/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722397592.jpg)
Water Level of Mahanadi River Decreases
ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ । ଏବେ ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବର ୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଗତ ରବିବାର ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇଥିଲା । ଏନେଇ କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର କମିବାରେ ଲାଗିଛି।
ସୂଚନା ଅନୁସାରେ ଗତକାଲି ରାତିରୁ ମୁଣ୍ଡଳୀ ଠାରେ ଜଳସ୍ତର କମିବାରେ ଲାଗିଛି। ଗତକାଲି ରାତି ୧୨ଟା ସମୟରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହୋଇଥିଲା। ତେବେ ଗତକାଲି ମଧ୍ୟରାତ୍ରିରୁ ଜଳସ୍ତର ସ୍ଥିର ରହିଥିବା ବେଳେ ଆଜି ସକାଳ ୬ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଣୁ ମୁଣ୍ଡଳୀରେ ଆଉ ଜଳସ୍ତର ବୃଦ୍ଧିର ସମ୍ଭାବନା କମ ରହିଛି। ମଧ୍ୟମ ଧରଣର ବନ୍ୟା ଆଶଙ୍କାର ସମ୍ଭାବନା ନାହିଁ। ଯାହା ଏକ ଆଶ୍ୱସ୍ତି କର ଖବର। ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି।
ଅଧିକ ପଢନ୍ତୁ : ଚାଷୀଙ୍କୁ ଦାଉ ସାଧୁଛି ନିଅଣ୍ଟିଆ ବର୍ଷା; ଜୁଲାଇ ମାସରେ ବି ଆରମ୍ଭ ହୋଇନି ଚାଷ...
ସେପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳ ସ୍ତର ବୃଦ୍ଧି ପାଇଛି l ଆଜି ଏହାର ୨ଟି ଗେଟ୍ ଖୋଲାଯିବ। ଏହାର ଜଳଧାରଣକ୍ଷମତା ୨୬୫ ମିଟର ଥିବାବେଳେ ଗତକାଲିଠୁ ୨୬୩.୩୭ ମିଟର ଜଳ ପ୍ରବାହିତ ହେଉଛି। ଆଜି ସକାଳ ୧୧ଟା ବେଳେ ୨ଟି ଗେଟ ଖୋଲାଯିବ l ସେଥିପାଇଁ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି l ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଚାର କରାଯାଇଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)