ମେ ମାସରେ ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଆଶଙ୍କାରେ ରାଜ୍ୟବାସୀ। ଭୁବନେଶ୍ୱରରେ ବିଏମ୍ସିର ପ୍ରାଥମିକ ପ୍ରସ୍ତୁତି ବୈଠକ। ନିଆଯାଇଛି ଅନେକ ନିଷ୍ପତ୍ତି।
ପୂର୍ବରୁ ମଧ୍ୟ ମେ’ ମାସରେ ଏକାଧିକ ଥର ଓଡ଼ିଶାକୁ ଛୁଇଁଛି ବାତ୍ୟା। ୨୦୦୯ରେ ବାତ୍ୟା ଆସିଥିଲା ଓ ଦକ୍ଷିଣ ଓଡ଼ିଶା ଛୁଇଁ ଆନ୍ଧ୍ର ଯାଇଥିଲା।
ବହୁବାର ମେ’ ମାସରେ ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଆଉ ତୀବ୍ର ବି ହୋଇଛି। ତେଣୁ ଏବେ ଆଶଙ୍କା ଏହି ଲଘୁଚାପ ବାତ୍ୟାରେ ରୂପ ନେବନି ତ ?
୬ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଅଧିକ ତୀବ୍ର ହୋଇପାରେ ବୋଲି ଆଇଏମ୍ଡି ଡିଜି ସୂଚନା ଦେଇଛନ୍ତି।ତେବେ ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନି।
ପୁଣି ଆସୁଛି ଆଉ ଏକ ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ବାୟୁମଣ୍ଡଳର ଉପରି ଭାବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାଛଡ଼ା ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ମଧ୍ୟ ପାଣିପାଗ ବିଭାଗ ଆକଳନ କରି ନାହିଁ।
ମାଡ଼ି ଆସୁଛି ବାତ୍ୟା । ପ୍ରବଳ ବର୍ଷା ସାଙ୍ଗକୁ ହୋଇପାରେ ପବନ । ଧାନ ଭିଜିଗଲେ ଚାଷୀ କରିବ କଣ ?
ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଣ୍ଡରେ ହାତ ଦେଲାଣି ଚାଷୀ । ଆରମ୍ଭରୁ କରୋନା, ପରେ ପରେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ ଉପରେ ପ୍ରବଳ ପ୍ରଭାବ ପଡ଼ିଥିଲା । ହେଲେ ଏହାରି ଭିତରେ ଦୁଃଖ କଷ୍ଟରେ ଧିରେ ଧିରେ ଚାଷକୁ ଆଗେଇ ନେଇଥିଲେ ଚାଷୀ ।
ମାଡ଼ିଆସୁଛି ବାତ୍ୟା ଭୟ। IMD ଡିଜିଙ୍କ ସୂଚନା, ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଲଘୁଚାପ । ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା: IMD ଡିଜି
ପାଣିପାଗ ବିଭାଗର ଏ ସୂଚନା ପରେ ଚିନ୍ତାରେ ରାଜ୍ୟବାସୀ। ପାଚିଲା ଧାନ ଓ ଫସଲକୁ ସୁରକ୍ଷା ଦେବାକୁ ଗୋଡ କାଢିଛନ୍ତି ଚାଷୀ। ଏମିତି ଭିତରେ ଆଇଏମଡି ଡିଜି ତଥା ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ପବନ ଓ ବର୍ଷା ନେଇ କ’ଣ କହିଛନ୍ତି ଭଲ କରି ଶୁଣି ନିଅନ୍ତୁ...
ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏପରିକି ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ଆଇଏମ଼ଡି ଡିଜି ସୂଚନା ଦେଇଛନ୍ତି । ଦେଖନ୍ତୁ ଏହାର ପୂରା ଖବର ।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା । ଆଜିଠୁ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। କାଲିଠୁ ୩ ଦିନ ଯାଏଁ ଅର୍ଥାତ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।
ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ରେ ଆସୁଛି ଏହି ଲଘୁଚାପ ! ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ରର ସୂଚନା ଟୁଇଟ୍ ଯୋଗେ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଏ ସମ୍ପର୍କରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜିଠୁ ୨ ତାରିଖ ଯାଏଁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ୭ ଜିଲ୍ଲାରେ ବର୍ଷା ହେବ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏହି ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସଂଭାବନା ରହିଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି.. ଆହୁରି ବର୍ଷିବ
ଲଘୁଚାର କ୍ଷେତ୍ର ପ୍ରଭାବରେ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହୋଇପାରେ ମଧ୍ୟମ ଧରଣର ବର୍ଷା। ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୧୭ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିରେ ଉବୁଟୁବୁ କୋଲାକତା । ଲଗାଣ ବର୍ଷାରେ ବେହାଲ ସିଟି ଅଫ ଜୟ । ସଲ୍ଟ ଲେକ୍, ପାର୍କ ଷ୍ଟିଟ୍, ଟଲିଗଞ୍ଜ ଭଳି ଏକାଧିକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବିଶେଷ ଭାବେ ହାୱଡା ଅଞ୍ଚଳରେ ସ୍ଥିତି ବିଗିଡ଼ିଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା। ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ।