• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହୀରାକୁଦ ଜଳଭଣ୍ଡାରୁ ବନ୍ୟାଜଳ ନିଷ୍କାସନ ପରେ ତଳମୁଣ୍ଡରେ ଫୁଲୁଛି ମହାନଦୀ । ତଥାପି ରାଜ୍ୟରେ ବନ୍ୟା ସ୍ଥିତି ନଥିବା କହିଛନ୍ତି ସର୍ବୋଚ୍ଚ ଜଳସମ୍ପଦ ଯନ୍ତ୍ରୀ । ହୀରାକୁଦରେ ପାଣି କମୁଥିବାରୁ ବନ୍ୟା ଆଶଙ୍କା ନାହିଁ । ଏବେ ମୁଣ୍ଡଳିରେ ପାଣି ରାଇଜିଂ ଟ୍ରେଣ୍ଡରେ ରହିଛି, ଅତିବେଶୀରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ଏଣୁ କୌଣସି ବିପଦ ନଥିବା ସେ କହିଛନ୍ତି । ସେପଟେ ଜଳସଂପଦ ବିଭାଗର ବନ୍ୟାପ୍ରକୋଷ୍ଠ ବୁଲି ସମୀକ୍ଷା କରିଛନ୍ତି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ । ରାଜ୍ୟରେ ବନ୍ୟାସ୍ଥିତି ନଥିଲେ ମଧ୍ୟ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ଅନୁ ଗର୍ଗ କହିଛନ୍ତି । ସେପଟେ କଟକ ମୁଣ୍ଡଳିରେ ବଢୁଛି ମହାନଦୀର ଜଳସ୍ତର ।

ଅଧିକ ପଢନ୍ତୁ : ଚାଷୀଙ୍କୁ ଦାଉ ସାଧୁଛି ନିଅଣ୍ଟିଆ ବର୍ଷା; ଜୁଲାଇ ମାସରେ ବି ଆରମ୍ଭ ହୋଇନି ଚାଷ...

ଦିନ ଗୋଟାଏ ସୁଦ୍ଧା ମୁଣ୍ଡଳି ଦେଇ ୩ଲକ୍ଷ ୮୯ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳିର ଉପର ମୁଣ୍ଡରେ ୮୬ଫୁଟ ଓ ତଳମୁଣ୍ଡରେ ଜଳସ୍ତର ରହିଛି ୮୩.୨୦ ଫୁଟ । ଗତକାଲି ରାତିରୁ ମୁଣ୍ଡଳି ଦେଇ ନିଷ୍କାସିତ ହେଉଛି ହୀରାକୁଦର ବନ୍ୟାଜଳ । ବନ୍ୟା ଆଶଙ୍କା ନାହିଁ। କିନ୍ତୁ ମହାନଦୀ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀ କୁଳିଆ ଲୋକଙ୍କ ଚିନ୍ତା ବଢ଼ିଛି ।

ସେପଟେ ବୌଦ୍ଧ ମହାନଦୀ ବନ୍ୟା ପାଣିରେ ଆସିଛି ଗୋଟିଏ ୧୬ଫୁଟର ଘଡ଼ିଆଳ କୁମ୍ଭୀର । ଲୋକେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖି ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି କିଛି ଲୋକ ଗାଧୋଉ ଥିବା ବେଳେ କୁମ୍ଭୀରକୁ ଦେଖିଥିଲେ । ମହାନଦୀ ଜଳସ୍ତର ବୃଦ୍ଧି ହେଉଥିବା ବେଳେ କୁମ୍ଭୀର ସ୍ଥଳଭାଗ ମୁହାଁ ହେବା ଆଶଙ୍କା କରାଯାଉଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ବି କେହି ପହଞ୍ଚିନଥିବା ଅଭିଯୋଗ ହୋଇଛି ।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ; ଆଜି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ସେହିପରି କଟକ ଜିଲ୍ଲା ବଡମ୍ବାରେ ମା ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟ ଗେଟ ଖୋଲାଯାଇଥିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି । ସକାଳୁ ବନ୍ୟାଜଳ ବଢିବାରେ ଲାଗିଛି । ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଙ୍କୁ ସ୍ଥାନାନ୍ତର କରାଯିବ ।

ସେଥିପାଇଁ ମାଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି । ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now