ସଚେତନ କରାଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now